ଭିତରକନିକାରେ ୬୮ଟି କୁମ୍ଭୀର ବସା ଠାବ:କୁମ୍ଭୀର ପ୍ରଜନନ କେନ୍ଦ୍ରରେ ୫ଟି, ରାଜନଗରରେ ୧୦ଟି

ରାଜନଗର: ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନର ନଦୀ, ନାଳରେ ବାସ କରୁଥିବା ବଉଳା କୁମ୍ଭୀର ୬୮ଟି ବସାରେ ଅଣ୍ତା ଦେଇଥିବା ଜଣାପଡ଼ିଛି। ଭିତରକନିକା ଫରେଷ୍ଟ୍‌ ବ୍ଲକ୍‌ ଓ ଡାଙ୍ଗମାଳ ଫରେଷ୍ଟ ବ୍ଲକ୍‌ର ଗଂଜେଇଖିଆ, ଶାଗୁଣାଚର, ଶୁଆଯୋର, ଭ୍ରମରମାରିରେ ୫୩ଟି କୁମ୍ଭୀର ବସା ଚିହ୍ନଟ ହୋଇଥିବାବେଳେ ଡାଙ୍ଗମାଳ କୁମ୍ଭୀର ପ୍ରଜନନ କେନ୍ଦ୍ର ମଧ୍ୟରେ ୫ଟି ଓ ରାଜନଗର ରେଂଜ୍‌ ଅଞ୍ଚଳରେ ୧୦ଟି କୁମ୍ଭୀର ବସା ଚିହ୍ନଟ ହୋଇଛି। ରାଜନଗର ରେଂଜ୍‌ର ଗୁପ୍ତିରେ ୬ଟି, ସାତଭାୟାରେ ୨ଟି ଓ ଚିଂଚିରି ନିକଟରେ ୨ଟି କୁମ୍ଭୀର ବସା ଚିହ୍ନଟ ହୋଇଥିବା ଜଙ୍ଗଲ ବିଭାଗ ସୂତ୍ରରୁ ଜଣାପଡିଛି। ପ୍ରତିବର୍ଷ ମେ’ରୁ ଜୁଲାଇ ୩ ମାସ ମଧ୍ୟରେ ବଉଳା କୁମ୍ଭୀରମାନେ ବସା କରି ଅଣ୍ତାଦେବା ସହିତ ଛୁଆ ଫୁଟାଇଥା’ନ୍ତି। ଏଥିପାଇଁ ବନବିଭାଗ ପକ୍ଷରୁ ପ୍ରତିବର୍ଷ ତିନିମାସ ଯାଏ ଭିତରକନିକାକୁ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଥାଏ। ମାତ୍ର ଏ ବର୍ଷ କରୋନା କଟକଣା ଯୋଗୁଁ ମାର୍ଚ୍ଚ ମାସରୁ ଭିତରକନିକା ବନ୍ଦ ରହିଛି। ଗତବର୍ଷ ଭିତରକନିକାରେ ୧୦୦ରୁ ଅଧିକ କୁମ୍ଭୀର ବସା ଚିହ୍ନଟ ହୋଇଥିଲା। ଏ ବର୍ଷ ଜୁଲାଇ ୧୫ ତାରିଖ ଯାଏ କୁମ୍ଭୀର ବସା ଚିହ୍ନଟ ପ୍ରକ୍ରିୟା ଚାଲିବ। ବସା ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ବନବିଭାଗ ସୂତ୍ରରୁ ଜଣାପଡ଼ିଛି।

Share Now:

Kalinga News Beuro

Next Post

ରଥଯାତ୍ରା ପାଇଁ ଭୁବନେଶ୍ବର-ପୁରୀ ସମସ୍ତ ରାସ୍ତା ସିଲ୍

Tue Jun 23 , 2020
ରାଜଧାନୀ ଉପକଣ୍ଠର ୫ ଜାଗାରେ ପୁଲିସ ନାକାବନ୍ଦୀ ଭୁବନେଶ୍ବର : ରଥଯାତ୍ରା ପାଇଁ ଲୋକଙ୍କୁ ପୁରୀ ଯିବା ଲାଗି ମନା ଥିବା ବେଳେ ଆଜି ରାତିରେ ଭୁବନେଶ୍ବରରୁ ପୁରୀ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ପୁଲିସ ସିଲ୍ କରି ଦେଇଛି। ଏ ନେଇ ଆଜି ରାତିରେ କମିସନରେଟ ପୁଲିସର ନିର୍ଦ୍ଦେଶନାମା ପରେ ଭୁବନେଶ୍ବର ଉପକଣ୍ଠର ୫ଟି ରାସ୍ତାକୁ ପୁଲିସ ପକ୍ଷରୁ ନାକାବନ୍ଦୀ କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ଭୁବନେଶ୍ବରରୁ ପୁରୀକୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial