ମହଙ୍ଗା ପଡ଼ିଲା କୋଭିଡ ନିୟମ ଉଲ୍ଲଙ୍ଘନ : ସ୍କୁଲ ସିଲ୍‌ କଲା ବିଏମ୍‌ସି

ସ୍କୁଲ ସିଲ୍‌ କଲା ବିଏମ୍‌ସି

ଭୁବନେଶ୍ବର: କୋଭିଡ୍-୧୯ ଗାଇଡଲାଇନ୍ ଅନୁଯାୟୀ ଏବେ ରାଜ୍ୟରେ ସ୍କୁଲ ଖୋଲିବା ଉପରେ ରୋକ୍‌ ଲାଗିଛି। ହେଲେ ଚିନ୍ତାମଣିଶ୍ବରସ୍ଥିତ ସାଇ ସରସ୍ବତୀ ଶିଶୁ ମନ୍ଦିର ସ୍କୁଲ କର୍ତ୍ତୃପକ୍ଷ ସ୍କୁଲ ଖୋଲିବା ସହ ପରୀକ୍ଷା କରୁଥିବାରୁ ବିଏମ୍‌ସିର ଦକ୍ଷିଣ-ପୂର୍ବ ଜୋନ୍‌ ପକ୍ଷରୁ ସ୍କୁଲ୍‌ ସିଲ୍‌ କରାଯାଇଛି। ବିଏମ୍‌ସିର ସୂଚନା ଅନୁଯାୟୀ, ଚିନ୍ତାମଣିଶ୍ବର ଲେନ୍‌-୬ରେ ଥିବା ସାଇ ସରସ୍ବତୀ ଶିଶୁ ମନ୍ଦିର ରାଜ୍ୟ ସରକାରଙ୍କ କୋଭିଡ୍‌ କଟକଣାକୁ ଉଲ୍ଲଂଘନ କରି ସ୍କୁଲ ଖୋଲିଥିଲା। ଆଜି ଶ୍ରେଣୀ ଗୃହରେ ୩୦ଜଣ ଛାତ୍ରଛାତ୍ରୀ ବସି ପରୀକ୍ଷା ଦେଉଥିବା ଦେଖିବାକୁ ମିଳିଥିଲା। ଏହାସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାମାଜିକ ଦୂରତା ନଥିଲା। ତେଣୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ତାଗିଦ୍‌ କରି ଆଗାମୀ ନିର୍ଦ୍ଦେଶନାମା ପ୍ରକାଶ ପାଇବା ପର୍ଯ୍ୟନ୍ତ ସ୍କୁଲ୍‌କୁ ସିଲ୍‌ କରାଯାଇଛି। ଏହାବାଦ୍‌ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଏନେଇ ଜଣାଯାଇଛି। ଗଣଶିକ୍ଷା ବିଭାଗ ଏହା ଉପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

Share Now:

Kalinga News Beuro

Next Post

ସମ୍ବିତ ପାତ୍ର ନିସର୍ତ୍ତ କ୍ଷମା ନ ମାଗିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବ କଂଗ୍ରେସ: ନରସିଂହ

Wed Dec 2 , 2020
ୱାର୍ଡ଼ ମେମ୍ବର ହେବାକୁ ଅଯୋଗ୍ୟ ସମ୍ବିତ ପାତ୍ର-ସୁର ଭୁବନେଶ୍ବର: ପରୀ ହତ୍ୟା ଘଟଣାରେ ବିଧାନସଭାରେ କଂଗ୍ରେସ ବିଧାୟକମାନେ ଶାସକ ଦଳ ଦ୍ବାରା ମ୍ୟାନେଜ୍‌ ହୋଇଗଲେ। ଦଳର ୯ ଜଣ ବିଧାୟକ ଏଥିପାଇଁ ଟଙ୍କା ନେଇଛନ୍ତି। ଗତକାଲି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ଅଭିଯୋଗକୁ ନେଇ ଚରମବାଣୀ ଶୁଣାଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। କହିଛନ୍ତି, ବିଜେପି ରାଷ୍ଟ୍ରୀୟ ମୁଖାପାତ୍ର ଯଦି ଏପରି କହିଥାନ୍ତି, ତାହେଲେ ଏହା […]
ନରସିଂହ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial