ଓଡ଼ିଶାର ଖୋର୍ଦ୍ଧା-ବଲାଙ୍ଗୀର ପ୍ରକଳ୍ପ ପାଇଁ ସର୍ବାଧିକ ୮୯୧ କୋଟି

ଖୋର୍ଦ୍ଧା-ବଲାଙ୍ଗୀର

ଭୁବନେଶ୍ବର: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ଫେବୃଆରୀ ୧ ତାରିଖରେ ସଂସଦରେ ବଜେଟ୍‌ ଉପସ୍ଥାପନ କରିଛନ୍ତି। ନୂଆ ବଜେଟରେ ରେଳ ବିଭାଗ ପାଇଁ ୧ ଲକ୍ଷ ୪୦ ହଜାର ୩୬୭ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏହା ଗତ ଥରର ସଂଶୋଧିତ ବ୍ୟୟବରାଦଠାରୁ ପ୍ରାୟ ୨୦,୩୧୧ କୋଟି ଅଧିକ। ୨୦୨୨-୨୩ ବଜେଟରେ ଓଡିଶାକୁ ରେଳ ଅନୁଦାନ ନେଇ ସୂଚନା ମିଳିଛି। ରେଳ ବଜେଟରେ ଓଡିଶାର ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ୍ ପାଇଁ ୮୯୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ସେହିପରି ଅନୁଗୁଳ-ସୁକିନ୍ଦା ରେଳ ଲାଇନ୍ ପାଇଁ ୪୭୫ କୋଟି, ହରିଦାସପୁର-ପାରାଦୀପ ଲାଇନ୍ ପାଇଁ ୮୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ସେହିପରି ତାଳଚେର-ବିମଳାଗଡ ରେଳଲାଇନ୍ ପାଇଁ ରେଳ ବଜେଟରେ ୨୫୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଜୟପୁର-ମାଲକାନଗିରି ପାଇଁ ୧୩.୮୦ କୋଟି, ଜୟପୁର-ନବରଙ୍ଗପୁର ପାଇଁ ୮୧ କୋଟି, ନୌପଡା-ଗୁଣୁପୁର-ଥେରୁବାଲି ପାଇଁ ୧୦ କୋଟି ଟଙ୍କା ମଞ୍ଜୁର କରାଯାଇ ଥିବା ବେଳେ ତାଳଚେର-ଅନୁଗୁଳ ନୂଆ ଲାଇନ୍ ପାଇଁ ୧୮ କୋଟି ଟଙ୍କା ଅନୁଦାନ ମିଳିଛି।

Share Now:

Kalinga News Beuro

Next Post

ପ୍ରିୟଙ୍କା ଗାନ୍ଧିଙ୍କ ଉପରେ ବର୍ଷିଲେ ପଞ୍ଜାବର ଅଦିତି ସିଂହ

Wed Feb 2 , 2022
ରାୟବରେଲି: ପଞ୍ଜାବର ନବାଁସହରରୁ ଗତଥର ଜିତିଥିବା ବିଧାୟକ ଅଙ୍ଗଦ ସିଂଙ୍କୁ ଏଥର କଂଗ୍ରେସ ଟିକେଟ୍ ଦେଇନାହିଁ। ଉତ୍ତର ପ୍ରଦେଶର ରାୟବରେଲି ସଦର ଆସନର ବିଧାୟକ ଅଦିତି ସିଂଙ୍କ ସ୍ୱାମୀ ହେଉଛନ୍ତି ଅଙ୍ଗଦ ସିଂ। ଏହି ଘଟଣା କେବଳ ପଞ୍ଜାବରେ ନୁହେଁ, ବରଂ ରାୟବରେଲିରେ ମଧ୍ୟ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ବୁଧବାର ବିଜେପି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବାକୁ ଆସିଥିବା ଅଦିତି ଏହି ପ୍ରସଙ୍ଗରେ କଂଗ୍ରେସ ସାଧାରଣ […]
ଅଦିତି ସିଂହ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial