ଜଳିଗଲା ତିନି ବଖରା, ବର୍ତ୍ତିଲେ ୬୦ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଅଗ୍ନିଶମ କର୍ମଚାରୀଙ୍କ ସାହସିକତା ଯୋଗୁଁ ଆଜି ୬୦ରୁ ଊର୍ଧ୍ୱ ଛାତ୍ରଛାତ୍ରୀଙ୍କ ଜୀବନ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛି। ଆଜି ସକାଳେ ଆଚାର୍ଯ୍ୟ ବିହାରରେ ଥିବା ‘ଦିଶା’ ବ୍ୟାଙ୍କିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ରେ ନିଆଁ ଲାଗିଥିବା ଖବର ପାଇ କଳ୍ପନା ଦମକଳବାହିନୀର ୨ଟି ଗାଡ଼ି ଓ ୧୫ଜଣ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେତେବେଳକୁ ୩ ତାଲା ବିଲ୍‌ଡିଂର ଦ୍ୱିତୀୟ ମହଲାରେ ଥିବା ୩ଟି ଘରେ ନିଆଁ ଲାଗି ସାରିଥିଲା। କିନ୍ତୁ କୋଚିଂ ନେବାକୁ ଆସିଥିବା ପ୍ରାୟ ୬୦ରୁ ଊର୍ଧ୍ୱ ଛାତ୍ରଛାତ୍ରୀ ସେଠାରେ ଫସି ରହିଥିଲେ। ଏହା ଦେଖି ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ପିଲାମାନେ ଶ୍ରେଣୀଗୃହରେ ପାଠ ପଢ଼ୁଥିବା ସମୟରେ ହଠାତ୍‌ ନିଆଁ ଲାଗି ଯାଇଥିଲା। ଅଗ୍ନିକାଣ୍ଡରେ ଦ୍ୱିତୀୟ ମହଲରେ ଥିବା ୩ଟି ବଖରା ପୋଡ଼ିଯିବା ସହ ଲକ୍ଷାଧିକ ଟଙ୍କାର ସଂପତ୍ତି ପାଉଁଶ ହୋଇଯାଇଥିଲା। କଳ୍ପନା ଅଗ୍ନିଶମ ବିଭାଗର ୨ଟି ଦମକଳ ଗାଡ଼ି ନିଆଁକୁ ଆୟତ୍ତ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନଥିଲେ ହେଁ ସର୍ଟସର୍କିଟ୍‌ ଯୋଗୁଁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି।

Share Now:

Kalinga News Beuro

Leave a Reply

Next Post

ତୁଟୁନି ଅଳିଆ ଅଡ଼ୁଆ: ସଫେଇ ବନ୍ଦ କରିବାକୁ ଚକ୍ରାନ୍ତ

Wed Aug 29 , 2018
ଏସକାଲେସନ୍‌ ଫି’ ଆଉ ୪୦୦ଟଙ୍କା ବଢ଼ୁ: ସଫେଇ ସଂସ୍ଥା ଭୁବନେଶ୍ୱର: ରାଜଧାନୀରେ ଅଳିଆ ଉଠାକୁ ନେଇ ଦୀର୍ଘ ଅଢେଇ ବର୍ଷ ହେଲା ଚାଲିଥିବା ଅଡ଼ୁଆ ତୁଟୁନି। ୫୭ଟି ଓ୍ଵାର୍ଡରେ ସଫେଇ ଦାୟିତ୍ୱ ନେଇଥିବା ତିନିଟି ଘରୋଇ ସଂସ୍ଥା ଏବଂ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ମଧ୍ୟରେ ବୁଝାମଣା ହୋଇପାରୁନଥିବାରୁ ଅଧିକାଂଶ ସମୟରେ ଓ୍ଵାର୍ଡରୁ ଅଳିଆ ଉଠୁନି। ଏପରିକି ଲଗାତର ତିନି ଚାରିଦିନ ରାସ୍ତାରେ ଅଳିଆ ପଡ଼ି ରହୁଛି। ସାରା ସହରରେ ପୁତି ଗନ୍ଧମୟ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial