ରାଜ୍ୟ ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ : ଲାଞ୍ଚୁଆ ଉପଜିଲ୍ଲାପାଳଙ୍କୁ ବାଧ୍ୟତାମୂଳକ ଅବସର

ଉପଜିଲ୍ଲାପାଳଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର: ରାଜ୍ୟ ସରକାର ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କୁ ଚାକିରିରୁ ବିଦା କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଭିଜିଲାନ୍ସ ଗିରଫ କରିବା ପରେ ସରକାର ତାଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସୂଚନାଯୋଗ୍ୟ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଦୁଇ ଦିନ ତଳେ ଗିରଫ କରାଯାଇଥିଲା। ପରେ ତାଙ୍କୁ କୋର୍ଟଚାଲାଣ କରାଯାଇଥିଲା। ତାଙ୍କ ଘରୁ ୩ କୋଟିରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଥିଲା। ପ୍ରଶାନ୍ତ କୁମାର ରାଉତଙ୍କର ୫ କୋଟିରୁ ଅଧିକ ପରିମାଣର ହିସାବ ବହିର୍ଭୂତ ସଂପତ୍ତି ଅଛି। ନିଜ ଆୟଠାରୁ ପ୍ରଶାନ୍ତଙ୍କ ୫୦୦ ପ୍ରତିଶତ ଅଧିକ ସଂପତ୍ତି ଠାବ ହୋଇଛି। ଏନେଇ ଭିଜିଲାନ୍ସ ଏସ ପି ଏମ ରାଧାକ୍ରିଷ୍ଣନ୍ ସୂଚନା ଦେଇଥିଲେ।

Share Now:

Kalinga News Beuro

Next Post

ଅନନ୍ତ ବାସୁଦେବ ମନ୍ଦିରରେ ରୋଷଘର ନିର୍ମାଣ ନେଇ ଗୋଷ୍ଠୀ ବିବାଦ

Wed Jun 28 , 2023
ଭୁବନେଶ୍ୱର: ଏକାମ୍ର ପ୍ରକଳ୍ପ ଯୋଜନାରେ ଅନନ୍ତ ବାସୁଦେବ ମନ୍ଦିରରେ ରୋଷଘର ନିର୍ମାଣ ପ୍ରସଙ୍ଗରେ ବିବାଦ ଉଠିଛି। ମନ୍ଦିର ପରିସରରେ ରୋଷଘର ପାଇଁ ଓବିସିସି ପକ୍ଷରୁ ଟେଣ୍ଡର କରାଯାଇଛି। ଅନ୍ୟପକ୍ଷରେ ଏହାକୁ ବିରୋଧ କରି ବ୍ରାହ୍ମଣ ନିଯୋଗ ଜିଲ୍ଲାପାଳ ଏବଂ ବିଏମସି କମିସନରଙ୍କ ପାଖକୁ ଚିଠି କରିଛନ୍ତି। ଏକ ଗୋଷ୍ଠୀ ଅନନ୍ତ ବାସୁଦେବଙ୍କ ପାଖରେ ସଂକୁଡି ଭୋଗ ହୁଏନାହିଁ କହୁଥିବା ବେଳେ ଏହାକୁ ଖଣ୍ଡନ କରୁଛନ୍ତି ଆଉ ଗୋଟେ ଗୋଷ୍ଠୀ। ତେବେ […]
ଅନନ୍ତ ବାସୁଦେବ ମନ୍ଦିର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial