ପ୍ରକାଶ ପାଇଲା ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଚୂଡ଼ାନ୍ତ ତାଲିକା: ଓଡ଼ିଶାର ୩ ଜିଲ୍ଲା ରେଡ୍, ୬ ଜିଲ୍ଲା ଅରେଞ୍ଜ୍‌ ଓ ୨୧ ଜିଲ୍ଲା ଗ୍ରିନ୍ ଜୋନ୍

ନୂଆଦିଲ୍ଲୀ: ମେ ୩ ତାରିଖରେ ପରିବର୍ଦ୍ଧିତ ଲକ୍‌ଡାଉନ୍ ଅବଧି ଶେଷ ହେବାକୁ ଯାଉଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କଣ୍ଟେନ୍‌ମେଣ୍ଟ୍ ଜୋନ୍‌ର ତାଲିକା ଚୂଡ଼ାନ୍ତ କରିଛି। ସମ୍ପୃକ୍ତ ଅଞ୍ଚଳର କରୋନାଭାଇରସ୍ ପରିସ୍ଥିତିକୁ ଆଧାର କରି ଏଥିରେ ରାଜ୍ୟ ଓ ଜିଲ୍ଲାମାନଙ୍କୁ ବିଭିନ୍ନ ରେଡ୍, ଅରେଞ୍ଜ୍ ଓ ଗ୍ରିନ୍ ଜୋନ୍ ଭାବେ ବର୍ଗିକରଣ କରାଯାଇଛି। ସେଥିରୁ ଓଡ଼ିଶାର ୩ଟି ଜିଲ୍ଲା ଭଦ୍ରକ, ବାଲେଶ୍ୱର ଓ ଯାଜପୁରକୁ ରେଡ୍ ଜୋନ୍ ତାଲିକାଭୁକ୍ତ କରାଯାଇଛି। ‌ଅରେଞ୍ଜ୍ ଜୋନ୍‌ରେ ରହିଛି ଖୋର୍ଦ୍ଧା ସମେତ ୬ଟି ଜିଲ୍ଲା। ଓଡ଼ିଶାର ଅବଶିଷ୍ଟ ୨୧ ଜିଲ୍ଲା ରହିଛି ଗ୍ରିନ୍ ଜୋନ୍ ତାଲିକାରେ। ବିଭିନ୍ନ ରାଜ୍ୟର ସରକାର ଓ ମୁଖ୍ୟ ସଚିବମାନଙ୍କ ସହ ପରାମର୍ଶ କରି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଓ କୋଲକାତା ସମେତ ସମସ୍ତ ମେଟ୍ରୋ ସିଟିକୁ ରେଡ୍ ଜୋନ୍ ତାଲିକାଭୁକ୍ତ କରିଛନ୍ତି। ହାଇଦ୍ରାବାଦ, ବେଙ୍ଗାଲୁରୁ ଏବଂ ଅହମଦାବାଦ ସହରଗୁଡ଼ିକ ମଧ୍ୟ ରେଡ୍ ଜୋନ୍‌ରେ ରହିଛି। ନୂତନ ବର୍ଗିକରଣ ଅନୁସାରେ, ୨୮ ଦିନ ପରିବର୍ତ୍ତେ ୨୧ ଦିନ ମଧ୍ୟରେ ନୂଆ ସଂକ୍ରମଣ ନ ଥିବା ଜିଲ୍ଲାଗୁଡ଼ିକୁ ଗ୍ରିନ୍ ଜୋନ୍ ଭାବେ ବିଚାର କରାଯାଇଛି। ସଦ୍ୟ ତାଲିକା ଅନୁସାରେ, ଦେଶର ୧୩୦ଟି ଜିଲ୍ଲାକୁ ରେଡ୍ ଜୋନ୍‌ ଭାବେ ଘୋଷଣା କରାଯାଇଥିବା ବେଳେ ୨୮୪ଟି ଜିଲ୍ଲାକୁ ଅରେଞ୍ଜ୍ ଓ ୩୧୯ ଜିଲ୍ଲାକୁ ଗ୍ରିନ୍ ଜୋନ୍ ତାଲିକାଭୁକ୍ତ କରାଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ମତାମତ ଏବଂ ଅତିରିକ୍ତ ବିଶ୍ଳେଷଣ ପରେ ରାଜ୍ୟମାନେ ପରିସ୍ଥିତି ଅନୁସାରେ ସେମାନଙ୍କର ଜିଲ୍ଲାଗୁଡ଼ିକୁ ରେଡ୍ କିଂବା ଅରେଞ୍ଜ୍‌ ଜୋନ୍ ତାଲିକାଭୁକ୍ତ କରିପାରିବେ।

Share Now:

Kalinga News Beuro

Leave a Reply

Next Post

ବାହାର ରାଜ୍ୟ ଫେରନ୍ତାଙ୍କ ଲାଗି ପଞ୍ଜୀକରଣ ବାଧ୍ୟତାମୂଳକ:ରାସ୍ତାରେ ଆସୁଥିବା ଲୋକଙ୍କ ଲାଗି ଖୋଲାଯାଇଛି ୧୧ଟି ଚେକପଏଣ୍ଟ୍

Fri May 1 , 2020
ବାହାରୁ ଆସୁଥିଲେ ଚେକ ପଏଣ୍ଟରେ ଡାହାଣ ହାତରେ ଲାଗିବ ଅଲିଭା ଷ୍ଟାମ୍ପ ଭୁବନେଶ୍ୱର: ରାଜ୍ୟ ସରକାର ଯୋଜନାବଦ୍ଧ ଭାବେ କେରୋନା ବିରୋଧରେ ଲଢ଼ୁଛନ୍ତି। ବର୍ତ୍ତମାନ ଏହି ଲଢ଼େଇ ଏକ ଗୁରୁତ୍ୱପୂର୍ଣ୍ଣ ମୋଡରେ ପହଞ୍ଚିଛି। ରାଜ୍ୟ ବାହାରୁ ଫେରୁଥିବା ଓଡ଼ିଆଙ୍କ ପରିଚାଳନା ଉପରେ କରୋନା ସଂକ୍ରମଣ ରୋକିବା ବହୁ ଭାବରେ ନିର୍ଭରଶୀଳ। ପୂର୍ବରୁ ଦେଶ ବାହାରୁ ଆସୁଥିବା ଲୋକଙ୍କୁ ଚିହ୍ନଟ ଓ ପଞ୍ଜୀକରଣ କରାଯାଇ ସଂକ୍ରମଣର ମୁକାବିଲା ହୋଇଥିଲା। ଏବେ ରାଜ୍ୟ […]

ଆହୁରି ପଢ଼ନ୍ତୁ