ନେତାଜୀଙ୍କ ଜୟନ୍ତୀରେ ଥାଇଲାଣ୍ଡରେ ଶ୍ରଦ୍ଧାଞ୍ଜଳୀ ଜଣାଇଲେ ଓଡ଼ିଆ ପୁଅ ସତ୍ୟ ସୂତାର

ଓଡ଼ିଆ ପୁଅ ସତ୍ୟ ସୂତାର

ଭୁବନେଶ୍ବର : ସ୍ଵାଧୀନତା ସଂଗ୍ରାମର କର୍ଣ୍ଣଧାର, ମହାନ୍ ଦେଶପ୍ରେମୀ, ତେଜସ୍ୱୀ ଜନନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରେ ଓଡ଼ିଶା ମାଟିର ପୁଅ ସମାଜସେବୀ ସତ୍ୟ ସୁତାର ଚଳିତ ବର୍ଷ ଥାଇଲାଣ୍ଡରେ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ଗତ ବର୍ଷ ଭିଏତନାମାରେ ନେତାଜୀଙ୍କ ଫଟୋରେ ପୁଷ୍ପମାଲ୍ୟ ଦେଇ ସେ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ। ଚଳିତ ବର୍ଷ ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକର ରୟାଲ ହୋଟେଲ ସମୁଖରେ ଏହି ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ସୁଭାଷ ଚନ୍ଦ୍ର ବୋଷ ରୟାଲ ହୋଟେଲରେ ପାଖାପାଖି ତିନି ମାସ ରହି, ସେଠାରେ ଥିବା ଏକ ପଡିଆରେ ଇଣ୍ଡିଆନ ନେସନାଲ ଆର୍ମିକୁ ଟ୍ରେନିଂ ଦେଉଥିଲେ। ଭାରତୀୟ ସମୟ ସକାଳ ୪ ଟା ୩୦ ମିନିଟ ସମୟରେ ଶ୍ରୀ ସୁତାର ଏହି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି।
ସୂଚନା ଅନୁଯାଇ, ସତ୍ୟ ସୂତାର ଓଡିଶା ଛାଡି ବିଦେଶ ଆସିବାର ପାଖା ପାଖି ୧୨ରୁ ୧୩ବର୍ଷ ହୋଇ ଗଲେଣି। ନେତାଜୀଙ୍କ ଜୟନ୍ତୀରେ ନେତାଜୀ ଯେଉଁ ଦେଶ ଗୁଡ଼ିକୁ ଭାରତ ସ୍ୱାଧୀନ କରିବାକୁ ଯାଇଥିଲେ। ସେ ସେହି ଦେଶ ଗୁଡ଼ିକୁ ନେତାଜୀଙ୍କ ଜନ୍ମ ଦିନରେ ଯାଇ ଶ୍ରଦ୍ଧାଞ୍ଜଳୀ ଜଣାଇବା ପାଇଁ ଚିନ୍ତା କରିଥିଲେ। ସେଥିପାଇଁ ନେତାଜୀ ଯେଉଁ ଦେଶ ଗୁଡିକୁ ଯାଇ ଭାରତକୁ ସ୍ୱାଧୀନ କରିବାକୁ ଆପ୍ରାଣ ଉଦ୍ୟମ କରିଥିଲେ ସେସବୁ ଦେଶ ଗୁଡିକୁ ଯାଇ ତାଙ୍କ ଜନ୍ମଦିନରେ ଶ୍ରଦ୍ଧାଞ୍ଜଳୀ ଜଣାଇବା କାର୍ଯ୍ୟକ୍ରମ ଗତ ବର୍ଷ ଠାରୁ ଆରମ୍ଭ କରିଛନ୍ତି।

Share Now:

Kalinga News Beuro

Next Post

ବରମୁଣ୍ଡା ବସଷ୍ଟାଣ୍ଡରେ ଜଳିଗଲା ବସ

Mon Jan 23 , 2023
ଭୁବନେଶ୍ୱର : ଆଜି ମଧ୍ୟାହ୍ନ ୧୨ଟାରେ ବରମୁଣ୍ଡା ବସଷ୍ଟାଣ୍ଡରେ ଏକ ବସରେ ନିଆଁ ଲାଗିଥିବାର ଖବର ମିଳିଛି। ଦେବଗଡ଼ ଯାଉଥିବା ଏକ ଅତ୍ୟାଧୁନିକ ବସ୍ ସର୍ଟସର୍କିଟ କାରଣରୁ ଜଳିଯାଇଛି। ନିଆଁ ଲାଗିବାର ପ୍ରାୟ ଅଧଘଣ୍ଟା ପରେ ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା। ଷ୍ଟାଣ୍ଡରେ ନିଆଁ ଲିଭାଇବା ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ବଡ଼ ଧରଣର ଅଘଟଣ ହୋଇ ଥାଆନ୍ତା ବୋଲି ଜଣାଯାଇଛି। ଏହିଭଳି ଅନେକ ଘଟଣା ପ୍ରତିଦିନ ଘଟୁଛି। ରାଜ୍ୟ […]
ବରମୁଣ୍ଡା ବସଷ୍ଟାଣ୍ଡରେ ଜଳିଗଲା ବସ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial