ରାସ୍ତାରେ ଗଜାନନଙ୍କୁୁ ପୂଜିଲେ ଗୁରୁ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ସହ ଗତକାଲିର ବୈଠକ ବିଫଳ ହେବା ପରେ ବ୍ଲକଗ୍ର୍ରାଣ୍ଟ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ୨୯ ଦିନ ହେଲା ଅହୋରାତ୍ର ଧାରଣା ଦେଇଥିବା ଗୁରୁମାନେ ଆଜି ଲୋୟର ପିଏମ୍‌ଜି ରାସ୍ତାରେ ଗଜାନନଙ୍କ ଆରାଧନା କରିଛନ୍ତି। ଏଥିସହ ଆସନ୍ତାକାଲି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଳନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି।

ସକାଳୁ ସକାଳୁ ଘଣ୍ଟ, ଘଣ୍ଟା, ହୁଳହୁଳିରେ ପ୍ରକମ୍ପିତ ହୋଇଉଠିଥିଲା ଲୋୟର ପିଏମ୍‌ଜି ଅଞ୍ଚଳ। ଶିକ୍ଷକ, ଶିକ୍ଷୟିତ୍ରୀ, ଅଧ୍ୟାପକ, କର୍ମଚାରୀ ଏକାଠି ହୋଇ ପୂଜାର୍ଚ୍ଚନା କରିଥିଲେ। ବ୍ରହ୍ମଣଙ୍କ ମନ୍ତ୍ରପାଠ ବି ହୋଇଥିଲା। ସକାଳ ୮ଟାରୁ ମଧ୍ୟାହ୍ନ ସାଢ଼େ ୧୨ଟା ପର୍ଯ୍ୟନ୍ତ ପୂଜା ଚାଲିବା ପରେ ସମସ୍ତେ ଏକାଠି ହୋଇ ପୁଷ୍ପାଞ୍ଜଳି ଦେଇଥିଲେ। ମିଳିମିଶି ପ୍ରସାଦ ସେବନ କରି ଆଗକୁ ବ୍ୟାପକ ଆନ୍ଦୋଳନ କରିବାକୁ ଶପଥ ନେଇଛନ୍ତି। କୌଣସି ପରିସ୍ଥିତିରେ ଆନ୍ଦୋଳନରୁ ହଟିବାକୁ ନାହିଁ ବୋଲି ଶିକ୍ଷକମାନେ କରିଛନ୍ତି। ମିଳିତ ମଞ୍ଚର ଆବାହକ ମଣ୍ଡଳୀ ସଦସ୍ୟ ପବିତ୍ର ମହାଲା, ଗୋଲକ ନାୟକ ଓ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି ଯେ ସରକାରଙ୍କ ପ୍ରତାରଣା ଆଉ ସହି ହେଉନି। ବହୁତ ହୋଇଗଲା। ବ୍ଲକଠାରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିଛି। ଏଣିକି ପଞ୍ଚାୟତସ୍ତରରୁ ଆନ୍ଦୋଳନ କରାଯିବ। ଶୁକ୍ରବାର ଲୋୟର ପିଏମ୍‌ଜିରେ ନୂଆଖାଇ ପାଳିତ ହେବ। ଏଥିରେ ସାରା ରାଜ୍ୟର ଶିକ୍ଷକ, ଅଧ୍ୟାପକମାନେ ସାମିଲ ହେବେ। ଗତବର୍ଷ ପରି ଏଥର ମଧ୍ୟ ସମାନ ଢ଼ଙ୍ଗରେ ଶିକ୍ଷକମାନେ ଉତ୍ସବ ପାଳନ କରି ଆନ୍ଦୋଳନକୁ ବ୍ୟାପକ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବିଧାନସଭା ସମ୍ମୁଖରୁ ପୁଲିସ ଲଗାଇ ବାଡ଼େଇ ତଡ଼ିବା ଭୟ ଦେଖାଇଲେ ମଧ୍ୟ ଆମେ ଡରିଯିବୁ ନାହିଁ। ବରଂ ତାହାର ବି ଜବାବ ଦେବୁ ବୋଲି ସେମାନେ କହିଛନ୍ତି।

Share Now:

Kalinga News Beuro

Leave a Reply

Next Post

ବନ୍ଦ ଲେବଲ୍‌ କ୍ରସିଂ ଭିତରେ ୫୦ ଲୋକ : ଟଳିଗଲା ଭୟଙ୍କର ଦୁର୍ଘଟଣା

Sat Sep 15 , 2018
ରାଉରକେଲା : କାଲି ଅପରାହ୍‌ଣ ପ୍ରାୟ ୨ଟା ୧୦ ମିନିଟ୍‌ ସମୟ। ରାଉରକେଲାର ଆଇଟିଆଇ ରେଳ ଫାଟକର ଉଭୟ ପାର୍ଶ୍ୱରେ ଶତାଧିକ ଲୋକ ନିଜ ଯାନବାହନ ସହିତ ଅପର ପାର୍ଶ୍ୱକୁ ଯିବା ପାଇଁ ଅପେକ୍ଷା କରିଥିଲେ। ମାଲବାହୀ ଟ୍ରେନ୍‌ ଯିବା ପରେ ଫାଟକ ଖୋଲିଥିଲା। ଉଭୟ ପାର୍ଶ୍ୱରୁ ଗାଡ଼ି ମୋଟର ରେଳ ଧାରଣା ଅତିକ୍ରମ କରୁଥିବା ବେଳେ ପ୍ରାୟ ଦୁଇ ମିନିଟ୍‌ ମଧ୍ୟରେ ପୁଣି ହଠାତ୍‌ ଫାଟକ ପଡ଼ିଯାଇଥିଲା। କାରଣ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial