ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଆଗାମୀ ଶୀତକାଳୀନ ଅଧିବେଶନ ଡିସେମ୍ବର ୧ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନ ଡିସେମ୍ବର ୩୧ ଯାଏଁ ଜାରି ରହିବ। ଏହି ସମୟ ମଧ୍ୟରେ ମୋଟ୍ ୨୬ଟି କାର୍ଯ୍ୟ ଦିବସ ରହିବ। ମୋଟ୍ ୫ଟି ଛୁଟି ଦିବସ ରହିବ। ଛୁଟି ଦିବସ ଗୁଡ଼ିକ ହେଲା ଯେ, ଡିସେମ୍ବର ୫, ୧୨, ୧୯ ଓ ୨୬ (୪ଟି ରବିବାର)। ଏଥି ସହିତ ଡିସେମ୍ବର ୨୫ରେ ବଡ଼ଦିନ ଅବସରରେ ବିଧାନସଭାର ଅଧିବେଶନ ଛୁଟି ରହିବ। ତେବେ କରୋନା କାଳରେ କୋଭିଡ ସଂକ୍ରମଣକୁ ଆଖି ଆଗରେ ରଖି ଶୀତ ଅଧିବେଶନ ପରିଚାଳିତ ହେବ। ଏଥିପାଇଁ ବିଧାୟକ ମାନଙ୍କର ପୂର୍ବଭଳି କୋଭିଡ୍ ଟେଷ୍ଟ ମଧ୍ୟ କରାଯିବ। ପୂର୍ବରୁ ବିଧାନସଭା ଅଧିବେଶନ ଯେଉଁଭଳି ଭାବେ ହେଉଥିଲା, ଆଗାମୀ ଶୀତକାଳୀନ ଅଧିବେଶନ ମଧ୍ୟ ସେହିପରି ହୋଇପାରେ। ଅନ୍ୟପଟେ ଏଥର ଶୀତ ଅଧିବେଶନରେ ବିରୋଧୀମାନେ ବିଭିନ୍ନ ପ୍ରସଙ୍ଗରେ ଶାସକ ଦଳକୁ ଘେରିପାରନ୍ତି।
Share Now: