ନୂଆଦିଲ୍ଲୀ: ପାକିସ୍ତାନର ବାଲୁଚିସ୍ତାନ ପ୍ରଦେଶରେ ଗିରଫ ହୋଇଥିବା ମହିଳାଙ୍କ ସହ ଘଟିଛି ଅମାନବୀୟ ଘଟଣା। ଗିରଫ ପରେ ଜଣେ ମହିଳା ପୁଲିସକର୍ମୀ ଅଭିଯୁକ୍ତ ମହିଳାଙ୍କୁ ଉଲଗ୍ନ ହୋଇ ନୃତ୍ୟ କରିବାକୁ ବାଧ୍ୟ କରିଥିଲେ। ତେବେ ଏହି ଖବର ଏବେ ସାମ୍ନାକୁ ଆସିବା ପରେ ଏଭଳି ଲଜ୍ଜାଜନକ କାମ କରିଥିବା ମହିଳା ପୁଲିସକର୍ମୀଙ୍କୁ ବରଖାସ୍ତ କରାଯାଇଥିବା ଜଣାପଡ଼ିଛି। ଜଣେ ବରିଷ୍ଠ ପୁଲିସ ଅଧିକାରୀ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ପୋଲିସ୍ ହେପାଜତରେ ଜଣେ ମହିଳା କଏଦୀଙ୍କ ସହ ଅମାନୁଷିକ ବ୍ୟବହାର ତଥା ଅଧିକାରର ଅପବ୍ୟବହାର ଅଭିଯୋଗର ଯାଞ୍ଚ ପାଇଁ ଗଠିତ ପୁଲିସ ଅନୁସନ୍ଧାନ କମିଟି ଦ୍ୱାରା ଇନ୍ସପେକ୍ଟର ଶବାନା ଇରଶାଦ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ବୋଲି ସେ କହିଛନ୍ତି। କ୍ୱେଟ୍ଟା ଡେପୁଟି ଇନ୍ସପେକ୍ଟର ଜେନେରାଲ୍ ମହମ୍ମଦ ଅଜହର ଆକ୍ରାମ କହିଛନ୍ତି ଯେ, ଅନୁସନ୍ଧାନରୁ ଜଣାପଡିଛି କି ମହିଳା ଇନ୍ସପେକ୍ଟର, ପ୍ୟାରୀ ଗୁଲ ନାମକ ଜଣେ ମହିଳାଙ୍କୁ କ୍ୱେଟାର ଜିନ୍ନା ଟାଉନସିପରେ ପଚରାଉଚରା କରିବା ସହ ତାଙ୍କୁ ପୁଲିସ ଷ୍ଟେସନକୁ ଆଣିଥିଲେ। ଯେତେବେଳେ ମହିଳାଙ୍କୁ ପୁଲିସ ହେପାଜତକୁ ଅଣାଯାଇଥିଲା, ସେତେବେଳେ ଇନ୍ସପେକ୍ଟର ଶବାନା ତାଙ୍କୁ ଉଲଗ୍ନ କରିବା ସହ ଅନ୍ୟମାନଙ୍କ ସାମ୍ନାରେ ନାଚିବାକୁ ବାଧ୍ୟ କରିଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ଏବେ ଇନ୍ସପେକ୍ଟର ଶବାନାଙ୍କୁ କାର୍ଯ୍ୟରୁ ବରଖାସ୍ତ କରାଯାଇଛି।
ଅଭିଯୁକ୍ତ ମହିଳାଙ୍କୁ ଉଲଗ୍ନ କରି ନଚାଇଲେ ମହିଳା ଇନ୍ସପେକ୍ଟର : ନିଆଗଲା କଡ଼ା କାର୍ଯ୍ୟାନୁଷ୍ଠାନ

Share Now: