ଭିଜିଲାନ୍ସ ଜାଲରେ ସାଲେପୁର ଗ୍ରାମ୍ୟ ଉନ୍ନୟନ ସହକାରୀ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ ଅର୍ଜୁନ କୁମାର ସାହୁ

କଟକ: ଭିଜିଲାନ୍ସ ଜାଲରେ କଟକ ଜିଲ୍ଲା ସାଲେପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଅର୍ଜୁନ କୁମାର ସାହୁ। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଖୋର୍ଦ୍ଧା (ଭୁବନେଶ୍ୱର), କଟକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ୮ ଟି ସ୍ଥାନରେ ଏକାକାଳୀନ ଚଢ଼ଉ କରୁଛନ୍ତି ଭିଜିଲାନ୍ସ ଟିମ୍। ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ବାରା ଜାରି ସର୍ଚ୍ଚ ୱାରେଣ୍ଟ୍ ର କ୍ଷମତା ବଳରେ ୮ ଜଣ ଡିଏସପି, ୮ ଇନ୍ସପେକ୍ଟର, ୭ ଏଏସ୍ଆଇ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଏକକାଳୀନ ଘର ଚଢ଼ଉ ଚାଲିଛି। ଖୋର୍ଦ୍ଧା (ଭୁବନେଶ୍ୱର), କଟକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ନିମ୍ନଲିଖିତ ୮ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢ଼ଉ ଜାରି ରଖିଛି।
ଭୁବନେଶ୍ୱରର ଖଣ୍ଡଗିରି ବିହାର, ଲେନ୍ ନଂ ୨, ପ୍ଲଟ୍ ନମ୍ବର ୧୨୫/୩୦୫୬ରେ ଅବସ୍ଥିତ ତିନି ମହଲା କୋଠା, କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିସ୍ ତହସିଲ ଅନ୍ତର୍ଗତ ସଦାନନ୍ଦପୁର ଗ୍ରାମରେ ଅବସ୍ଥିତ ଦୁଇ ମହଲା କୋଠା, ବଳରାମପୁରରେ ଶ୍ରୀ ସାହୁଙ୍କ ଭଡ଼ାଘର, ରାୟପୁରରେ ତାଙ୍କ ସମ୍ପର୍କୀୟଙ୍କ ଘର, ବାଦାହାଟରେ ତାଙ୍କର ଘନିଷ୍ଠ ସହଯୋଗୀ କୁମାର ବେହେରାଙ୍କ ଘର, ଜିଲ୍ଲା କୃଷି କାର୍ଯ୍ୟାଳୟ, ନିକଟରେ ଥିବା ଶ୍ରୀ ସାହୁଙ୍କର ଅନ୍ୟ ଜଣେ ଘନିଷ୍ଠ ସହଯୋଗୀଙ୍କ ଭଡ଼ା ଘର, ସାଲେପୁରରେ ଥିବା ଶ୍ରୀ ସାହୁଙ୍କ ଅଫିସ୍ ରୁମ୍ ଓ ବାସଭବନ ଆଦିଠାରେ ଚଢ଼ଉ ଜାରି ରହିଛି। ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି। ତେବେ ପ୍ରାଥମିକ ଆକଳନରୁ ତାଙ୍କ ନିକଟରେ ମାତ୍ରାଧିକ ସଂପତ୍ତି ଥିବା କୁହାଯାଉଛି।

Share Now:

Kalinga News Beuro

Next Post

ଗନ୍ଧେଇଲାଣି ସହର : କାହା ଚାପରେ ଚୁପ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ?

Fri Nov 3 , 2023
ଓଡ଼ିଶା‌ ମାନବ ଅଧିକାର ଆୟୋଗ କରୁଛି କ’ଣ? ଚନ୍ଦ୍ରଶେଖରପୁର: ସୈନିକ ସ୍କୁଲ ପଛପାର୍ଶ୍ବରେ ଥିବା ଟେମ୍ପରାରି ଟ୍ରାଞ୍ଜିଟ୍‌ ଷ୍ଟେସନ(ଟିଟିଏସ୍‌)ରେ ସୃଷ୍ଟି ହୋଇଥିବା ଆବର୍ଜନା ପାହାଡ଼ରେ ସହର ଗନ୍ଧାଉଛି। ରାତି ହେଉ କି ଦିନ, ସବୁବେଳେ ଦୁର୍ଗନ୍ଧରେ ଅସ୍ତବ୍ୟସ୍ତ ହେଉଛନ୍ତି ଅଞ୍ଚଳବାସୀ। ନିକଟବର୍ତ୍ତୀ ଗାଁ, କଲୋନି, ଆପାର୍ଟମେଣ୍ଟର ଲୋକେ ୬ ମାସ ହେଲା ଆଉଟୁପାଉଟୁ ହେଉଥିବା ବେଳେ ଏବେ ବିଏମ୍‌ସି କାର୍ଯ୍ୟାଳୟ ନିକଟରେ ପହଞ୍ଚିଲାଣି ଦୁର୍ଗନ୍ଧ। ରାତି ସମୟରେ ୟୁନିଟ୍‌-୯, ସତ୍ୟନଗର, […]
ଗନ୍ଧେଇଲାଣି ସହର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial