ଗଞ୍ଜେଇ ଚାଲାଣ କରି ଅବକାରୀ ବିଭାଗ ହାତରେ ଧରାପଡ଼ିଲେ ମହିଳା : ହାଜତରେ ମୃତ୍ୟୁ

ଗଂଜେଇ ଚାଲାଣ କରୁଥିଲେ ମହିଳା

ମାଥିଲି: ମାଲକାନଗିରି ଜିଲା ମାଥିଲି ଅବକାରୀ ଥାନାରେ ଶନିବାର ଅପରାହ୍ନରେ ଜଣେ ମହିଳାଙ୍କ ହାଜତ ମୃତ୍ୟୁ ହୋଇଛି। ମୃତ ମହିଳା ହେଲେ ପ୍ରୀତି ବିଶ୍ୱାସ (୩୪)। ସୂଚନା ଅନୁସାରେ ପ୍ରୀତି ବିଶ୍ୱାସ ଶୁକ୍ରବାର ମାଲକାନଗିରି ଜିଲ୍ଳା ବାଲିମେଳା ଠାରୁ କୋରାପୁଟ ଜିଲ୍ଲା ଜୟପୁରକୁ ଏକ ଘରୋଇ ବସ୍‌ରେ ଯାଉଥିଲେ। ବସ୍‌ରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ନେଇ ଅବକାରୀ ବିଭାଗକୁ ବିଶ୍ୱସ୍ତ ସୂତ୍ରରେ ସୂଚନା ମିଳିଥିଲା। ଏହି ଆଧାରରେ ଅବକାରୀ ବିଭାଗର କର୍ମଚାରୀମାନେ ବସ୍‌କୁ ଅନୁସରଣ କରିଥିଲେ। ବସ୍‌ଟି ଖଇରପୁଟ ବ୍ଲକ ଅନ୍ତର୍ଗତ କମଳାପଦର ନିକଟରେ ପହଞ୍ଚିଲା ପରେ ଅବକାରୀ ବିଭାଗର କର୍ମଚାରୀମାନେ ଏହାକୁ ସର୍ଚ୍ଚ କରିଥିଲେ। ଏହି ସମୟରେ ପ୍ରୀତିଙ୍କ ପାଖରୁ ୧୦ କିଲୋ ଗଞ୍ଜେଇ ମିଳିଥିଲା।
ସୂଚନାଯୋଗ୍ୟ, ପ୍ରୀତି ବିଶ୍ୱାସ ଉତ୍ତର ପ୍ରଦେଶରେ ବିବାହ କରିଥିଲେ। ଓଡ଼ିଶାରୁ ଉତ୍ତର ପ୍ରଦେଶ ଗଞ୍ଜେଇ ଚାଲାଣ ପାଇଁ ଯୋଜନା କରିଥିଲେ। ତେବେ ପ୍ରୀତି ବିଶ୍ୱାସଙ୍କୁ ମାଥିଲି ଅବକାରୀ ଥାନାକୁ ନିଆଯାଇ ପଚରାଉଚରା କରାଯାଉଥିଲା। କିନ୍ତୁ ହାଜତରେ ଥିବାବେଳେ ତାଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ କେଉଁ କାରଣରୁ ପ୍ରୀତିଙ୍କ ମୃତ୍ୟୁ ଘଟିଛି ତାହାର ସଠିକ ତଥ୍ୟ ଜଣାପଡ଼ି ନଥିବାବେଳେ ଏହାକୁ ନେଇ ସନ୍ଦେହ ବଢିବାରେ ଲାଗିଛି। ଏପଟେ ଏ ନେଇ ମାଲକାନଗିରି ଜିଲା ପୁଲିସ ତରଫରୁ ଏକ ସ୍ୱତନ୍ତ୍ର ଟିମ୍ ଏହି ଘଟଣାର ଛାନଭିନ୍ କରୁଛି। ଜଣେ ଏସ୍‌ଡିପିଓଙ୍କ ନେତୃତ୍ୱରେ ଘଟଣାର ତଦନ୍ତ ଚାଲିଛି। ମହିଳାଙ୍କ ମୃତ୍ୟୁ କିପରି ହୋଇଛି ତାହାର ତଦନ୍ତ ଜାରି ରହିଛି। ପୁଲିସ ଘଟଣାସ୍ଥଳରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ମାଲକାନଗିରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଛି। ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ଆଶା କରାଯାଉଛି।

Share Now:

Kalinga News Beuro

Next Post

ସ୍କୁଟି ଓ ମାଲିକ ଭୁବନେଶ୍ୱରରେ : ଚାଲାଣ ଗଜପତିରୁ

Sat Jul 8 , 2023
‘ରାଜ୍ୟରେ ବୁଲୁଛି ୩ ଲକ୍ଷରୁ ଉର୍ଦ୍ଧ୍ଵ ନକଲି ନମ୍ବର’, ପ୍ରତିଦିନ ୨୦ରୁ ଅଧିକ ଅଭିଯୋଗ ଭୁବନେଶ୍ୱର : ରାଜଧାନୀରେ ସ୍କୁଟି ଗଡ଼ୁଛି, କିନ୍ତୁ ଚାଲାଣ କଟିଛି ଗଜପତି ଆର୍‌ଟିଓରୁ। ହଜାରେ କି’ ଦୁଇ ହଜାର ନୁହେଁ, ଏକାବେଳକେ ୧୧ ହଜାର ଟଙ୍କାର ଚାଲାଣ। ଏହା ଦେଖି ଗାଡ଼ି ମାଲିକ ରଘୁନାଥ ହୁମ୍‌ଙ୍କ ଅକଲ ଗୁଡ଼ୁମ୍‌ ହୋଇଯାଇଛି। କ’ଣ କରିବେ, ମୁଣ୍ଡକୁ କିଛି ବୁଦ୍ଧିବାଟ ଦିଶୁନି। ଭୁବନେଶ୍ୱର ଟ୍ରାଫିକ୍‌ ଥାନାଠାରୁ ଆରମ୍ଭ […]
ସ୍କୁଟି ଭୁବନେଶ୍ବରରେ, ଚାଲାଣ ଗଜପତିରୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial