ଅଭିନେତ୍ରୀ କରାଇଦେବା ନାଁରେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲା : ଗିରଫ ହେଲେ ଅଭିଯୁକ୍ତ

ନାବାଳିକାଙ୍କୁ ଦୁଷ୍କର୍ମ ମାମଲା

ଭୁବନେଶ୍ୱର: ଅଭିନେତ୍ରୀ କରାଇଦେବା ନାଁରେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ମାଷ୍ଟରମାଇଣ୍ଡ୍‌ ସରୋଜ ବିଶ୍ଵାଳଙ୍କୁ ଖୋର୍ଦ୍ଧାରୁ ଗିରଫ କରିଛି ପୁଲିସ୍‌। ବହୁ ଦିନର ଲୁଚକାଳି ଖେଳ ପରେ ଶେଷରେ ଧରାପଡ଼ିଲେ ସରୋଜ। ଅପହରଣ ଦୃଶ୍ୟ କରିବା ଆଳରେ ରୁମକୁ ନେଇ ଦୁଷ୍କର୍ମ କରିଥଲେ ଅଭିଯୁକ୍ତ। ପରେ ଘଟଣାସ୍ଥଳରୁ କେଉଁଆଡ଼େ ଫେରାର ହୋଇଯାଇଥିଲେ। ଏନେଇ ନାବାଳିକାଙ୍କ ବାପା ଭରତପୁର ଥାନାରେ ଏତଲା ଦେବା ପରେ ପୁଲିସ ସରୋଜ ବିଶ୍ୱାଳକୁ ବହୁ ଖୋଜାଖୋଜି କରିଥିଲେ। ଶେଷରେ ସରୋଜକୁ ଧରିବାରେ ପୁଲିସ୍‌ ସମର୍ଥ ହୋଇଛି। ପୁଲିସ ସରୋଜକୁ ନେଇ ସିନ ରିକ୍ରିଏସନ କରିବାକୁ ଯୋଜନା କରିଛି।
ଉଲ୍ଲେଖଯୋଗ୍ୟ, ଆଲବମ୍ ସୁଟିଂ ବାହାନାରେ ନାବାଳିକା ଅଭିନେତ୍ରୀଙ୍କ ହାତଗୋଡ଼ ବାନ୍ଧି ରାତିସାରା ଦୁଷ୍କର୍ମ କରିବା ଏବଂ ଏହାକୁ ରେକର୍ଡିଂ କରିଥିଲେ ସରୋଜ। ଘଟଣା ଘଟିବା ପରେ ନାବାଳିକାଙ୍କର କ୍ୟାପିଟାଲ୍ ହସ୍ପିଟାଲରେ ଡାକ୍ତରୀମାଇନା କରାଯାଇଥିଲା। ଭରତପୁର ଶିବ ମନ୍ଦିର ଗଳିସ୍ଥିତ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଘରକୁ ଭରତପୁର ଥାନା ପୁଲିସ ସିଲ୍ କରିଥିଲା। ପ୍ରଥମେ ସାଇଣ୍ଟିଫିକ୍ ଟିମ୍ ସହ ପୁଲିସ ଘରକୁ ଯାଇ ଛାନଭିନ୍ କରିଥିଲା। ଉକ୍ତ ଘରୁ ସାଇଣ୍ଟିଫିକ୍ ଟିମ୍ ବେଡସିଟ୍, କପଡ଼ା, ଅନ୍ତବସ୍ତ୍ର, ପୁଲିସ ପୋଷାକ, ନକଲି ବନ୍ଧୁକ, ପ୍ରେସ୍ କାର୍ଡ ଓ ବୁମ୍, କ୍ୟାମେରା ଓ ଟ୍ରାଇପଡ୍ ଷ୍ଟାଣ୍ଡ୍ ଜବତ କରାଯାଇଥିଲା।

Share Now:

Kalinga News Beuro

Next Post

ମାଲକାନଗିରିର ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରୁ ମିଳିଲା ନଗଦ ୧ କୋଟି ୩୬ ଲକ୍ଷ ୩୫ ହଜାର ଟଙ୍କା ଓ ୧ କିଲୋ ୨୦୦ ଗ୍ରାମ୍ ସୁନା

Mon Mar 28 , 2022
ମାଲକାନଗିରି: ଓଡ଼ିଶା ଭିଜିଲାନ୍ସ ଇତିହାସରେ ଏକ ବିରଳ ଘଟଣା ଦେଖିବାକୁ ମିଳିଛି। ମାଲକାନଗିରିର ଭିଜିଲାନ୍ସ ପକ୍ଷରୁ ଗ୍ରାମ୍ୟ ନିର୍ମାଣ ଡିଭିଜନ-୧ର ଅଧୀକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାସଙ୍କ ଆୟବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଚଢଉ କରାଯିବା ପରେ ତାଙ୍କ ଘରୁ ନଗଦ ୧ କୋଟି ୩୬ ଲକ୍ଷ ୩୫ ହଜାର ଟଙ୍କା ଓ ୧ କିଗ୍ରା ୨୦୦ ଗ୍ରାମ୍ ସୁନା ମିଲିଲାଣି। ଭିଜିଲାନ୍ସ ଇତିହାସରେ ପ୍ରଥମ ଥର ପାଇଁ ଏତେ […]
ମାଲକାନଗିରିର ଅଧୀକ୍ଷଣ ଯନ୍ତ୍ରୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial