ପୁଲିସ ଭ୍ୟାନ୍‌କୁ ଧକ୍କା ଦେଇ ଗଞ୍ଜେଇ ଭର୍ତ୍ତି ଗାଡ଼ି ଦୁର୍ଘଟଣାଗ୍ରସ୍ତ

ଗଞ୍ଜେଇ ଭର୍ତ୍ତି ଗାଡ଼ି ଦୁର୍ଘଟଣାଗ୍ରସ୍ତ

କଣ୍ଟାମାଳ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଗାନ୍ଧୀଛକ ନିକଟ ବାଇପାସ୍‌ ରାସ୍ତାରେ ଶୁକ୍ରବାର ରାତି ୯ଟାରେ ଏକ ଅଭାବନୀୟ ଘଟଣା ଘଟିଛି। ପୁଲିସ ଭ୍ୟାନ୍‌-୧୧୨କୁ ଧକ୍କା ଦେଇ ଏକ ଗଞ୍ଜେଇ ଭର୍ତ୍ତି କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ପୁଲିସର ସୂଚନା ଅନୁସାରେ, ଶୁକ୍ରବାର ରାତିରେ ଗାନ୍ଧିଛକ ନିକଟ ବାଇପାସରେ ମନମୁଣ୍ଡା ଥାନା ଏଏସ୍‌ଆଇ ବୁଦ୍ଧଦେବ ସାହୁଙ୍କ ତତ୍ତ୍ବାବଧାନରେ ଯାନବାହନ ଯାଞ୍ଚ କରାଯାଉଥିଲା।
ଏହି ସମୟରେ ଶଗଡ଼ା ପଟରୁ ଉକ୍ତ ଗଞ୍ଜେଇଭର୍ତ୍ତି କାର୍‌ (ସିଜି ୧୧ଏମ୍‌ ୪୦୭୯) ଦ୍ରୁତଗତିରେ ଆସୁଥିବା ଦେଖି ମୁତୟନ ଥିବା ପୁଲିସ କର୍ମଚାରୀ ଅଟକାଇବାକୁ ଚେଷ୍ଟା କରିଥିଲେ। ହେଲେ ଚାଳକ ଗାଡ଼ିକୁ ନଅଟକାଇ ଖସି ପଳାଇବାକୁ ଉଦ୍ୟମ କରିଥିଲା। ଫଳରେ ସାମନାରେ ଥିବା ପୁଲିସ ପେଟ୍ରୋଲିଂ ଭ୍ୟାନ୍‌କୁ ଧକ୍କା ଦେଇ କାର୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କାର୍‌ରେ ଥିବା ୩ ଜଣଙ୍କ ମଧ୍ୟରୁ ଜଣକୁ ପୁଲିସ ଗୋଡ଼ାଇ ଧରିଥିଲା ଏବଂ ଅନ୍ୟ ୨ ଜଣ ଫେରାର୍‌ ହୋଇଯାଇଥିଲେ। ଏ ସମ୍ପର୍କରେ ଥାନା ଆଇଆଇସି ଅଶ୍ବିନୀ ଭିତିରିଆଙ୍କୁ ପଚାରିବାରୁ ତଦନ୍ତ ଚାଲିଛି, ଶନିବାର ସବିଶେଷ ତଥ୍ୟ ଦିଆଯିବ ବୋଲି ସେ କହିଥିଲେ।

Share Now:

Kalinga News Beuro

Next Post

ଡାହାଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା ଘଟଣା: ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡ

Fri Oct 28 , 2022
ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ଥାନା ଅନ୍ତର୍ଗତ ରତାଖଣ୍ଡି ଗ୍ରାମରେ ଡାହାଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା ଘଟଣାରେ ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏହାସହ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ତିନି ଜଣ ମହିଳାଙ୍କୁ ଦୁଇବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ରାଉରକେଲା ଏଡିଜେ ୧ କୋର୍ଟ ଆଜି ଦଣ୍ଡବିଧାନ ଶୁଣାଣି କରିଛନ୍ତି। ସୂଚନାଯୋଗ୍ୟ, ୨୦୧୮ ମସିହା ମାର୍ଚ୍ଚ ଦୁଇ ତାରିଖ ହୋଲିପର୍ବ ଦିନ ରାତି ୮ ଟା […]
୧୧ ଜଣଙ୍କୁ ଆଜୀବନ କାରାଦଣ୍ଡ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial