୧୩ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

୧୩ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୁଲିସ ଓ ଅବକାରୀ ବିଭାଗ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରି ଗଞ୍ଜେଇ ଗଛ ନଷ୍ଟ କରିବାରେ ଲଗାତାର ସଫଳତା ହାସଲ କରି ଚାଲିଛି। ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ବିବେଦୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଚିତ୍ରକୋଣ୍ଡା ଏବଂ ଓର୍କେଲ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି। ଦୁର୍ଗମରୁ ଅତି ଦୁର୍ଗମ ଅଞ୍ଚଳରେ ଲୋକେ ବେଆଇନ ଗଞ୍ଜେଇ ଚାଷ କରି ବେଶ ରୋଜଗାର କରୁଥିବା ବେଳେ ପୁଲିସ ଏବଂ ଅବକାରୀ ବିଭାଗ ଏହାକୁ ନଷ୍ଟ କରିବାରେ ସଫଳ ହୋଇଛି। ଏହି କ୍ରମରେ ଆଜି ପୁଣି ଚିତ୍ରକୋଣ୍ଡା ପୁଲିସ ତରଫରୁ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ପୁରୁଣାପାଣି ଏବଂ ରଥଗୁଡା ଗ୍ରାମ ନିକଟରେ ଲଗାଯାଇଥିବା ୩୮ ଏକର ସରକାରୀ ଜମିରେ ପ୍ରାୟ ୫୭ ହଜାର ଗଞ୍ଜେଇ ଗଛକୁ କାଟି ପୋଡି ଦିଆଯାଇଛି। ଏଥିସହ ଓର୍କେଲ ଥାନା ଅନ୍ତର୍ଗତ କୋତାପାଲୀ କଲୋନୀରେ ଚଢାଉ କରାଯାଇ ୫୨ ଏକର ସରକାରୀ ଜମିରେ ଲଗାଯାଇଥିବା ୭୮ ହଜାର ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ୧୩ କୋଟିରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି। ଏହି ଦୁର୍ଗମ ଅଞ୍ଚଳରେ ନକ୍ସଲଙ୍କ ଭୟ ରହିଥିବାରୁ ପୁଲିସ କଡା ସୁରକ୍ଷା ବ୍ୟବସ୍ଥା କରି ଚଢାଉ କରିଥିଲା। ଏସଡିପିଓ ଅଂଶୁମାନ ଦ୍ବିବେଦୀଙ୍କ ନେତୃତ୍ବରେ ଲଗାତାର ଗଞ୍ଜେଇ ଚାଲାଣ ଏବଂ ଗଞ୍ଜେଇ ଗଛ ନଷ୍ଟ କରିବାରେ ସଫଳତା ପାଉଛି। ପ୍ରକାଶ ଥାଉକି ସ୍ବାଭିମାନ ଅଞ୍ଚଳର ଅତି ଦୁର୍ଗମ ଅଞ୍ଚଳରେ ଏକର ଏକର ଗଞ୍ଜେଇ ଚାଷ ଏବେ ମଧ୍ୟ କରାଯାଉଛି। ଏହି ଅଞ୍ଚଳରେ ପୁଲିସ କିମ୍ବା ଅବକାରୀ ବିଭାଗର କର୍ମଚାରୀ ପହଞ୍ଚିବା ଏକ ପ୍ରକାର ମୁସକିଲ କହିଲେ ଅତ୍ୟୁକ୍ତି ହେବ ନାହିଁ। କିନ୍ତୁ ଆଗାମୀ ଦିନରେ ଏହି ସବୁ ଅଞ୍ଚଳରେ ପୁଲିସ ନିଶ୍ଚିତ ଭାବେ ପହଞ୍ଚିବ ବୋଲି ଏସଡିପିଓ ଶ୍ରୀ ଦ୍ବିବେଦୀ ପ୍ରକାଶ କରିଛନ୍ତି। ଜିଲ୍ଲାକୁ ଗଞ୍ଜେଇ ମୁକ୍ତ କରାଯିବ ବୋଲି କୁହାଯାଇଛି।

Share Now:

Kalinga News Beuro

Next Post

ଡିଆରଡିଓ ପକ୍ଷରୁ ସ୍ମାଟ୍ ମିସାଇଲର ସଫଳ ପରୀକ୍ଷଣ

Mon Dec 13 , 2021
ଭୁବନେଶ୍ବର : ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ବା ଡିଆରଡିଓ ପକ୍ଷରୁ ସୁପରସୋନିକ ମିସାଇଲ ଆସିଷ୍ଟେଡ୍ ଟର୍ପେଡୋ ସିଷ୍ଟମ ବା ସ୍ମାଟ୍ ର ସଫଳ ପରୀକ୍ଷଣ କରାଯାଇଛି। ଆଜି ଏହି ଟର୍ପେଡୋ ସିଷ୍ଟମକୁ ଓଡ଼ିଶାର ଭଦ୍ରକ ଜିଲ୍ଲା ଉପକୂଳରେ ଥିବା ଅବଦୁଲ କାଲାମ ଦ୍ବୀପରୁ ଏହାର ସଫଳ ପରୀକ୍ଷଣ କରାଯାଇଛି। ପାରମ୍ପରିକ ଟର୍ପେଡୋ ସିଷ୍ଟମ ତୁଳନାରେ ଏହା ଆହୁରି ସ୍ମାର୍ଟ ଓ ଘାତକ। ଏହା ଭାରତର ଆଣ୍ଟି-ସବମେରାଇନ […]
ଡିଆରଡିଓ ପକ୍ଷରୁ ସ୍ମାଟ୍ ମିସାଇଲର ସଫଳ ପରୀକ୍ଷଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial