୨୦ ବର୍ଷ ହେଲା ଜରିପାଲ ତଳେ ଜୀବନ

ଜରିପାଲ ତଳେ ପରିବାର

ରାସନ କାର୍ଡ କି ଭତ୍ତା ନାହିଁ,ଦୁର୍ଦ୍ଦିନରେ କର୍କଟ ଆକ୍ରାନ୍ତ ଶଙ୍କର

କଟକ: ଭୋଟ ବେଳକୁ ନେତାମାନେ ଟଙ୍କା ଦେଇ ଭୋଟ କିଣିନେଉଛନ୍ତି। ହେଲେ ଭତ୍ତା କି ରାସନକାର୍ଡ ସୁବିଧା ହିତାଧିକାରୀଙ୍କୁ ମିଳିପାରୁନି। ଏଭଳି ଦୁର୍ଦ୍ଦିନ ଭିତରେ ଜୀବନ କାଟୁଛନ୍ତି ମହାନଦୀବିହାର ନିକଟସ୍ଥ ଗାନ୍ଧୀପଲ୍ଲୀ ପାଖରେ ରହୁଥିବା ଶଙ୍କର ଚମ୍ପିଆନଙ୍କ ପରିବାର। ପରିବାର କହିଲେ ଶଙ୍କରଙ୍କ ମା’ ଜାନକୀ ଓ ସ୍ତ୍ରୀ ସାବିତ୍ରୀ ଜେନା। ଘର ନଥିବାରୁ ୨୦ ବର୍ଷରୁ ଅଧିକ ସମୟ ଧରି ଏମାନେ ଜରିପାଲ ଭିତରେ ଜୀବନ ବିତାଉଛନ୍ତି।
ଶଙ୍କର ପୂର୍ବରୁ କୁଷ୍ଠରୋଗରେ ପୀଡ଼ିତ ଥିଲେ ବି ବିଭିନ୍ନ ସ୍ଥାନରେ ମୂଲ ଲାଗି ଅଳ୍ପ କିଛି ରୋଜଗାର କରୁଥିଲେ। ଏଠୁସେଠୁ ଜରି ଗୋଟାଇ ବି ବିକ୍ରି କରୁଥିଲେ। ମା’ ଓ ସ୍ତ୍ରୀ ମଧ୍ୟ ପର ଘରେ କାମ କରି କିଛି ରୋଜଗାର କରି ସେଥିରେ ସହଯୋଗ କରିଥାଆନ୍ତି। ତେବେ କରୋନା ସମୟରେ କେହି ଘରେ କାମ କରାଉ ନଥିବାରୁ ଏବେ ପୂରା ପରିବାର ଶଙ୍କରଙ୍କ ଉପରେ ନିର୍ଭର କରୁଛି। ହେଲେ ଶଙ୍କର ଅସୁସ୍ଥ ଥିବାରୁ ପରିବାରର ମେରୁଦଣ୍ଡ ଭାଙ୍ଗିବା ଅବସ୍ଥାରେ। ୩ବର୍ଷ ତଳେ ପାଇଲ୍ସରୁ ରୋଗ ବଢ଼ି ବଢ଼ି କର୍କଟ ହୋଇଛି। ଗତ ମେ’ ମାସ ୨୬ ତାରିଖରେ ସେ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ଅସ୍ତ୍ରୋପଚାର ଓ ଚିକିତ୍ସା ପରେ ରବିବାର ଘରକୁ ପଠାଇ ଦିଆଯାଇଛି। ହେଲେ ଏପରି ଅବସ୍ଥାରେ ସେ କାମକୁ ଯିବା କିମ୍ବା ଜରି ଗୋଟାଇବା ସମ୍ଭବ ହେଉନି। ସେ ମେଡିକାଲରେ ଥିବାବେଳେ ମା’ଙ୍କୁ ଅନ୍ୟମାନେ ଖାଇବା ଯୋଗାଇ ଦେଉଥିଲେ। ହେଲେ, ଏବେ ସେ ଫେରିବା ପରେ ପରିବାର ଚଳିବା କଷ୍ଟକର ହୋଇପଡ଼ିଛି। ତାଙ୍କ ପାଇଁ ପ୍ରଶାସନ ତୁରନ୍ତ କିଛି ବ୍ୟବସ୍ଥା କରିବାକୁ ଦାବି ହୋଇଛି।

Share Now:

Kalinga News Beuro

Next Post

ରଜରେ ବିକିଲେ ଗୋଧି ମାଂସ, ଚମଡ଼ା : ୨ ଗିରଫ

Tue Jun 15 , 2021
୮ ଜୀବନ୍ତ ଗୋଧି ଉଦ୍ଧାର,ଘଟଣାସ୍ଥଳରେ ଉତ୍ତେଜନା ଭୁବନେଶ୍ବର : ରଜ ଭଳି ପର୍ବରେ ରାଜଧାନୀରେ ବିକ୍ରି ହେଉଥିଲା ଗୋଧି ମାଂସ ଓ ଚମଡ଼ା। ଚୀନ ଓ ଥାଇଲାଣ୍ଡ ଭଳି ସ୍ପଷ୍ଟ ଦିବାଲୋକରେ ଏଭଳି କାରବାର ହେଉଥିବା ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ତେବେ ସକାଳଠୁ ଏହି ବେପାର ଚାଲିଲେ ମଧ୍ୟ ପୁଲିସ କି ବନ ବିଭାଗ କାହାରି ଆଖିରେ ପଡ଼ିଲାନି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ମଧ୍ୟ […]
ରଜରେ ବିକିଲେ ଗୋଧି ମାଂସ-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial