ୟୁଜି, ପିଜି ପରୀକ୍ଷାକୁ ନେଇ ଆଶା ଆଶଙ୍କାରେ ଛାତ୍ରଛାତ୍ରୀ

ଆଶା ଆଶଙ୍କାରେ ୟୁଜି, ପିଜି ପରୀକ୍ଷା

ଭୁବନେଶ୍ୱର : ରାଜ୍ୟରେ ପିଜି ଓ ୟୁଜିର ଶେଷ ସେମିଷ୍ଟର ପରୀକ୍ଷା ହେବ ନା ନାହିଁ? ଯଦି ହେବ ତେବେ କେବେ? ଗୋଟେପଟେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପରୀକ୍ଷାକୁ ବାଧ୍ୟତାମୂଳକ କରିଥିବା ବେଳେ ଅନ୍ୟପଟେ ରାଜ୍ୟ ସରକାର ପରୀକ୍ଷା ବାତିଲ କରିବାକୁ ଘୋଷଣା କରିସାରିଛନ୍ତି। ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରୁ ନାହିଁ। ଯେଉଁଥିପାଇଁ ଛାତ୍ରଛାତ୍ରୀ ଆଶା ଆଶଙ୍କାରେ ଦିନ କାଟୁଛନ୍ତି। କ’ଣ ହେବ ପରୀକ୍ଷାର ଭାଗ୍ୟ ତାହାକୁ ଅନେଇ ବସିଛନ୍ତି। ଅନ୍ୟପକ୍ଷରେ ପିଜି ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ କରିସାରିଛି ଏବଂ ଆବେଦନ ମଧ୍ୟ ଆରମ୍ଭ ହୋଇଛି। ଶେଷ ସେମିଷ୍ଟର ପରୀକ୍ଷାକୁ ନେଇ ଅନିଶ୍ଚିତତା ଲାଗି ରହିଥିବା ବେଳେ ପିଜି ଏକକ ପ୍ରବେଶିକା ପରୀକ୍ଷା ପାଇଁ ଛାତ୍ରଛାତ୍ରୀ କିଭଳି ପ୍ରସ୍ତୁତ ହେବେ ତାହାକୁ ନେଇ ପ୍ରଶ୍ନ ଉଠିଛି। ତେବେ ପରୀକ୍ଷା ସମ୍ପର୍କିତ ମାମଲାର ଶୁଣାଣି ମଙ୍ଗଳବାର ସୁପ୍ରିମକୋର୍ଟରେ ରହିଥିବାରୁ ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।
ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଆଜି ଏ ସମ୍ପର୍କରେ ଗଣମାଧ୍ୟମକୁ କହିଛନ୍ତି ଯେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟରେ ପରୀକ୍ଷା ବାତିଲ କରାଯାଇଛି। ବିକଳ୍ପ ମୂଲ୍ୟାୟନ ପ୍ରକ୍ରିୟାରେ ଫଳ ପ୍ରକାଶ କରାଯିବ। ସୁପ୍ରମିକୋର୍ଟରେ ଏବେ ମାମଲା ଚାଲିଛି ଏବଂ ରାଜ୍ୟର ନିଷ୍ପତ୍ତି ସମ୍ପର୍କରେ କୋର୍ଟଙ୍କୁ ଅବଗତ କରାଯାଇଛି। କୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ ଯାହା କିଛି ନିଷ୍ପତ୍ତି ନିଆଯିବ। ଜାତୀୟ ଶିକ୍ଷା ନୀତି-୨୦୨୦ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି ବିଜେଡିର କଳା, ସଂସ୍କୃତି ଓ ମାନବ ସମ୍ବଳ ଶାଖା ପକ୍ଷରୁ ଶିକ୍ଷାବିତ୍‌, ବୁଦ୍ଧୀଜିବୀ, ଅଧ୍ୟାପକ, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସହ ଆଲୋଚନା କରାଯାଇଛି। ସମସ୍ତଙ୍କ ମତ ଓ ଶିକ୍ଷାନୀତିର ୬୭ ପୃଷ୍ଠାର ଡ୍ରାଫ୍ଟକୁ ଭଲ ଭାବେ ଅନୁଧ୍ୟାନ କରାଯିବ। ରାଜ୍ୟର ହିତ ଦୃଷ୍ଟିରୁ ଯାହା ଭଲ ହେବ ସେନେଇ କେନ୍ଦ୍ରକୁ ଅବଗତ କରାଯିବ।

Share Now:

Kalinga News Beuro

Next Post

ମଞ୍ଜରୀଦେବୀ ନର୍ସିଂ କଲେଜ ହେବ କୋଭିଡ୍‌ କେୟାର ସେଣ୍ଟର

Tue Aug 18 , 2020
ବାଲିଅନ୍ତା : ବାଲିଅନ୍ତା ପଞ୍ଚାୟତ ରୋଡ୍‌ସ୍ଥିତ ମଞ୍ଜରୀ ଦେବୀ ନର୍ସିଂ କଲେଜକୁ ୨ ଶହ ଶଯ୍ୟା ବିଶିଷ୍ଟ କୋଭିଡ୍‌ କେୟାର ସେଣ୍ଟର କରାଯିବ ବୋଲି ସ୍ଥିର ହୋଇଛି। ଏନେଇ ଆଜି ପୂର୍ବାହ୍ନରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ କଲେଜ ପରିସରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। କଲେଜର ଭିତର ଓ ବାହାର ବୁଲି ଦେଖିବା ସହ ପରିମଳ ଓ ପାର୍କିଂ ବ୍ୟବସ୍ଥା ପରଖିଥିଲେ। ଏହି […]
ମଞ୍ଜରୀଦେବୀ ନର୍ସିଂ କଲେଜ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial