ଭୁବନେଶ୍ୱର: ପୃଥିବୀର ବିଭିନ୍ନ ସ୍ଥାନରେ ଏବେ ରାଜ୍ୟ ରାଜ୍ୟ ଓ ଦେଶ ଦେଶ ଭିତରେ ନାନା କାରଣରୁ ଅଶାନ୍ତକର ବାତାବରଣ ବୃଦ୍ଧି ପାଇ ଚାଲିଛି। ଏଣୁ କେତେକ ବୁଦ୍ଧିଜୀବୀ ପ୍ରତିକ୍ରିୟାଶୀଳ ହୋଇ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ଗଠିତ ଜାତିସଂଘକୁ ସକ୍ରିୟ କରିବା ନିମନ୍ତେ ଅଣ୍ଟା ଭିଡିଛନ୍ତି। ଏ ସମ୍ପର୍କରେ ଥିଙ୍କରସ କ୍ଲବ ପକ୍ଷରୁ ଏକ ଆଭାସୀ ମାଧ୍ୟମରେ ଆଲୋଚନାଚକ୍ର ଆୟୋଜିତ ହୋଇ ସ୍ମାରକପତ୍ର ପ୍ରସ୍ତୁତି ନିମନ୍ତେ ପ୍ରସ୍ତାବ ଆହ୍ୱାନ କରାଯାଇଥିଲା। ପୂର୍ବରୁ ଜାତିସଂଘରେ କାର୍ଯ୍ୟକରିଥିବା ଶ୍ରୀ ବିବେକ ପଟ୍ଟନାୟକ ମୁଖ୍ୟବକ୍ତା ଓ ଡଃ ନନ୍ଦନନ୍ଦନ ଦାସ ବକ୍ତା ଭାବେ ଯୋଗଦେଇ ବିଷଦ ଭାବେ ଆଲୋଚନା କରିଥିଲେ। ଥିଙ୍କରସ କ୍ଲବର ସଭାପତି ବରାଦ ଦାସ ସଂଯୋଜନା କରିଥିଲେ। ଆମେରିକାରୁ କୁକୁ ଦାସ ,ଟିଟିଲାଗଡ଼ରୁ ଡଃ ଶିବ ବେହେରା, ମୁଖ୍ୟ ମେରାଇନ ଯନ୍ତ୍ରୀ ସୀତାରାମ ବେହେରା, ଡଃ କପିଳେଶ୍ୱର ମିଶ୍ର, ଜଗନ୍ନାଥ ଦାସ, ଦେବ ନନ୍ଦନ ଦାସ ପ୍ରମୁଖ ପ୍ରସ୍ତାବମାନ ଦେଇଥିଲେ। ସ୍ମାରକ ପତ୍ର ପ୍ରସ୍ତୁତ ପରେ ଜାତିସଂଘକୁ ପ୍ରଦାନ କରାଯିବ ବୋଲି ଅନୁଷ୍ଠାନର ସଭାପତି କହିଥିଲେ।
ଥିଙ୍କରସ କ୍ଲବର ୯ମ ୱେବିନାର : ପୃଥିବୀରେ ଶାନ୍ତି ପାଇଁ ଜାତିସଂଘକୁ ପ୍ରସ୍ତାବ

Share Now: