ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗି ୬ ଗୁରୁତର

ଗ୍ୟାସ ସିଲିଣ୍ଡର ସଜାଡ଼ୁଥିବା ବେଳେ ଲାଗିଲା ନିଆଁ

ଖୋର୍ଦ୍ଧା: ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ୬ ଜଣ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି। ଖୋର୍ଦ୍ଧା ବେଗୁନିଆ ଥାନା ଗଡ଼ମାଣିତ୍ରୀ ଗାଁରେ ଘଟିଛି ଏଭଳି ଅଘଟଣ। ଆହତମାନେ ସମସ୍ତେ ଗୋଟିଏ ପରିବାରର। ଆହତମାନଙ୍କ ମଧ୍ୟରୁ ୩ ମହିଳା ଜଣେ ଶିଶୁ ସମେତ ୬ ଗୁରୁତର ହୋଇଛନ୍ତି। ଘରେ ଗ୍ୟାସ ଚୁଲା ନଜଳିବାରୁ ସଜାଡ଼ିବା ବେଳେ ଅଘଟଣ ଘଟିଥିଲା। ସମସ୍ତ ୬ ଗୁରୁତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗତକାଲି ସନ୍ଧ୍ୟା ୭ରୁ ୮ଟା ବେଳେ ବେଗୁନିଆ ଥାନା ଗଡ଼ମାଣିତ୍ରୀ ଗାଁର ଅଜୟ ରାଉତରାୟଙ୍କ ଘରେ ପରିବାର ଲୋକେ ଖାଇବା ପାଇଁ ଏକାଠି ହୋଇଥିଲେ। ଖାଇବା ପୂର୍ବରୁ ରନ୍ଧା ଯାଇଥିବା ଖାଦ୍ୟକୁ ଗରମ କରିବା ପାଇଁ ଗ୍ୟାସ ଚୁଲାରେ ନିଆଁ ଲଗା ଯାଇଥିଲା। ମାତ୍ର ଗ୍ୟାସ ଚୁଲା ଜଳି ନଥିଲା। ତେବେ ଗ୍ୟାସ ଚୁଲା ସଜଡା ଚାଲିଥିବା ବେଳେ ହଠାତ ନିଆଁ ଲାଗି ଯାଇଥିଲା। ଫଳରେ ପରିବାର ୬ ଜଣ ନିଆଁରେ ପୋଡ଼ି ଯାଇଥିଲା। ନିଆଁ ଜଳୁଥିବା ଦେଖି ପଡ଼ୋଶୀମାନେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଅନ୍ୟପକ୍ଷରେ ବେଗୁନିଆଁ ଅଗ୍ନିଶମ କର୍ମଚାରୀମାନେ ଗାଁରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

Share Now:

Kalinga News Beuro

Next Post

ପରଲୋକରେ ଯଶୋବନ୍ତ ସିଂହ

Mon Sep 28 , 2020
ସେ ଥିଲେ ସେନାଧିକାରୀ, ରାଷ୍ଟ୍ରନୀତିଜ୍ଞ ଏବଂ ବିଜେପିର ସଙ୍କଟମୋଚକ ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପିର ପ୍ରତିଷ୍ଠାତା ସଭ୍ୟ ଯଶୋବନ୍ତ ସିଂହଙ୍କର ଗତକାଲି ପରଲୋକ ଘଟିଛି। ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ଜଣେ ଘନିଷ୍ଠ ସହଯୋଗୀ ଯଶୋବନ୍ତ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ଗତକାଲି ସକାଳେ ତାଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇଯାଇଛି। ରାଜସ୍ଥାନ ବାସିନ୍ଦା ଯଶୋବନ୍ତ ସିଂହ […]
ଯଶୋବନ୍ତ ସିଂହ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial