ଢେଙ୍କାନାଳରେ ୨୨ ଟିକିଆ ହାତୀପଲ : ଏକର ଏକର ଫସଲ ନଷ୍ଟ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଷଡ଼ଙ୍ଗୀ ବାଇସିଙ୍ଗା ପଞ୍ଚାୟତ ବଲ୍ଲଭ ଗାଁ ନିକଟରେ ୨୨ ଟିକିଆ ହାତୀ ପଲକୁ ଦେଖିବାକୁ ମିଳିଛି। ଗାଁରେ ପଶି ହାତୀ ପଲ ଘରଦ୍ୱାର ଭାଙ୍ଗିବା ସହ ଏକର ଏକର ଫସଲ ନଷ୍ଟ କରିଚାଲିଛନ୍ତି । ଏହି ହାତୀ ପଲ ଭୂବନ ପଟୁ ନଦୀ ପାର ହୋଇ ଗାଁ ଭିତରେ ପଶି ଆତଙ୍କ ଖେଳାଇଚାଲିଛନ୍ତି। ସେହିଭଳି ଚାଷ ଜମିରେ ହାତୀ ପଲ ପଶି ରହିଛନ୍ତି। ବର୍ଷକ ଅମଳ ଫସଲ ହାତୀ ଉଜାଡ଼ିବାକୁ ବସିଥିବା ବେଳେ ହାତୀ ଘଉଡ଼ାଇବାକୁ ଚାଷୀ ବନ ବିଭାଗକୁ ଅନୁରୋଧ କରିଛନ୍ତି। ହାତୀ ପଲ ଗାଁରୁ ନେଇ ଧାନ କ୍ଷେତରେ ପଶି ରହିଛନ୍ତି। ଏବେ ଷଡଙ୍ଗୀ ରେଞ୍ଜ ପକ୍ଷରୁ ଏକ ଟିମ୍ ସେଠାକୁ ଯାଇ ହାତୀଙ୍କ ଗତିବିଧି ଉପରେ ନଜର ରଖିଛି।

Share Now:

Kalinga News Beuro

Next Post

ପାଣି ପାଇଁ କଲବଲ ଅଧା ରାଜଧାନୀ : ପାଣି ଯୋଗାଇ ପାରିଲେନି, ବିଭିନ୍ନ ସ୍ଥାନରେ ଉତ୍ତେଜନା

Sun Dec 10 , 2023
ଭୁବନେଶ୍ୱର: କେଉଁ ଉପାନ୍ତ ଅଞ୍ଚଳ ନୁହେଁ, ରାଜ୍ୟ ସରକାରଙ୍କ ସ୍ୱପ୍ନର ପ୍ରକଳ୍ପ ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ କାର୍ଯ୍ୟକାରୀ ହେଉଥିବା ତଥା ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ପାଣି ପାଇଁ ହାହାକାର ପଡ଼ିଛି। ଅଧା ଭୁବନେଶ୍ୱରରେ ଆଜି ଜଳ ଯୋଗାଣ ବନ୍ଦ ରହିଛି। କୁଆଖାଇରୁ ପାଣି ଉଠାଉଥିବା ପାଇପ୍‌ ଫାଟି ଯିବାରୁ ସହରର ଅଧା ଅଞ୍ଚଳରେ ଥିବା ପ୍ରାୟ ୮୦ ହଜାର ପରିବାର ଏଥିରେ ପ୍ରଭାବିତ ହୋଇଛନ୍ତି। ସକାଳ ୬ରୁ ଜଳ ଯୋଗାଣ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial