ସୀମାନ୍ତ ତେଲେଙ୍ଗାନା ପୁଲିସ ନିକଟରେ ୬ ନକ୍ସଲଙ୍କ ଆତ୍ମସମର୍ପଣ

ପୁଲିସ ନିକଟରେ ୬ ନକ୍ସଲ ଆତ୍ମସମର୍ପଣ

ମାଲକାନଗିରି: ସୀମାନ୍ତ ତେଲେଙ୍ଗାନା ପୁଲିସ ନିକଟରେ ୬ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ନିଷିଦ୍ଧ ମାଓବାଦୀଙ୍କ ଆତ୍ମସମର୍ପଣ କାର୍ଯ୍ୟକ୍ରମ ଯାହା ସଫଳ ଫଳାଫଳ ପ୍ରଦାନ କରୁଛି “ଅପରେସନ୍ ଚାୟୁଥା”। ଆଜି ଛତିଶଗଡର କିଷ୍ଟରାମ ଥାନା ଅଧୀନରେ ଥିବା ତେଲେଙ୍ଗାନା-ଛତିଶଗଡ଼ ସୀମାବର୍ତ୍ତୀ ଗ୍ରାମ ଡୋକାପୁଡୁ ଏବଂ ପୁଟ୍ଟାପଡୁରୁ ନିଷିଦ୍ଧ ସିପିଆଇ ମାଓବାଦୀ ପାର୍ଟିରେ ଡେପୁଟି କମାଣ୍ଡର ତଥା କମିଟିର ସଦସ୍ୟ ଭାବରେ କାର୍ଯ୍ୟ କରୁଥିବା ୬ ଜଣ ନକ୍ସଲ ଭଦ୍ରାଦୀ କୋଥାଗୁଡେମ୍ ଜିଲ୍ଲା ପୋଲିସ୍ ଏବଂ ୧୪୧ ସିଆରପିଏଫ ବାଟାଲିୟନ ଅଧିକାରୀଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛନ୍ତି।
ଆତ୍ମସମର୍ପଣ କରିଥିବା ନକ୍ସଲମାନେ ହେଲେ ରାବଣ ସନ୍ନା, ମୁସିକି ସନ୍ନା ଅରଫ ଶ୍ରୀନୁ, ମାଡାକମ୍ ଯୋଗ, କୋଭାସୀ ମଙ୍ଗଳା, ରାବକା ଲାକ୍କା, ଏବଂ କୁର୍ତ୍ତମ୍ ପୋଜା।ପୁଲିସ ଅଧିକାରୀଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ଉପରୋକ୍ତ ୬ ଜଣ ଗତ କିଛି ବର୍ଷ ହେଲା ତେଲେଙ୍ଗାନା ରାଜ୍ୟର ଚାର୍ଲା ଏରିଆ କମିଟି ଏବଂ ଛତିଶଗଡ ରାଜ୍ୟ କିଷ୍ଟରାମ ଏରିଆ କମିଟିର ସଶସ୍ତ୍ର ବାହିନୀ ସହିତ ନିଷିଦ୍ଧ ସିପିଆଇ-ମାଓବାଦୀ ପାର୍ଟିର ମିଲିଟାରୀ ତଥା କମିଟି ସଦସ୍ୟ ଭାବରେ କାର୍ଯ୍ୟ କରିଆସୁଥିଲେ। ତେଲେଙ୍ଗାନା-ଛତିଶଗଡ ସୀମାବର୍ତ୍ତୀ ଅଞ୍ଚଳରେ ହିଂସା ଘଟାଇବା ସହ ପୁଲିସ କର୍ମଚାରୀଙ୍କୁ ହତ୍ୟା କରିବା ପାଇଁ ଲ୍ୟାଣ୍ଡମାଇନ ବୋମା ଲଗାଇଥିଲେ।ପାର୍ଟିରେ କୌଣସି ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ କାମ କରାଯାଉନଥିବା ସହ ନିରୀହ ଜନତା ଏବଂ ବିକାଶକୁ ବିରୋଧ କରୁଥିବାରୁ ଏମାନେ ଦଳ ଛାଡିଥିବା କହିଥିଲେ। ଏହି କାର୍ଯ୍ୟକ୍ରମରେ ଏଏସପି ପାରିତୋଶ ପଙ୍କଜ, କମାଣ୍ଡାଣ୍ଟ ରିତେଶ ଠାକୁର, ସେକେଣ୍ଡ ଇନ କମାଣ୍ଡାଣ୍ଟ କମଲ ଭୀର ଯାଦବ, ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ରେଭାଥୀ ଅର୍ଜୁନନ୍, ସିଆଇ ବି ଅଶୋକ, ଏ.ରାଜୁ ଭର୍ମା, ପି. ଗଣେଶ ପ୍ରମୁଖ ଉପସ୍ଥିତ ଥିଲେ।

Share Now:

Kalinga News Beuro

Next Post

ଛଅ ମାସର ଅନ୍ତସତ୍ତ୍ଵା ସ୍ତ୍ରୀକୁ ଜାଳି ହତ୍ୟା କଲା ସ୍ୱାମୀ

Sun Apr 21 , 2024
ନୂଆଦିଲ୍ଲୀ: ପଞ୍ଜାବର ଅମୃତସରରୁ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଏଠା‌ରେ ଜଣେ ସ୍ୱାମୀ ଅନ୍ତସତ୍ତ୍ଵା ସ୍ତ୍ରୀକୁ ଜାଳି ଦେଇଥିବାର ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ,ଅମୃତସର ଜିଲ୍ଲାର ବ୍ୟାସ ପୁଲିସ ଷ୍ଟେସନ ଅଧୀନରେ ଥିବା ବାବା ବକାଲାର ବୁଲେନାଙ୍ଗାଲ ଗାଁରେ ଏହି ଘଟଣା ଘଟିଛି। ଗତ ଶୁକ୍ରବାର ଦିନ ସ୍ୱାମୀ ସୁଖଦେବ ସ୍ତ୍ରୀ ପିଙ୍କିଙ୍କ ମଧ୍ୟରେ କୌଣସି ଏକ ପ୍ରସଙ୍ଗକୁ ନେଇ ଯୁକ୍ତିତର୍କ ହୋଇଥିଲା। ଏଥିରେ ସ୍ୱାମୀ ସୁଖଦେବ ରାଗି ଯାଇ […]
ଅନ୍ତସତ୍ତ୍ବା ସ୍ତ୍ରୀକୁ ଜାଳି ହତ୍ୟା କଲା ସ୍ବାମୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial