ଛଅ ମାସର ଅନ୍ତସତ୍ତ୍ଵା ସ୍ତ୍ରୀକୁ ଜାଳି ହତ୍ୟା କଲା ସ୍ୱାମୀ

ଅନ୍ତସତ୍ତ୍ବା ସ୍ତ୍ରୀକୁ ଜାଳି ହତ୍ୟା କଲା ସ୍ବାମୀ

ନୂଆଦିଲ୍ଲୀ: ପଞ୍ଜାବର ଅମୃତସରରୁ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଏଠା‌ରେ ଜଣେ ସ୍ୱାମୀ ଅନ୍ତସତ୍ତ୍ଵା ସ୍ତ୍ରୀକୁ ଜାଳି ଦେଇଥିବାର ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ,ଅମୃତସର ଜିଲ୍ଲାର ବ୍ୟାସ ପୁଲିସ ଷ୍ଟେସନ ଅଧୀନରେ ଥିବା ବାବା ବକାଲାର ବୁଲେନାଙ୍ଗାଲ ଗାଁରେ ଏହି ଘଟଣା ଘଟିଛି। ଗତ ଶୁକ୍ରବାର ଦିନ ସ୍ୱାମୀ ସୁଖଦେବ ସ୍ତ୍ରୀ ପିଙ୍କିଙ୍କ ମଧ୍ୟରେ କୌଣସି ଏକ ପ୍ରସଙ୍ଗକୁ ନେଇ ଯୁକ୍ତିତର୍କ ହୋଇଥିଲା। ଏଥିରେ ସ୍ୱାମୀ ସୁଖଦେବ ରାଗି ଯାଇ ସ୍ତ୍ରୀ ପିଙ୍କିଙ୍କୁ ଖଟରେ ବାନ୍ଧି ନିଆଁ ଲଗାଇ ଦେଇଥିଲେ। ନିଆଁ ଲଗାଇବା ପରେ ଅଭିଯୁକ୍ତ ସୁଖଦେବ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ସୁଖଦେବ ଲଗାଇଥିବା ନିଆଁରେ ଫିଙ୍କିଙ୍କ ସମେତ ଘରର ସମସ୍ତ ଜିନିଷ ଜଳି ପାଉଁଶ ହୋଇଯାଇଥିଲା।
ପଡ଼ିଶାଲୋକ ଏ ଘଟଣା ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ନିଆଁ ଲଭି ସାରିଥିଲା। ଘର ଭିତରୁ ପିଙ୍କିଙ୍କ ମୃତଦେହକୁ ଜବତ କରି ପୁଲିସ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇ ଯାଞ୍ଚ ଆରମ୍ଭ କରିଛି। ଏହି ଘଟଣାରେ ସମ୍ପୃକ୍ତ ସୁଖଦେବକୁ ଗିରଫ ପାଇଁ ପୁଲିସ ତଦନ୍ତ ଆରମ୍ଭ କରି ଦେଇଛି। ପ୍ରକାଶିତ ରିପୋର୍ଟ ମୁତାବକ, ଫିଙ୍କି ୬ମାସର ଅନ୍ତସତ୍ତ୍ଵା ଥିଲେ। ତାଙ୍କ ପେଟରେ ଯାଆଁଳା ଛୁଆ ବଢ଼ୁଥିଲେ। ଯାହାଙ୍କ ଏହି ଅଗ୍ନିକାଣ୍ଡରେ ମା’ ସହିତ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି।

Share Now:

Kalinga News Beuro

Next Post

ବଞ୍ଚିଛି ଦାଉଦର ନଂ୧ ଶତ୍ରୁ : ୯ ବର୍ଷ ପରେ ଆସିଲା ନୂଆ ଫଟୋ

Mon Apr 22 , 2024
ନୂଆଦିଲ୍ଲୀ: ଦିଲ୍ଲୀର ତିହାର ଜେଲରେ ବନ୍ଦୀ ଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ଛୋଟା ରାଜନର ଏକ ନୂଆ ଫଟୋ ସାମନାକୁ ଆସିଛି। ଏଥିରେ ସେ ମାସ୍କ ପିନ୍ଧିଛି ଓ ବେଶ ସୁସ୍ଥ ଦେଖାଯାଉଛି। ଏହି ଫଟୋଟି ଗତ ୯ ବର୍ଷ ମଧ୍ୟରେ ଆସିଥିବା ଛୋଟା ରାଜନର ସବୁଠାରୁ ନୂଆ ଫଟୋ। ଛୋଟା ରାଜନର ଏହି ଫଟୋ ଏମିତି ଏକ ସମୟରେ ସାମ୍ନାକୁ ଆସୁଛି ଯେତେବେଳେ ତା ମୃତ୍ୟୁକୁ ନେଇ କଳ୍ପନାଜଳ୍ପନା ଜାରି […]
ବଞ୍ଚିଛି ଦାଉଦର ନଂ୧ ଶତ୍ରୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial