୩୦ବର୍ଷରେ ୬ଜଣ ପତ୍ନୀ : ଯୁଆଡେ ଯାଉଥିଲେ, ସେଠାରୁ ବାହା ହୋଇ ଆସୁଥିଲେ

୩୦ବର୍ଷରେ ୬ଜଣ ପତ୍ନୀ

ପାଟନା: ଯେଉଁ ସ୍ଥାନକୁ ଯାଉଥିଲେ, ସେଠାରେ ବିବାହ କରି ଫେରୁଥିଲେ। ବିହାରର ଜାମୁଇରୁ ଏମିତି ଜଣେ ଯୁବକ ଧରାପଡ଼ିଛନ୍ତି ଯାହାଙ୍କର କାରନାମା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ମିଳିଥିବା ସୂଚନା ମୁତାବକ ଜାମୁଇ ରେଳଷ୍ଟେସନରୁ କିଛି ଦିନ ପୂର୍ବରୁ ଜଣେ ଯୁବକ ଧରାପଡିଥିଲେ ଯିଏ ପ୍ରତାରଣା କରି ବିଭିନ୍ନ ରାଜ୍ୟରେ ୬ଟି ବିବାହ କରିଥିବା ଅଭିଯୋଗ ହୋଇଛି। ଏହି ଯୁବକ ଜଣକ ପଶ୍ଚିମବଙ୍ଗ, ଦିଲ୍ଲୀ, ଝାଡଖଣ୍ଡ ଏବଂ ବିହାରରେ ବିବାହ କରିଥିବାର ଜଣାପଡିଛି। ତେବେ ଏହି ଅଭିଯୁକ୍ତର ଦ୍ୱିତୀୟ ପତ୍ନୀଙ୍କ ମା ଏବେ ଅଭିଯୋଗ କରିବା ପରେ ସତ ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ ତାଙ୍କ ଜ୍ୱାଇଁଙ୍କର ୬ ଜଣ ପତ୍ନୀ ଥିବାବେଳେ ସମସ୍ତଙ୍କର ସନ୍ତାନ ଅଛନ୍ତି। ତାଙ୍କ ଝିଅକୁ ମଧ୍ୟ ଏହି ଯୁବକ ବିବାହ କରି ଠକିଥିବାର ସେ ଅଭିଯୋଗ କରିଛନ୍ତି ।
ଅଭିଯୁକ୍ତର ଶାଶୁ କହିଛନ୍ତି ଯେ ତାଙ୍କ ଜ୍ୱାଇଁଙ୍କ ନାମ ଛୋଟୁ କୁମାର(୩୦) ହୋଇଥିବାବେଳେ ସେ ଏକ ମେଲୋଡି ଗ୍ରୁପରେ କଣ୍ଠଶିଳ୍ପୀ ଭାବରେ କାମ କରନ୍ତି। ଦ୍ୱିତୀୟ ପତ୍ନୀଙ୍କ କହିବାନୁସାରେ, ଛୋଟୁ ଯେଉଁ ସ୍ଥାନକୁ ମେଲୋଡି ପରିବେଷଣ କରିବାକୁ ଯାଆନ୍ତି ସେଠାରେ ସେ ବିବାହ କରୁଥିଲେ। ଛୋଟୁ ପ୍ରଥମେ ରାଞ୍ଚିରେ କଳାବତୀ ଦେବୀଙ୍କୁ ବିବାହ କରିଥିଲେ ଏବଂ ତାଙ୍କର ଚାରି ସନ୍ତାନ ଅଛନ୍ତି। ଦ୍ୱିତୀୟ ବିବାହ ବିହାରର ଜାମୁଇରେ କରିଥିବାବେଳେ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି। ଏହି ମାମଲାରେ ଦ୍ୱିତୀୟ ପତ୍ନୀଙ୍କ ଭାଇ ବିକାଶ ଦାସ କହିଛନ୍ତି ଯେ ବିଳମ୍ବିତ ରାତିରେ ସେ ଜାମୁଇ ଷ୍ଟେସନରୁ କୋଲକାତା ଯିବାକୁ ବସିଥିବାବେଳେ ତାଙ୍କୁ ଧରାଯାଇଥିଲା। ପୁଲିସ ଏବେ ଏହି ମାମଲାର ତଦନ୍ତ କରୁଛି।

Share Now:

Kalinga News Beuro

Next Post

ଓଆରଏଚ୍‌ଡିସି ଦୁର୍ନୀତି ମାମଲା : ପୂର୍ବତନ ଆଇଏଏସ୍‌ ଅଧିକାରୀ ବିନୋଦ କୁମାରଙ୍କୁ ୩ ବର୍ଷ ଜେଲ୍, ୫୦ ହଜାର ଜରିମାନା

Wed Nov 30 , 2022
ଭୁବନେଶ୍ବର: ବହୁଚର୍ଚ୍ଚିତ ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ଓ ଉନ୍ନୟନ ନିଗମ(ଓଆରଏଚଡିସି) ଋଣ ହଡ଼ପ ମାମଲାର ଶୁଣାଣି କରି ଆଜି ଭିଜିଲାନ୍ସ କୋର୍ଟ ୬ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ, ପୂର୍ବତନ ଆଇଏଏସ୍ ତଥା ଓଆର୍‌ଏଚ୍‌ଡିସିର ତତ୍କାଳୀନ ଏମ୍‌ଡି ବିନୋଦ କୁମାର, କଂପାନି ସଚିବ ସ୍ବସ୍ତିରଂଜନ ମହାପାତ୍ର, ଜୁନିଅର ଲୋନ୍‌ ଅଫିସର ସତ୍ୟପ୍ରକାଶ ‌ବେହେରା, ଆସିଷ୍ଟାଣ୍ଟ ସିଷ୍ଟମ ଆନାଲିଷ୍ଟ ଜ୍ଞାନେନ୍ଦ୍ର ସ୍ବାଇଁ, ପରିଚାଳନା ନିର୍ଦ୍ଦେଶକ ଦେବଦତ୍ତ […]
ବିନୋଦ କୁମାରଙ୍କୁ ୩ ବର୍ଷ ଜେଲ୍

ଆହୁରି ପଢ଼ନ୍ତୁ