ଚାକିରି ନାଁରେ ଠକେଇ: ଘରୋଇ କଂପାନିର ୩ କର୍ମଚାରୀ ଅଟକ

ଚାକିରି ଦେବା ନାଁରେ ଠକେଇ

ଗୃହବନ୍ଦୀରେ ଥିବା ୫୦ ଯୁବକ ଉଦ୍ଧାର

ଢେଙ୍କାନାଳ: କୃଷି ବିଭାଗରେ ଚାକିରି କରାଇଦେବାକୁ କହି ଏକ ଘରୋଇ କଂପାନି ଅନେକ ଯୁବକ ଓ ଯୁବତୀଙ୍କୁ ଠକିଥିବା ଅଭିଯୋଗ ହୋଇଛି। ଗ୍ଲେଜ୍‌ ଇଣ୍ଡିଆ ନାମକ ଏକ ସଂସ୍ଥା ବିଭିନ୍ନ ଜିଲ୍ଲର ବହୁ ଯୁବକ ଯୁବତୀଙ୍କ ଠାରୁ ହଜାର ହଜାର ଟଙ୍କା ନେଇ ଠକି ନେଇ ଗୃହବନ୍ଦୀ ଭାବେ ରଖିଥିଲା ବୋଲି ଜଣାଯାଇଛି। ସ୍ଥାନୀୟ ଅଞ୍ଚଳର କେତେକ ଯୁବକ ଗତକାଲି ରାତିରେ ସେମାନଙ୍କୁ ଉଦ୍ଧାର କରି ଢେଙ୍କାନାଳ ଟାଉନ୍‌ ଥାନାରେ ଜିମା ଦେଇଥିଲେ। ପରେ ପୁଲିସ୍‌ ସେଠାରେ ଚଢାଉ କରି ୫୦ରୁ ଉର୍ଦ୍ଧ୍ୱ ଯୁବକଙ୍କୁ ଉଦ୍ଧାର କରିଥିଲା। ଏହି ଘଟଣାରେ ସଂପୃକ୍ତ ସଂସ୍ଥାର ୩ଜଣଙ୍କୁ ଉଠାଇ ଆଣି ଥାନାରେ ଅଟକ ରଖିଥିବା ଜଣାଯାଇଛି। ସୂଚନା ଅନୁଯାୟୀ, କୃଷି ବିଭାଗରେ ଚାକିରି କରାଇ ଦେବାକୁ କହି ବିଭିନ୍ନ ଅଞ୍ଚଳରୁ ବହୁ ଯୁବକ ଯୁବତୀମାନଙ୍କ ଠାରୁ ହଜାର ହଜାର ଟଙ୍କା ନେଇଥିଲା କଂପାନି। ସଂପୃକ୍ତ ଯୁବକମାନଙ୍କୁ ସହରର ଆନନ୍ଦନଗର ଠାରେ ଏକ ଘରେ ରଖାଯାଇ ସହର ଉପକଣ୍ଠ କାଠଗଡାରେ ଗଢି ଉଠିଥିବା ଗ୍ଲେଜ୍‌ ଇଣ୍ଡିଆ ନାମ ସଂସ୍ଥାରେ ତାଲିମ୍‌ ଦିଆଯାଉଥିଲା। ସେମାନଙ୍କୁ ସଂପୃକ୍ତ ସଂସ୍ଥାକୁ କେବଳ ତାଲିମ୍‌ ଦେବାକୁ ଛଡାଯାଉଥିବା ବେଳେ ଅନ୍ୟ କୌଣସି କାମରେ ବାହାରକୁ ଛଡା ଯାଉନଥିଲା କିମ୍ବା ସେମାନଙ୍କୁ କାହା ସହ ମିଶିବାକୁ ଦିଆଯାଉନଥିଲା। ଗୋଟିଏ କୋଠରୀରେ ବନ୍ଦ କରି ରଖାଯାଉଥିଲା। ଗତକିଛି ଦିନ ହେବେ କେତେକ ଯୁବକ ସେଠାକୁ ନୂଆ କରି ଆସିଥିଲେ। ସେମାନଙ୍କୁ ମଧ୍ୟ ଅନୁରୂପ ଭାବେ ଆବଦ୍ଧ କରି ରଖାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ଯୁବକଙ୍କର ଭାଇର ସାଙ୍ଗ ଢେଙ୍କାନାଳ ସହରର କୁଞ୍ଜକାନ୍ତରେ ହୋଇଥିବାରୁ ତାଙ୍କ ସହ ସେମାନେ ଯୋଗାଯୋଗ କରିଥିଲେ। କୁଞ୍ଜକାନ୍ତ ଅଞ୍ଚଳର କେତେକ ଯୁବକ ସେଠାରେ ପହଞ୍ଚି ୪ଜଣଙ୍କ ଯୁବକଙ୍କୁ ଉଦ୍ଧାର କରି ଟାଉନ୍‌ ଥାନା ଜିମା ଦେଇଥିଲେ। ଠକେଇର ଶିକାର ହୋଇଛନ୍ତି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଜଗନ୍ନାଥପ୍ରସାଦ ଗାଁର ସୁଭାଶିଷ ସାହୁ। ଚାକିରି କରାଇବା ପାଇଁ ସୁଭାଶିଷ ୧୮ ହଜାର ୬୦୦ଟଙ୍କା ସେମାନଙ୍କ ଆକାଉଂଟରେ ଜମା କରିଥିଲେ। ସେହିପରି ଦେବଗଡର ଟୁଶୂଳା ଗ୍ରାମର ଯୋଗେନ୍ଦ୍ର ନାଏକ ୧୬,୦୦୦ ଟଙ୍କା, ଅନୁଗୁଳ ଜିଲ୍ଲା ପାଲଲହଡା ଗ୍ରାମର ରଞ୍ଜିତ୍‌ ସାହୁ ୧୮ ହଜାର ୬୦୦ ଟଙ୍କା ଏବଂ ପରାଛାଟ ଗ୍ରାମର ରାହୁଲ ପ୍ରଧାନ ୧୮୦୦୦ ଟଙ୍କା ସେମାନଙ୍କ ଆକାଉଂଟରେ ଜମା କରିଥିଲେ। ଯୁବକମାନେ ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଟାଉନ୍‌ ଥାନା ପୁଲିସ୍‌ ସେଠାରୁ ୫୦ରୁ ଉର୍ଦ୍ଧ୍ୱ ଯୁବକଙ୍କୁ ଉଦ୍ଧାର କରିଆଣିଛନ୍ତି। ଏଥି ସହିତ ସେଠାରେ କାର୍ଯ୍ୟକରୁଥିବା ସଂସ୍ଥାର ଦେବଗଡର ଅଞ୍ଚଳ ଡିଷ୍ଟ୍ରିବ୍ୟୁଟର ଲିଙ୍କନ୍‌ ସାମଲ, ଇନଷ୍ଟ୍ର୍ରକ୍ଟର ମନୋଜ ସାହୁ ଏବଂ ବିକାଶ ବିଶ୍ୱାଳଙ୍କୁ ପୁଲିସ୍‌ ଉଠାଇ ଆଣି ଥାନାରେ ଅଟକ ରଖିଛି। ଉଦ୍ଧାର ଯୁବକମାନଙ୍କ ସଂପର୍କରେ ସେମାନଙ୍କ ପରିବାରକୁ ଖବର ଦିଆଯାଇଥିବା ଥାନା ଅଧିକାରୀ ନମିତା ନାୟକ ସୂଚନା ଦେଇଛନ୍ତି।

Share Now:

Kalinga News Beuro

Next Post

ଦିଲ୍ଲୀରେ କୋଭିଡ୍‌-୧୯ ସଂକ୍ରମଣ ଦମନ ପାଇଁ ଅମିତ ଶାହାଙ୍କ ୧୨ସୂତ୍ରୀ ଯୋଜନା ଘୋଷଣା

Sun Nov 15 , 2020
ନୂଆଦିଲ୍ଲୀ: ଦିଲ୍ଲୀର କରୋନାଭାଇରସ୍‌ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ରବିବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କେତେଗୁଡ଼ିଏ ପଦକ୍ଷେପ ଘୋଷଣା କରିଛନ୍ତି। ଜାତୀୟ ରାଜଧାନୀ ଅଞ୍ଚଳର ଅସୁକ୍ଷିତ ସ୍ଥାନରେ ‘ଆର୍‌ଟି-ପିସିଆର୍‌’ ପରୀକ୍ଷା ଦ୍ବିଗୁଣ କରିବା, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏବଂ ‘ଇଣ୍ଡିଆନ୍ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ’ ଟେଷ୍ଟିଙ୍ଗ୍‌ ଭ୍ୟାନ୍ ମୁତୟନ କରାଯିବା ଭଳି କେତେକ ପଦକ୍ଷେପ ଏଥିରେ ଅନ୍ତର୍ଭୁକ୍ତ। ଆଜି ଟୁଇଟ୍‌ କରି ଶାହା କହିଛନ୍ତି, ଦିଲ୍ଲୀରେ କୋଭିଡ୍‌-୧୯ […]
ଦିଲ୍ଲୀରେ କୋଭିଡ୍‌-୧୯ ସଂକ୍ରମଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial