ଟ୍ରାକ୍ଟରକୁ ୫୩ ହଜାର ଓ ବସ ଉପରେ ୨୭ ହଜାର ଟଙ୍କା ଜରିମାନା

ଦୁର୍ଘଟଣାଗ୍ରସ୍ତ ଗାଡି ଯାଞ୍ଚ ବେଳେ ଧରାପଡ଼ିଲା ଅନିୟମିତତା

ସମ୍ବଲପୁର : ଗତକାଲି ଯୁଯୁମରା ଥାନା ଥର୍ଲି ବ୍ରିଜରେ ଟ୍ରାକ୍ଟରକୁ ବସ ଧକ୍କା ଦେବାରୁ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଓ ୩ ଜଣ ଆହତ ହୋଇଥିଲେ । ଏହି ଘଟଣାରେ ପରିବହନ ବିଭାଗ ଓ ପୁଲିସର ଯାଂଚ ବେଳେ ସାମ୍ନାକୁ ଆସିଛି ସାଂଘାତିକ ସତ । ଦୁର୍ଘଟଣାଗ୍ରସ୍ତ ଉଭୟ ଟ୍ରାକ୍ଟର ଓ ବସର କାଗଜପତ୍ର ଠିକ ନ ଥିବାରୁ ମୋଟା ଅଙ୍କର ଫାଇନ କଷିଛି ପରିବହନ ବିଭାଗ । ଟ୍ରାକ୍ଟରର ଫିଟନେସ ୨୦୧୮ରୁ ନ ଥିବାରୁ ଓ କାଗଜପତ୍ର ଠିକ ନ ଥିବାରୁ ୫୩ ହଜାର ୨ଶହ ଟଙ୍କା ଫାଇନ କରାଯାଇଛି । ସେହିପରି ବସର ଫିଟନେସ, ପଲ୍ୟୁସନ, ଇନସ୍ୟୁରାନ୍ସ ନଥିବାରୁ ୨୭ ହଜାର ଟଙ୍କାର ଚାଲାଣ କାଟିଛି ପରିବହନ ବିଭାଗ ।
ସୂଚନାଯୋଗ୍ୟ, ରିଆମାଳରୁ ସମ୍ବଲପୁର ଯାଉଥିବା ‘ପ୍ରଧାନ’ ନାମକ ଘରୋଇ ଯାତ୍ରୀବାହୀ ବସ୍ ଗତକାଲି ସକାଳ ପ୍ରାୟ ୧୦: ୪୦ ସମୟରେ ଟ୍ରଲିରେ ପାଞ୍ଚଜଣ ଶ୍ରମିକଙ୍କୁ ବସାଇ ନେଉଥିବା ସେ ଟ୍ରାକ୍ଟର୍ ପଛରେ ଧକ୍କା ଖାଇଥିଲା । ଫଳରେ ଶ୍ରମିକମାନଙ୍କ ସହ ଟ୍ରାକ୍ଟରର ଟ୍ରଲିଟି ଓଲଟି ପଡ଼ିଥିଲା । ଅତି ସାଙ୍ଘାତିକ ଆହତ ହୋଇଥିବା ସେ ଶ୍ରମିକମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ପହଞ୍ଚିବା ପରେ ଦୁଇ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିସାରିଥିବା କଥା ଡାକ୍ତରମାନେ ଘୋଷଣା କରିଥିଲେ । ଆଉ ଏହି ଘଟଣାକୁ ନେଇ ତଦନ୍ତ ଆରମ୍ଭ ହୋଇଥିଲା ।

Share Now:

Kalinga News Beuro

Leave a Reply

Next Post

ଆରମ୍ଭ ହେଲା କୁକୁଡ଼ା ମରା ଅଭିଯାନ:୧୨ଟି ରାପିଡ୍‌ ରେସ୍‌ପନ୍ସ ଟିମ୍‌ ମାରୁଛନ୍ତି କୁକୁଡ଼ା

Tue Jan 28 , 2020
ଭୁବନେଶ୍ୱର: ବାର୍ଡ ଫ୍ଲୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ମଙ୍ଗଳବାରଠାରୁ ଓୟୁଏଟିରେ କୁକୁଡ଼ା ମରା ଅଭିଯାନ ଆରମ୍ଭ ହୋଇଛି । କୁକୁଡ଼ା ମରା ଓ ରୋଗ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ ପକ୍ଷରୁ ୧୨ଟି ତ୍ୱରିତ କାର୍ଯ୍ୟକାରୀ ଦଳ(ରାପିଡ ରେସ୍‌ପନ୍ସ ଟିମ୍‌) ଗଠନ କରାଯାଇଛି। ସେଥିମଧ୍ୟରୁ ୭ଟି ଦଳ କୁକୁଡ଼ା ମରା କାର୍ଯ୍ୟରେ ନିୟୋଜିତ ହେବାକୁ ଥିବାବେଳେ ଅନ୍ୟ ୫ଟି ଦଳ ନିରୀକ୍ଷଣ ଅଞ୍ଚଳରେ ରୋଗ ନିୟନ୍ତ୍ରଣ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial