୫ ବର୍ଷର ଝିଅକୁ ପାଣିରୁ ବଞ୍ଚାଇଲେ ୯ ବର୍ଷର ନାବାଳିକା ଶୁଭଶ୍ରୀ

୫ ବର୍ଷର ଝିଅକୁ ପାଣିରୁ ଟାଣିଆଣିଲା

ବାରଙ୍ଗ : ପୋଖରୀରେ ବୁଡ଼ିଯାଉଥିବା ବେଳେ ଜଣେ ୫ ବର୍ଷର ନାବାଳିକାକୁ ବଞ୍ଚାଇଛି ଜଣେ ୯ ବର୍ଷର ନାବାଳିକା। ନିଜ ଜୀବନକୁ ବାଜି ଲଗାଇ ଗଭୀର ଜଳରୁ ନାବାଳିକାକୁ ଟାଣି ଆଣି ଛୋଟ ଝିଅଟି ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇଛି। ଏହି ଘଟଣା ବୁଧବାର ଦିନ ନନ୍ଦନକାନନ ଥାନା ଅଧୀନ ରଘୁନାଥପୁର ଗ୍ରାମରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ସୂଚନାନୁସାରେ ବୁଧବାର ସକାଳେ ରଘୁନାଥପୁର ଶିଖରଚଣ୍ଡୀ ପୋଖରୀରେ କିଛି ମହିଳା ଗାଧୋଉଥିଲେ। ସେମାନଙ୍କ ଭିତରେ ଶୁଭଶ୍ରୀ ରାଉତ(୯) ଓ ଖୁସି ରାଉତ (୫) ଥିଲେ। ହଠାତ୍ କୌଣସି କାରଣରୁ ଖୁସି ପୋଖରୀ ଭିତରକୁ ଟାଣି ହୋଇଯାଇଥିଲେ ଓ ବୁଡ଼ି ଯାଇଥିଲେ। ଅନ୍ୟ ମହିଳାମାନେ ନିଜନିଜ ଭିତରେ କଥାବାର୍ତ୍ତାରେ ମଜ୍ଜି ରହିଥିବାରୁ ଖୁସି ବୁଡ଼ି ଯାଉଥିବାବେଳେ ଦେଖି ପାରିନଥିଲେ। ତେବେ ତା’ ଉପରେ ଶୁଭଶ୍ରୀର ନଜର ପଡ଼ିଯାଇଥିଲା। କାଳବିଳମ୍ବ ନକରି ଶୁଭଶ୍ରୀ ପାଣି ଭିତରକୁ ପହଁରି ଯାଇଥିଲା ଓ ଖୁସିର ହାତକୁ ଧରି ଟାଣିଟାଣି କୂଳକୁ ନେଇଆସିଥିଲା। ଅବଶ୍ୟ କୂଳରେ ପହଞ୍ଚିବା ପୂର୍ବରୁ ଅନ୍ୟ ମହିଳାମାନେ ଶୁଭଶ୍ରୀକୁ ସହଯୋଗ କରିଥିଲେ। ସୌଭାଗ୍ୟକୁ ଖୁସି ପାଣି ପିଇ ଦେଇଥିଲେ ବି ସୁସ୍ଥ ଥିଲା। ଏହି ଘଟଣା ପ୍ରଚାର ହେବା ପରେ ଗାଁଟି ଯାକର ଲୋକେ ପୋଖରୀ ନିକଟକୁ ଧାଇଁ ଆସିଥିଲେ ଏବଂ ଶୁଭଶ୍ରୀକୁ ଧନ୍ୟବାଦ ଦେଇଥିଲେ।

Share Now:

Kalinga News Beuro

Next Post

ସ୍ମାର୍ଟ ସିଟି ର‍୍ୟାଙ୍କିଙ୍ଗ୍‌ରେ ୧୫ ନମ୍ବରକୁ ଖସିଲା ଭୁବନେଶ୍ୱର

Thu Oct 14 , 2021
ଶୀର୍ଷରେ ଭୋପାଳ; ସୁରତ ଦ୍ୱିତୀୟ, ଇନ୍ଦୋର ତୃତୀୟ ଭୁବନେଶ୍ୱର : ଏକଦା ସ୍ମାର୍ଟ ସିଟି ପ୍ରତିଯୋଗିତାରେ ଭୁବନେଶ୍ୱର ଦେଶରେ ଏକ ନମ୍ବର ସ୍ଥାନ ହାସଲ କରି ଜାତୀୟ ମଞ୍ଚରେ ପୁରସ୍କୃତ ହୋଇଥିଲା। ଭୁବନେଶ୍ବରକୁ ସ୍ମାର୍ଟ ସିଟି କରିବା ପାଇଁ ବିଏସ୍‌ସିଏଲ୍‌(ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌) କର୍ତ୍ତୃପକ୍ଷ ଅନେକ ଅଭିନବ ଯୋଜନା ଓ ପ୍ରକଳ୍ପ ପ୍ରସ୍ତୁତ କରି ଏଭଳି ସଫଳତା ଆଣି ଦେଇଥିଲେ। ମାତ୍ର ରାଜଧାନୀବାସୀଙ୍କୁ ଏତେ ସ୍ବପ୍ନ ଦେଖାଇଥିବା ବିଏସ୍‌ସିଏଲ୍‌ର […]
୧୫ ନମ୍ବରରେ ଭୁବନେଶ୍ୱର

ଆହୁରି ପଢ଼ନ୍ତୁ