କଲଭର୍ଟ ଭୁଶୁଡ଼ି ୫ ମୃତ୍ୟୁ ଘଟଣା : ପୀଡ଼ିତା ପରିବାରକୁ ମିଳିଲା ୪ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି

କଲଭର୍ଟ ଭୁଶୁଡ଼ି ୫ ମୃତ୍ୟୁ ଘଟଣା

ରାୟଗଡା: ଗତ ଜୁଲାଇ ୩୧ ତାରିଖ ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକର ସିକରପାଇ ପଞ୍ଚାୟତ ଅନ୍ତର୍ଗତ ଉପରସଜା ଗ୍ରାମରେ ଘଟିଥିବା ଏକ ମର୍ମନ୍ତୁଦ ଘଟଣାରେ ୫ ଜଣଙ୍କର ଅକାଳରେ ଜୀବନ ଚାଲିଯାଇଥିଲା। ସକାଳୁ ସକାଳୁ ଉପର ସାଜା ଗ୍ରାମର ଲକ୍ଷ୍ମୀଧର ମିନିୟାକ(୫୦) ନିଜ ୫ବର୍ଷର ପୁଅ ପ୍ରିନ୍ସ ମିନିୟାକାଙ୍କ ସହ ସାଥିରେ ଗ୍ରାମର ରାଜୁ ମିନିୟାକଙ୍କ ୮ ବର୍ଷର ପୁଅ ଚରଣ ମିନିୟାକା ଓ ସୁମନ ମିନିୟାକା ଏବଂ ରମେଶ କୁଲେସିକାଙ୍କ ୫ ବର୍ଷର ପୁଅ ମନୋଜ କୁଲେସିକା ତଥା ଏଲିଗା ମିନିୟକାଙ୍କ ୬ ବର୍ଷୀୟ ପୁଅ ଅନେଶ ମିଶି ଗାଧୋଇବାକୁ ଆସିଥିଲେ। ଜାପିଙ୍ଗ ନାଳ ପ୍ରଖର ସ୍ରୋତରେ ସମସ୍ତେ ଗାଧେଇବା ବେଳେ ହଠାତ ନିର୍ମାଣଧୀନ କଲଭର୍ଟର ତଳେ ଦିଆଯାଇଥିବା ସେଣ୍ଟ୍ରିଙ୍ଗଟି ଭୁଶୁଡ଼ି ପଡ଼ି ସମସ୍ତଙ୍କ ଉପରେ ଚାପି ହୋଇଯାଇଥିଲା। ଘଟଣା ସ୍ଥଳରେ ହିଁ ଲକ୍ଷ୍ମୀଧରଙ୍କ ସମେତ ପ୍ରିନ୍ସ, ଚରଣ, ସୁମନ, ମନୋଜଙ୍କ ମୃତ୍ୟୁ ଘଟିଥିବା ବେଳେ ସାମାନ୍ୟ ଆହତ ହୋଇ ଅନେଶ ବର୍ତ୍ତି ଯାଇଥିଲେ।
ତେବେ ମୃତ୍ୟୁବରଣ କରିଥିବା ୫ ଜଣଙ୍କ ପ୍ରତ୍ୟେକ ପରିବାରକୁ ଗୁରୁବାର ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ୪ ଲକ୍ଷ ଟଙ୍କାର ନଗଦ ପ୍ରଦାନ କରିଛନ୍ତି। ଆୟୋଜିତ ଏକ ଶୋକାକୂଳ ସଭାରେ ପିଡୀତା ପରିବାରକୁ ଏହି ଚେକ ପ୍ରଦାନ ବେଳେ ପରିବେଶ କାନ୍ଦରେ ଫାଟି ପଡିଥିଲା। ବିଧବା ମହିଳା ଜଣକ ନିଜର ଦୁଇ ପୁଅକୁ ହରାଇ ତା ବଦଳରେ ଟଙ୍କା ନେଉଥିବା ବେଳେ ତାଙ୍କର କାନ୍ଦ ବନ୍ଦ ହେଉନଥିଲା। ଶିଶୁମାନଙ୍କର ମୃତ୍ୟୁପରେ ଏହି ଟଙ୍କାର କୌଣସି ମୂଲ୍ୟ ନଥିବା କହିଥିଲେ। ମନ୍ତ୍ରୀ ଏବଂ ଜିଲ୍ଲାପାଳ ପିଡୀତା ପରିବାରକୁ ଆଶ୍ୱାସନା ଦେଇଥିଲେ। ଏଭଳି ଏକ ହୃଦୟ ସ୍ପର୍ଶକାତର ଘଟଣା ଘଟିଯିବ ବୋଲି କେହି ଜାଣିନଥିବା ବୁଝାଇଥିଲେ। ଏହି ଚେକ ପ୍ରଦାନ ବେଳେ ଜିଲ୍ଲାପାଳ ସ୍ଵଧାଦେବ ସିଂ, ବିକେଏସଵାଇଲ ଉପଦେଷ୍ଟା ସୁଧୀର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Share Now:

Kalinga News Beuro

Next Post

ଖୋଲିଲା ଭୁବନେଶ୍ୱର ମାର୍କେଟ ବିଲ୍ଡିଂ

Thu Aug 3 , 2023
ଭୁବନେଶ୍ୱର: ବହୁଚର୍ଚ୍ଚିତ ଭୁବନେଶ୍ୱର ୟନିଟ୍‌-୨ସ୍ଥିତ ମାର୍କେଟ ବିଲ୍ଡିଂ ବିବାଦ ୧୮ ଦିନ ପରେ ସମାଧାନ ହୋଇଛି। ରାଜଧାନୀ ଭୁବନେଶ୍ୱରର ଲୋକପ୍ରିୟ ମାର୍କେଟ ବିଲ୍ଡିଂ ଗୁରୁବାର ଦିନ ଖୋଲିଛି। ଏହି ମାର୍କେଟ ଖୋଲିବା ପରେ ଉଭୟ ବ୍ୟବସାୟୀ ଓ ଗ୍ରାହକମାନେ ଖୁସି ଦେଖାଯାଇଛନ୍ତି। ମାର୍କେଟ ବିଲଡିଂ ଖୋଲିଥିବା ନେଇ ସେଣ୍ଟ୍ରାଲ ମାର୍କେଟ୍ ଆସୋସିଏସନ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛି। ସାମ୍ବାଦିକ ସମ୍ମିଳନୀରେ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନର ସଭାପତି ପ୍ରଦ୍ୟୁମ୍ନ ଜେନା […]
ଖୋଲିଲା ଭୁବନେଶ୍ବର ମାର୍କେଟ ବିଲ୍ଡିଂ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial