ଖୋଲିଲା ଭୁବନେଶ୍ୱର ମାର୍କେଟ ବିଲ୍ଡିଂ

ଖୋଲିଲା ଭୁବନେଶ୍ବର ମାର୍କେଟ ବିଲ୍ଡିଂ

ଭୁବନେଶ୍ୱର: ବହୁଚର୍ଚ୍ଚିତ ଭୁବନେଶ୍ୱର ୟନିଟ୍‌-୨ସ୍ଥିତ ମାର୍କେଟ ବିଲ୍ଡିଂ ବିବାଦ ୧୮ ଦିନ ପରେ ସମାଧାନ ହୋଇଛି। ରାଜଧାନୀ ଭୁବନେଶ୍ୱରର ଲୋକପ୍ରିୟ ମାର୍କେଟ ବିଲ୍ଡିଂ ଗୁରୁବାର ଦିନ ଖୋଲିଛି। ଏହି ମାର୍କେଟ ଖୋଲିବା ପରେ ଉଭୟ ବ୍ୟବସାୟୀ ଓ ଗ୍ରାହକମାନେ ଖୁସି ଦେଖାଯାଇଛନ୍ତି। ମାର୍କେଟ ବିଲଡିଂ ଖୋଲିଥିବା ନେଇ ସେଣ୍ଟ୍ରାଲ ମାର୍କେଟ୍ ଆସୋସିଏସନ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛି। ସାମ୍ବାଦିକ ସମ୍ମିଳନୀରେ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନର ସଭାପତି ପ୍ରଦ୍ୟୁମ୍ନ ଜେନା କହିଛନ୍ତି, ୧୮ ଦିନ ମାର୍କେଟ ବିଲଡିଂ ବନ୍ଦ ରହିବାକୁ ଦୁଃଖଦାୟକ। ଏହି ବନ୍ଦ ଅବଧି ମଧ୍ୟରେ ମାର୍କେଟ ବିଲଡିଂ ବ୍ୟବସାୟୀଙ୍କର ୧୦୦ କୋଟି ଟଙ୍କା କ୍ଷତି ହୋଇଛି ବୋଲି ଆସୋସିଏସନ ଆକଳନ କରିଛି।
ଅନ୍ୟପଟରେ ଉଠା ଦୋକାନୀଙ୍କ ଦୌରାତ୍ମ୍ୟ ଯୋଗୁଁ ବାଧ୍ୟ ହୋଇ ଦୋକାନ ବନ୍ଦ କରାଯାଇଥିବା କଥା ଆସୋସିଏସନ କହିଛି। ଏବେ ମାର୍କେଟ ବିଲଡିଂ ଖୋଲିବା ପରେ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ ତରଫରୁ କିଛି ନିୟମ ଜାରି କରାଯାଇଛି। ଏହି ନିୟମ ମୁତାବକ ଏବେ ଉଭୟ ଗେଟ୍ ନିକଟରେ କେହି ଜବରଦଖଲ କରି ଦୋକାନ ଖୋଲିପାରିବେ ନାହିଁ। ଏନେଇ ମାର୍କେଟ୍ ବିଲଡିଂ ପକ୍ଷରୁ ଏକ କୋର କମିଟି ଗଠନ କରାଯିବ। ଦୀର୍ଘ ଦିନ ବନ୍ଦ ରହି ମାର୍କେଟ ବିଲ୍ଡିଂ ଖୋଲିବା ପରେ ଗୁରୁବାର ସନ୍ଧ୍ୟାରେ ଗ୍ରାହକମାନଙ୍କର ଭିଡ଼ ପରିଲକ୍ଷିତ ହୋଇଛି। ବ୍ୟବସାୟୀମାନଙ୍କ ମୁହଁରେ ହସ ଦେଖିବାକୁ ମିଳିଛି।

Share Now:

Kalinga News Beuro

Next Post

ମାଷ୍ଟରକ୍ୟାଣ୍ଟିନ ବସ୍‌ଷ୍ଟାଣ୍ଡର ଦୁରାବସ୍ଥା : ବସ୍‌ଷ୍ଟାଣ୍ଡରେ ପଶିବାକୁ ନାକରେ ରୁମାଲ ବାନ୍ଧିବା ଜରୁରୀ

Thu Aug 3 , 2023
ଭୁବନେଶ୍ୱର: ବରମୁଣ୍ଡା ବସ୍‌ଷ୍ଟାଣ୍ଡ ପରେ ମାଷ୍ଟରକ୍ୟାଣ୍ଟିନସ୍ଥିତ ମୋ’ ବସ୍‌ଷ୍ଟାଣ୍ଡ ରାଜଧାନୀର ଅନ୍ୟତମ ଜନବହୁଳ ବସ୍‌ଷ୍ଟାଣ୍ଟ। ଏଠାରୁ ରାଜଧାନୀର ବିଭିନ୍ନ ସ୍ଥାନକୁ ମୋ’ ବସ୍‌ ଯାଉଥିବା ବେଳେ ଖୋର୍ଦ୍ଧା, ପୁରୀ, ଜଟଣୀ, କଟକ ଆଦି ବହୁ ଦୂର ସ୍ଥାନକୁ ବସ୍‌ ଯାତୟାତ କରୁଛି। ପ୍ରତିଦିନ ରେଳଷ୍ଟେସନକୁ ଆସୁଥିବା ଶହଶହ ଯାତ୍ରୀ ବସ୍‌ରେ ଆସି ଏଠାରେ ଓହ୍ଲାନ୍ତି। ତେଣୁ ପ୍ରତିଦିନ ହଜାର ହଜାର ଲୋକ ଏହି ବସ୍‌ଷ୍ଟାଣ୍ଡ ଉପରେ ନିର୍ଭର କରନ୍ତି। କିନ୍ତୁ […]
ମାଷ୍ଟରକ୍ୟାଣ୍ଟିନ ବସ୍‌ଷ୍ଟାଣ୍ଡ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial