ଚୀନକୁ ଝଟକା : ଭାରତକୁ ଆସୁଛି ଜାପାନର ଟିଡ଼ିକେ କର୍ପୋରେସନ

ନୂଆଦିଲ୍ଲୀ: ଭାରତ ଉପରେ ବିଦେଶୀ କମ୍ପାନୀଗୁଡିକର ବିଶ୍ୱାସ ବଢ଼ିବାରେ ଲାଗିଛି। ଆଉ ସେଥିପାଇଁ ଟେକ୍ନୋଲୋଜି ଏବଂ ଇଲେକ୍ଟ୍ରୋନିକ୍ସ ଦୃଷ୍ଟିରୁ ଦୁନିଆର ହବ କୁହାଯାଉଥିବା ଜାପାନର ସବୁଠୁ ବଡ କମ୍ପାନୀ ଖୁବ ଶୀଘ୍ର ଭାରତକୁ ଆସିବ। ଏହା ଚୀନ୍ ପାଇଁ ଏକ ବଡ ଝଟକା ହେବ କାରଣ ଏହାର ଭୁଲ ନୀତି ହେତୁ ବଡ କମ୍ପାନୀଗୁଡିକ ଚୀନରୁ ଦୂରେଇବା ଆରମ୍ଭ କରି ଦେଇଛନ୍ତି। ଏଥି ସହିତ ବିଦେଶୀ କମ୍ପାନୀମାନେ ଭାରତକୁ ବିକଳ୍ପ ଭାବରେ ଦେଖୁଛନ୍ତି। ବର୍ତ୍ତମାନ ଜାପାନ କମ୍ପାନୀ ମଧ୍ୟ ଭାରତରେ ଏହାର ବଜାର ବିସ୍ତାର କରିବାକୁ ନିଷ୍ପତ୍ତି ନେଇଛି। ବିଜନେସ୍ ଷ୍ଟାଣ୍ଡାର୍ଡର ଖବର ଅନୁଯାୟୀ ଜାପାନର ଅନ୍ୟତମ ବୃହତ୍ତମ କମ୍ପାନୀ ଟିଡ଼ିକେ କର୍ପୋରେସନ ଭାରତକୁ ଆସୁଛି।
ଏହି କମ୍ପାନୀ ହେଉଛି ଆପଲ୍ ଇଙ୍କର ଲିଥିୟମ୍ ଆୟନ (ଲି-ଆୟନ) ବ୍ୟାଟେରୀ ଯୋଗାଣକାରୀ। ଟିଡ଼ିକେ ଭାରତରେ ଆପଲର ଆଇଫୋନ୍ ପାଇଁ ବ୍ୟାଟେରୀ ସେଲ୍ ଉତ୍ପାଦନ କରିବ। ସୂଚନାନୁସାରେ, ଏହି କମ୍ପାନୀ ଭାରତରେ ଆପଲ୍ ଲିଥିୟମ୍ ଆୟନ ବ୍ୟାଟେରୀ ପାଇଁ ସେଲ୍ ଆସେମ୍ବଲର୍ ଯୋଗାଇବ। ବର୍ତ୍ତମାନ କେବଳ ଟିଡ଼ିକେ ଭାରତରେ ଲିଥିୟମ୍ ଆୟନ ବ୍ୟାଟେରୀ ସେଲ ଉତ୍ପାଦନ ପାଇଁ ହରିୟାଣାର ମାନେସରରେ ଏକ କାରଖାନା ସ୍ଥାପନ କରିବ। ଏଥିପାଇଁ ସେ ଏଠାରେ ୧୮୦ ଏକର ଜମି କିଣିଛି। ଏହା ବ୍ୟତୀତ ଦେଶରେ ଚାକିରିର ସୁଯୋଗ ବୃଦ୍ଧି ପାଇବ ଏବଂ ଆଇଟି ପ୍ରଫେସନାଲମାନେ ମଧ୍ୟ ଏଥିରୁ ଉପକୃତ ହେବେ। ଭାରତରେ ଆପଲ୍ ସେଲ୍ ଉତ୍ପାଦନ କରୁଥିବା ଟିଡ଼ିକେ ଦେଶର ଅର୍ଥନୀତିକୁ ମଧ୍ୟ ବୃଦ୍ଧି କରିବ।

Share Now:

Kalinga News Beuro

Next Post

କର୍ଣ୍ଣିସେନା ସଭାପତିଙ୍କୁ ହତ୍ୟା : ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ଉପରେ ସନ୍ଦେହ

Tue Dec 5 , 2023
ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜପୁତ କର୍ଣ୍ଣିସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ସୁଖଦେବ ସିଂ ଗୋଗାମେଡ଼ିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହାକୁ ନେଇ ରାଜସ୍ଥାନରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି। ଜୟପୁର ପୁଲିସ କମିସନର ବିଜୁ ଜର୍ଜ ଜୋସେଫଙ୍କ ସୂଚନା ଅନୁସାରେ ସୁଖଦେବ ସିଂ ଗୋଗାମେଡ଼ି ଓ ତାଙ୍କ ବନ୍ଧୁକଧାରୀ ସୁରକ୍ଷାକର୍ମୀ ନରେନ୍ଦ୍ରଙ୍କୁ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଛନ୍ତି। ଏହି ଘଟଣାରେ ୨ ଜଣ ଆହତ ମଧ୍ୟ ହୋଇଛନ୍ତି। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial