ବାଲୁକା କଳାରେ ଇସ୍ରୋକୁ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

ପୁରୀ : ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ(ଇସ୍ରୋ)କୁ ମିଳିଛି ଆଉ ଏକ ସଫଳତା। ଆଜି ଅପରାହ୍ନ ୪ଟା ୫୬ ମିନିଟ୍‌ରେ GSAT-6A କମ୍ୟୁନିକେଶନ ସାଟେଲାଇଟକୁ ସଫଳତାର ସହ ଉତ୍‌କ୍ଷେପଣ କରାଯାଇଛି। ଏହା ୧୦ ବର୍ଷ ପର୍ଯ୍ୟନ୍ତ କାମ କରିବ। ଏହାର ଓଜନ ୨,୧୪୦ କେଜି ଓ ଲମ୍ବ ୪୯.୧ ମିଟର। ଶ୍ରୀହରିକୋଟାର ସେକେଣ୍ଡ ଷ୍ଟେସନ୍‌ରୁ ଏହାକୁ ଉତ୍‌କ୍ଷେପଣ କରାଯାଇଛି। ଏଥିପାଇଁ ବାଲୁକା କଳା ମାଧ୍ୟମରେ ଇସ୍ରୋର ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପାରାଦୀପ ବିଚରେ ସେ ବାଲିରେ ଏକ ସାଟେଲାଇଟ ନିର୍ମାଣ କରି ତଳେ ‘କଂଙ୍ଗ୍ରାଚୁଲେସନ୍‌ ଇସ୍ରୋ’ ଲେଖିଛନ୍ତି।

Share Now:

Kalinga News Beuro

Leave a Reply

Next Post

‘ବିଜୁ ଯୁବ ବାହିନୀ’କୁ ଟକ୍କର ଦେବ ‘ନୂଆ ଓଡ଼ିଶା ନିର୍ମାଣ ଅଭିଯାନ’

Fri Mar 30 , 2018
ଭୁବନେଶ୍ୱର: ବିଜୁ ଯୁବ ବାହିନୀକୁ ଟକ୍କର ଦେବାକୁ ବିଜେପି ଆରମ୍ଭ କରିବ ନୂଆ ଓଡ଼ିଶା ନିର୍ମାଣ ଅଭିଯାନ। ଉତ୍କଳ ଦିବସର ପ୍ରଥମ ସୂର୍ଯ୍ୟୋଦୟରେ ନୂଆ ଓଡ଼ିଶା ଗଠନ ନେଇ ଯୁବକମାନେ ଚନ୍ଦ୍ରଭାଗାରେ ଶପଥ ନେବେ। ପ୍ରତି ପଞ୍ଚାୟତରେ ଅତି କମ୍‌ରେ ୨୫ ଜଣ ଯୁବକଙ୍କୁ ନେଇ ସରକାରଙ୍କ ବିଜୁ ଯୁବବାହିନୀର ପରିକଳ୍ପନା ପରେ ଭୋଟବ୍ୟାଙ୍କ ଦୋହଲି ଯିବା ଆଶଙ୍କାରେ ବିଜେପି ନିଜ ପକ୍ଷରେ ଯୁବକଙ୍କୁ ବାନ୍ଧି ରଖିବା ପାଇଁ ଏଭଳି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial