ନବୀନ ନିବାସ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବା ବିଜେପି ମହିଳା କର୍ମୀଙ୍କୁ ଅଟକ ରଖିଲା ପୁଲିସ

ଭୁବନେଶ୍ୱର: ରାଜ୍ୟରେ ବଢୁଥିବା ନାରୀ ନିର୍ଯାତନାକୁ ନେଇ ରାଜରାସ୍ତାକୁ ଓହ୍ଲାଇଲା ବିଜେପି ମହିଳା ମୋର୍ଚ୍ଚା । ପୁରୀରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିବାକୁ ନବୀନ ନିବାସ ଅଭିମୁଖେ ବାହାରିଥିଲେ ମହିଳା ମୋର୍ଚ୍ଚା । ନବୀନ ନିବାସ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ସେମାନଙ୍କୁ ଅଟକ ରଖିଥିଲା ।
ଫଳରେ ପୁଲିସ ଓ ବିଜେପି ମହିଳା ମୋର୍ଚ୍ଚା ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଯାହାଫଳରେ ୧୦ରୁ ଅଧିକ ମହିଳା କର୍ମୀଙ୍କୁ ଅଟକ ରଖିଛି ପୁଲିସ । ନାରୀ ନିର୍ଯାତନାକୁ ନେଇ ରାଜନୀତି କରାନଯାଉ ବୋଲି ମୁଖ୍ୟମନ୍ତ୍ରୀ ଗୃହରେ କହିଥିଲେ । କିନ୍ତୁ ରାଜ୍ୟରେ ନାରୀ ନିର୍ଯାତନା କାହିଁକି ବଢୁଛି ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଜବାବ ରଖିବାକୁ ବିଜେପି ଗତକାଲି ସନ୍ଧ୍ୟା ଯାଏଁ ସମୟ ଦେଇଥିଲେ । କିନ୍ତୁ ମୁଖ୍ୟମନ୍ତ୍ରୀ ଜବାବ ନରଖିବାରୁ ଏନେଇ ପ୍ରଶ୍ନ ପଚାରିବାକୁ ଆଜି ବିଜେପି ମହିଳା କର୍ମୀ ନବୀନ ନିବାସ ଅଭିମୁଖେ ଯାଇଥିଲେ ।

Share Now:

Kalinga News Beuro

Leave a Reply

Next Post

ମା’ ଦାଦନ ଶ୍ରମିକ, ବାପା ମାନସିକ ବିକୃତ, ଦିବ୍ୟାଙ୍ଗ ପୁଅ ପାଇଲେ ରାଜ୍ୟସ୍ତରୀୟ ପୁରସ୍କାର

Thu Dec 5 , 2019
ସାନ ଭଉଣୀର ବାହାଘର ପାଇଁ ଟଙ୍କା ରଖୁଛନ୍ତି ରବି ନୂଆପଡ଼ା: ମା’ ହେଉଛନ୍ତି ଦାଦନ ଶ୍ରମିକ, ବାପା ମାନସିକ ବିକୃତ କିନ୍ତୁ ଦିବ୍ୟାଙ୍ଗ ପୁଅ ନୂଆପଡ଼ା ଜିଲ୍ଲାପାଇଁ ‌ଗୌରବ ଆଣିଛନ୍ତି। ଜଣେ ଦିବ୍ୟାଙ୍ଗ ସ୍କୁଲରେ ନିଷ୍ଠାପର ଭା‌ବେ ସେବା କରିଥିବା ବିଦ୍ୟାଙ୍ଗ ରବି ଶବରଙ୍କୁ ଭିନ୍ନକ୍ଷମ ଦିବସରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ପୁରସ୍କାର ପ୍ରଦାନ କରିଛନ୍ତି। ପ୍ରକାଶ ଯେ ନୂଆପଡ଼ା ଜିଲ୍ଲା ସଦର ବ୍ଳକ ଅନ୍ତର୍ଗତ ବିଛିନ୍ନ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial