ସାହିତ୍ୟ ସଂଗଠନ “ସଖା” ଓ “କଳିଙ୍ଗ କଳାକାର ସଂଘ” ପକ୍ଷରୁ ୭୪ତମ ସ୍ୱାଧୀନତା ଦିବସ ପାଳିତ

ସଖା

ତିହିଡି : ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ସାହିତ୍ୟ ,ସଂଗୀତ ଓ ସାଂସ୍କୃତିକ ସଂଗଠନ “ସଖା” ପକ୍ଷରୁ ୭୪ତମ ସ୍ୱାଧୀନତା ଦିବସ ସ୍ଥାନୀୟ ମନ୍ଦୋଦରୀ ମାର୍କେଟ କମ୍ପ୍ଲେକ୍ସ ଠାରେ ଅନିଷ୍ଠିତ ହୋଇଯାଇଛି। ଏହି ଅବସରରେ ସଂଗଠନର ବରିଷ୍ଠ ସଦସ୍ୟ ପଣ୍ଡିତ ରାଜେନ୍ଦ୍ର ନାରାୟଣ ତ୍ରିପାଠୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏଥିରେ ସଂଘର ସଭାପତି ବିଭୁତି ଭୂଷଣ ଗ୍ରହାଚାର୍ଯ୍ୟ , ଉପସଭାପତି ବସନ୍ତ କୁମାର ଦାସ କୈଳାସ ବେହେରା , ଦୈତାରୀ ସାହୁ , ନୀଳାମ୍ବର ସେଠି, ଭାଗବତ ସେନାପତି , ମନମୋହନ ସାହୁ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ।

“କଳିଙ୍ଗ କଳାକାର ସଂଘ” ପକ୍ଷରୁ ୭୪ତମ ସ୍ୱାଧୀନତା ଦିବସ ପାଳନ

ସେହିପରି “କଳିଙ୍ଗ କଳାକାର ସଂଘ” ପକ୍ଷରୁ ମଧ୍ୟ ସ୍ଥାନୀୟ ମନ୍ଦୋଦରୀ କଲ୍ୟାଣ ମଣ୍ଡପ ପରିସରରେ ୭୪ତମ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା। ଏଥିରେ ବିଡ଼ିଓ ବସନ୍ତ କୁମାର ସାହାଣୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଉତ୍ସବରେ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ବିଦ୍ୟୁତଲତା ନାୟକ ,ସଂଘର ସଭାପତି ବିଭୁତି ଭୂଷଣ ଗ୍ରହାଚାର୍ଯ୍ୟ, ଉପସଭାପତି ବାବୁରାମ ରାଉତ ,ସାଧାରଣ ସମ୍ପାଦକ ସୁରେନ୍ଦ୍ର ପ୍ରସାଦ ନାୟକ ,ସମ୍ପାଦକ ମନମୋହନ ସାହୁ ,ସଂଗଠନ ସମ୍ପାଦକ ଭାଗିରଥି ଦତ୍ତ , ବରିଷ୍ଠ ପାଲା ଗାୟକ ଗଣେଷ ଦାସ ,ରତିକାନ୍ତ ସାହୁ ,ଉପେନ୍ଦ୍ର ସାହୁ , ବାବାଜୀ ବେହେରା, ଉପଦେଷ୍ଟା କୁଳମଣି ସାବତ , ବସନ୍ତ କୁମାର ଦାସ , ବୀରେନ୍ଦ୍ର ପାଣ୍ଡଵ , ନୀଳାମ୍ବର ସେଠି , ଭୈରବ ଜେନା , ନିରଞ୍ଜନ ଦାସ , କ୍ଷୀରୋଦ ଜେନା, ଚିତ୍ତରଞ୍ଜନ ସାହୁ , ଶୁକଦେବ ବେହେରା ଓ ଦୀପକ ବେହେରା ପ୍ରମୁଖ ଯୋଗଦେଇ ଜାତୀୟ ସଂଗୀତ ଗାନ କରିଥିଲେ। ସମସ୍ତ କାର୍ଯ୍ୟକ୍ରମ ସରକାରଙ୍କ କୋଭିଡ-୧୯ କଟକଣା ଅନୁଯାୟୀ ସାମାଜିକ ଦୂରତ୍ୱ ରକ୍ଷାକରି, ମାସ୍କ ପିନ୍ଧି କରାଯାଇଥିଲା।

Share Now:

Kalinga News Beuro

Next Post

ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀଙ୍କ ନୂଆ ଘୋଷଣା : ଦେଶରେ ସମସ୍ତଙ୍କୁ ମିଳିବ ସ୍ୱାସ୍ଥ୍ୟ ପରିଚୟପତ୍ର

Mon Aug 17 , 2020
ଝିଅମାନଙ୍କ ବିବାହ ବୟସ ବଦଳିବ,ସମସ୍ତ ଗାଁକୁ ଅପ୍‌ଟିକାଲ୍‌ ଫାଇବର ନେଟୱର୍କ ନୂଆଦିଲ୍ଲୀ : କରୋନା ପାଇଁ ବ୍ୟାପକ କଟକଣା ମଧ୍ୟରେ ୭୪ତମ ସ୍ବାଧୀନତା ଦିବସ ଗତକାଲି ପାଳିତ ହୋଇଯାଇଛି। ଐତିହାସିକ ଲାଲକିଲ୍ଲାରେ ଆୟୋଜିତ ‌ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଅନେକ ଗୁରୁତ୍ବପୂର୍ଣ୍ଣ ଯୋଜନାର ଘୋଷଣା କରିଛନ୍ତି। ଦେଶରେ ପ୍ରଥମ ଥର ପାଇଁ ‘ଜାତୀୟ ଡିଜିଟାଲ୍‌ ସ୍ବାସ୍ଥ୍ୟ ମିସନ’ କାର୍ଯ୍ୟ କରିବ। ଏହି […]
ପ୍ରଧାନମନ୍ତ୍ରୀଙ୍କ ଘୋଷଣା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial