ଭୁଶୁଡୁଛି ମାଓଦାବୀ ଦୁର୍ଗ : ୭ ନକ୍ସଲଙ୍କ ଆତ୍ମସମର୍ପଣ

ଭୁଶୁଡୁଛି ମାଓଦାବୀ ଦୁର୍ଗ

ମାଲକାନଗିରି: ମାଓ ଦୁର୍ଗ ଭୁଶୁଡ଼ିବାରେ ଲାଗିଛି। ସରକାରଙ୍କ ମହତାକାଂକ୍ଷୀ ଯୋଜନାରେ ଆକର୍ଷିତ ହୋଇ ମାଓବାଦୀମାନେ ପୁଲିସ ନିକଟରେ ଆତ୍ମସମର୍ପଣ କରୁଛନ୍ତି। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲା ପୁଲିସ ନିକଟରେ ୭ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ନୂଆ ସକାଳ, ନୂଆ ଆରମ୍ଭ ଯୋଜନା ଅନୁଯାୟୀ ଏହି ନକ୍ସଲମାନେ ଆତ୍ମସମର୍ପଣ କରିଥିବା ପୁଲିସ କହିଛି। ଏହି ନକ୍ସଲମାନେ ଭେଜି ଥାନା ଅଞ୍ଚଳରେ ସକ୍ରିୟ ରହିଥିଲେ।ତେବେ ଏହି ନକ୍ସଲଙ୍କୁ ଆତ୍ମସମର୍ପଣ କରିବା ପଛରେ ୨୧୯ ସିଆରପିଏଫ ବାହିନୀର ଯବାନଙ୍କ ବହୁତ ଅବଦାନ ରହିଛି। ପୁଲିସ ତରଫରୁ ଏମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ଆତ୍ମନିର୍ଭରଶୀଳ ପାଇଁ ତାଲିମ ପ୍ରଦାନ କରାଯିବ ବୋଲି କୁହାଯାଇଛି। ଏମାନଙ୍କ ଠାରୁ ପୁଲିସ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିପାରିବ ବୋଲି ଆଶା ପ୍ରକଟ କରିଛି। ଅନ୍ୟପଟରେ ଆତ୍ମସମର୍ପଣ କରିଥିବା ମାଓବାଦୀମାନେ କହିଛନ୍ତି, ସଂଗଠନ‌ରେ କ୍ୟାଡରମାନେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଛନ୍ତି। ଏହା ଅସହ୍ୟ ହେବାରୁ ସରକାରଙ୍କ ମୂଳସ୍ରୋତରେ ସାମିଲ ହେବାକୁ ନିଷ୍ପତ୍ତି ନେଇଥିଲୁ।

Share Now:

Kalinga News Beuro

Next Post

ବଢିଲା ଶିବମୂର୍ତ୍ତୀଙ୍କ ଅଡ଼ୁଆ : ଲିଙ୍ଗାୟତ ମଠ ମହନ୍ତ ପଦରୁ ହଟାଯାଇପାରେ

Thu Sep 29 , 2022
ବେଙ୍ଗାଲୁରୁ : ଶିଶୁ ଯୌନ ନିର୍ଯ୍ୟାତନା ମାମଲାରେ ଗିରଫ ହୋଇ ଚିତ୍ରଦୁର୍ଗା ଜେଲରେ ବନ୍ଦୀ ଥିବା ଲିଙ୍ଗାୟତ ଧର୍ମଗୁରୁ ଡ. ଶିବମୂର୍ତ୍ତୀ ମୁରୁଗା ଶରଣରୁଙ୍କ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ତାଙ୍କୁ ମଠର ମହନ୍ତ ପଦ ଛାଡ଼ିବାକୁ ପଡ଼ିପାରେ। ଏଥିପାଇଁ ଚାଙ୍କ ଉପରେ ଚାରିଆଡ଼ୁ ଚାପ ପଡ଼ୁଛି। ତାଙ୍କୁ ମହନ୍ତ ପଦରୁ ହଟାଇ ଜଣେ ନୂଆ ମହନ୍ତ ନିଯୁକ୍ତ କରିବାକୁ ଉଦ୍ୟମ ଆରମ୍ଭ ହୋଇଗଲାଣି ବୋଲି ସୂଚନା ମିଳିଛି। […]
ଲିଙ୍ଗାୟତ ମଠ ମହନ୍ତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial