ଭୁବନେଶ୍ବର: କମିସନରେଟ୍ ପୁଲିସର ପ୍ରଶଂସନୀୟ ଉଦ୍ୟମ। ଚୋରି ହୋଇଥିବା ୧୦୮ମୋବାଇଲକୁ ପୁଲିସ ଉଦ୍ୟମରେ ଫେରିପାଇଲେ ବ୍ୟବହାରକାରୀ। ଏହି ଉପଲକ୍ଷେ ଭୁବନେଶ୍ଵର ଡିସିପି କାର୍ଯ୍ୟାଳୟରେ ଆୟୋଜିତ ହୋଇଥିଲା ମୋବାଇଲ ମେଳା। ଏହି ମେଳାରେ ଉପସ୍ଥିତ ଥିଲେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଡିସିପି ପ୍ରତୀକ ସିଂ, ଅତିରିକ୍ତ ଡିସିପି ପ୍ରକାଶ ପାଲ୍। ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନା ଅନୁସାରେ ବର୍ତ୍ତମାନ ଲୋକଙ୍କ ଲାଇଫ ଲାଇନ୍ ପାଲଟିଛି ମୋବାଇଲ। ପ୍ରତିଦିନ ମୋବାଇଲ ହଜିବା ନେଇ ସଂଖ୍ୟାଧିକ ଅଭିଯୋଗ ଆସୁଛି। ବ୍ୟବହାରକାରୀଙ୍କ ଆବଶ୍ୟକତାକୁ ଗୁରୁତ୍ଵ ଦେଇ ମେଳା ମାଧ୍ୟମରେ ଚୋରି ହୋଇଥିବା ମୋବାଇଲକୁ ଠାବ କରି ଚୋରି ହୋଇଥିବା ମୋବାଇଲ ଫେରିଛି। ସେପଟେ ମୋବାଇଲ ଫେରି ପାଇବା ପରେ କମିସନରେଟ୍ ପୁଲିସକୁ ଧନ୍ୟବାଦ୍ ଦେଇଛି ରାଜଧାନୀ ବାସିନ୍ଦା।
Share Now: