ପୁଲିସ ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ରଘୁ ବିଶ୍ୱାଳ ଆହତ

ଭୁବନେଶ୍ୱର: ବୁଧବାର ରାତି ପ୍ରାୟ ୩ଟା ବେଳେ ମଞ୍ଚେଶ୍ୱର ଥାନା ପୁଲିସ ଓ ସ୍ପେଶାଲ୍ ସ୍କ୍ୱାଡ୍ ମିଳିତ ଭାବେ ପାଟ୍ରୋଲିଂ କରୁଥିବା ବେଳେ କୁଖ୍ୟାତ ଅପରାଧୀ ରଘୁ ବିଶ୍ୱାଳକୁ ଏନକାଉଣ୍ଟର କରିଛି। ରଘୁ ଓ ତାର ଜଣେ ସହଯୋଗୀ ପୁନିଆ ନାୟକ ବରିମୁଣ୍ଡ ବାଲିଯାତ୍ରା ପଡ଼ିଆ ନିକଟରେ ବୁଲୁଥିବାର ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପୁଲିସ ସେମାନଙ୍କୁ ପିଛା କରି ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ ସେମାନେ ପୁଲିସ ଉପରକୁ ଗୁଳିମାଡ଼ କରିଥିଲେ। ଦୁହେଁ ଏକ କେଟିଏମ୍ ବାଇକରେ ବୁଲୁଥିଲେ।
ପୁଲିସର ପାଲଟା ଗୁଳମାଡ଼ରେ ରଘୁ ବିଶ୍ୱାଳ ଆହତ ହୋଇଥିଲା। ତା’ର ବାମ ଗୋଡ଼ରେ ଗୁଳି ବାଜିଛି। ତା’ ନିକଟରୁ ୭.୬୫ ଏମଏମ୍ ର ଏକ ପିସ୍ତଲ ଜବତ ହୋଇଛି। ଏହାଛଡ଼ା ପୁଲିସ ବାଇକ ବି ଜବତ କରିଛି। ଆହତ ଅବସ୍ଥାରେ ରଘୁକୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ପୁନିଆ ନାୟକ ଫେରାର ହୋଇଯିବାରେ ସକ୍ଷମ ହୋଇଥିଲା।

Share Now:

Kalinga News Beuro

Next Post

ପାକିସ୍ତାନ ନିର୍ବାଚନରେ ପ୍ରଥମ ହିନ୍ଦୁ ମହିଳାଙ୍କ ନାମାଙ୍କନପତ୍ର ଦାଖଲ

Thu Dec 28 , 2023
ଇସଲାମାବାଦ: ପାକିସ୍ତାନ ନିର୍ବାଚନ ଇତିହାସରେ ପ୍ରଥମ ଥର ପାଇଁ ଜଣେ ସଂଖ୍ୟାଲଘୁ ହିନ୍ଦୁ ମହିଳା ନିର୍ବାଚନ ମୈଦାନରେ ଓହ୍ଲାଇଛନ୍ତି। ଖାଇବର-ପଖତୁନଖ୍ବା ପ୍ରଦେଶର ବୁନେର ପ୍ରାଦେଶିକ ନିର୍ବାଚନରେ ଡା ସାବେରା ପ୍ରକାଶ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି। ସାବେରା ପ୍ରକାଶ(୨୫) ବୃତ୍ତିରେ ଜଣେ ଡାକ୍ତର ଅଟନ୍ତି। ସାବେରାଙ୍କ ପିତା ଓମ୍‌ ପ୍ରକାଶ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ପିକେ-୨୫ ନିର୍ବାଚନମଣ୍ଡଳୀର ସାଧାରଣବର୍ଗ ଆସନ ନିମନ୍ତେ ସେ ପାକିସ୍ତାନ ପିପୁଲ୍‌ସ ପାର୍ଟି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial