‘ଅସାଧାରଣ ପରିସ୍ଥିତି’: ହତ୍ୟା ଦୋଷୀକୁ ପାରୋଲ ଦେଲେ କର୍ଣ୍ଣାଟକ ହାଇକୋର୍ଟ

ହତ୍ୟା ଦୋଷୀକୁ ବିବାହ

ବେଙ୍ଗାଲୁରୁ: ‘ଏହା ଏକ ଅସାଧାରଣ ପରିସ୍ଥିତି’ ବୋଲି ମନ୍ତବ୍ୟ ଦେବା ସହ ଏହାକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ହାଇକୋର୍ଟ ଜେଲ୍‌ କର୍ତ୍ତୃପକ୍ଷଙ୍କୁ ଜଣେ ହତ୍ୟା ଅପରାଧ ଦୋଷୀକୁ ୧୫ ଦିନ ପାଇଁ ପାରୋଲରେ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହତ୍ୟା ଅଭିଯୋଗରେ ବିଗତ ୧୦ବର୍ଷ ଧରି କାରାଦଣ୍ଡ ଭୋଗୁଥିବା ଅପରାଧୀ ତାଙ୍କ ପ୍ରେମିକାଙ୍କୁ ବିବାହ କରି ପାରିବେ। ଏଥିପାଇଁ ଦୋଷୀଙ୍କ ମା’ ଓ ତାଙ୍କ ପ୍ରେମିକା କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ, ଏହି ମାମଲାର ଶୁଣାଣି କାଳରେ ଅତିରିକ୍ତ ସରକାରୀ ଓକିଲ କୋର୍ଟରେ ଦର୍ଶାଇଥିଲେ ଯେ ଅପରାଧୀର ବିବାହ ପାଇଁ ପାରୋଲ ମଞ୍ଜୁର କରିବାର କୌଣସି ବ୍ୟବସ୍ଥା ନାହିଁ। ସେ କହିଥିଲେ ଯେ ଯଦି ଏହା ଅନ୍ୟ କାହାର ବିବାହ ହୋଇଥାନ୍ତା, ଯେଉଁଥିରେ ଅପରାଧୀ ଯୋଗ ଦେବାକୁ ଚାହିଁଥାନ୍ତେ, ତେବେ ଏହା ଏକ ଭିନ୍ନ ପରିସ୍ଥିତି ହୋଇଥାନ୍ତା। ତେବେ, ବିଚାରପତି ଜଷ୍ଟିସ୍‌ ଏମ୍‌ ନାଗାପ୍ରସନ୍ନ ଏହାକୁ ଏକ ଅସାଧାରଣ ପରିସ୍ଥିତି ବୋଲି ବିଚାର କରି ଦୋଷୀ ଆନନ୍ଦଙ୍କ ପାଇଁ ପାରୋଲ ଆବଶ୍ୟକ ବୋଲି କହିଛନ୍ତି।
ଅତିରିକ୍ତ ସରକାରୀ ଓକିଲଙ୍କ କହିବା ଅନୁଯାୟୀ, ଜେଲ୍‌ ମାନୁଆଲର ଧାରା ୬୩୬ ଅନୁଯାୟୀ ପାରୋଲ ପାଇବାର ଉଦ୍ଦେଶ୍ୟ ତାଙ୍କ ମୁକ୍ତି ପାଇଁ ‘ଡିଟେନୁର’ ଫାଇଦା ସୁନିଶ୍ଚିତ କରିବେ ନାହିଁ। ଜେଲ୍‌ ମାନୁଆଲର ଧାରା ୬୩୬ର ଉପଧାରା ୧୨ରେ ଅନୁଷ୍ଠାନର ମୁଖ୍ୟଙ୍କୁ ଅନ୍ୟ କୌଣସି ଅସାଧାରଣ ପରିସ୍ଥିତିରେ ଅପରାଧୀକୁ ପାରୋଲ ପ୍ରଦାନ କରିବାର ଅଧିକାର ଦିଆଯାଇଛି। ତେଣୁ ପାରୋଲ ପ୍ରଦାନ ପାଇଁ ଏହା ଏକ ଅସାଧାରଣ ପରିସ୍ଥିତି ହେବ ବୋଲି ଏହି ଅଦାଲତଙ୍କ ଦ୍ୱାରା ବିଚାର କରାଯାଉଛି ବୋଲି କୋର୍ଟ କହିଛନ୍ତି। ଏହି ମାମଲାରେ ହତ୍ୟା ଅପରାଧୀ ଆନନ୍ଦଙ୍କ ମା’ ରତ୍ନମ୍ମା ଏବଂ ପ୍ରେମିକା ନୀତା ଜି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆବେଦନରେ ୩୦ ବର୍ଷୀୟା ନୀତା ଦାବି କରିଥିଲେ ଯେ ତାଙ୍କ ବିବାହ ଅନ୍ୟ କାହା ସହିତ ହୋଇଯିବ। ତେଣୁ ଆନନ୍ଦଙ୍କୁ ତାଙ୍କୁ ବିବାହ କରିବା ପାଇଁ ପାରୋଲ ଦିଆଯାଉ। ଗତ ୯ ବର୍ଷ ଧରି ସେ ଆନନ୍ଦଙ୍କୁ ଭଲ ପାଉଥିବା ଦାବି କରିଥିଲେ। ହତ୍ୟା ମାମଲାରେ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା ଯାହା ପରେ ୧୦ ବର୍ଷକୁ ହ୍ରାସ କରାଯାଇଥିଲା। ସେ ୬ ବର୍ଷ ଜେଲ ଦଣ୍ଡ ଭୋଗି ସାରିଛନ୍ତି।

Share Now:

Kalinga News Beuro

Next Post

ରୁଷକୁ ଝଟକା : ନାଟୋର ସଦସ୍ୟ ହେଲା ପଡୋଶୀ ଦେଶ ଫିନଲାଣ୍ଡ

Tue Apr 4 , 2023
ନୂଆଦିଲ୍ଲୀ: ବିଶ୍ୱର ସର୍ବବୃହତ ସୁରକ୍ଷା ମେଣ୍ଟ ନର୍ଥ ଆଟଲାଣ୍ଟିକ୍ ଟ୍ରିଟି ଅର୍ଗାନାଇଜେସନ୍ (ନାଟୋ)ର ୩୧ତମ ସଦସ୍ୟ ହୋଇଛି ଫିନଲ୍ୟାଣ୍ଡ। ମଙ୍ଗଳବାର ଫିନଲାଣ୍ଡ ଔପଚାରିକଭାବେ ନାଟୋରେ ଯୋଗ ଦେଇଛି। ପୁଟିନଙ୍କ ଧମକ ସତ୍ତ୍ୱେ ଫନଲାଣ୍ଡ ନାଟୋରେ ଯୋଗ ଦେଇଥିବାରୁ ଏହାକୁ ରୁଷ ପାଇଁ ଏକ ଝଟକା ବୋଲି କୁହାଯାଉଛି। ୟୁକ୍ରେନ ଆକ୍ରମଣ ପରଠାରୁ ଫିନଲାଣ୍ଡ ନାଟୋରେ ଯୋଗ ଦେବା ପାଇଁ ନିରନ୍ତର ଉଦ୍ୟମ କରିଆସୁଥିଲା ଏବଂ ଗତ ବର୍ଷ ଫେବୃଆରୀରେ ଯୁଦ୍ଧ […]
ନାଟୋର ସଦସ୍ୟ ହେଲା ଫିନଲାଣ୍ଡ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial