ରୁଷକୁ ଝଟକା : ନାଟୋର ସଦସ୍ୟ ହେଲା ପଡୋଶୀ ଦେଶ ଫିନଲାଣ୍ଡ

ନାଟୋର ସଦସ୍ୟ ହେଲା ଫିନଲାଣ୍ଡ

ନୂଆଦିଲ୍ଲୀ: ବିଶ୍ୱର ସର୍ବବୃହତ ସୁରକ୍ଷା ମେଣ୍ଟ ନର୍ଥ ଆଟଲାଣ୍ଟିକ୍ ଟ୍ରିଟି ଅର୍ଗାନାଇଜେସନ୍ (ନାଟୋ)ର ୩୧ତମ ସଦସ୍ୟ ହୋଇଛି ଫିନଲ୍ୟାଣ୍ଡ। ମଙ୍ଗଳବାର ଫିନଲାଣ୍ଡ ଔପଚାରିକଭାବେ ନାଟୋରେ ଯୋଗ ଦେଇଛି। ପୁଟିନଙ୍କ ଧମକ ସତ୍ତ୍ୱେ ଫନଲାଣ୍ଡ ନାଟୋରେ ଯୋଗ ଦେଇଥିବାରୁ ଏହାକୁ ରୁଷ ପାଇଁ ଏକ ଝଟକା ବୋଲି କୁହାଯାଉଛି। ୟୁକ୍ରେନ ଆକ୍ରମଣ ପରଠାରୁ ଫିନଲାଣ୍ଡ ନାଟୋରେ ଯୋଗ ଦେବା ପାଇଁ ନିରନ୍ତର ଉଦ୍ୟମ କରିଆସୁଥିଲା ଏବଂ ଗତ ବର୍ଷ ଫେବୃଆରୀରେ ଯୁଦ୍ଧ ଆରମ୍ଭ ହେବା ପରେ ହିଁ ନାଟୋର ସଦସ୍ୟ ହେବା ପାଇଁ ଆବେଦନ କରିଥିଲା। ଏବେ ପ୍ରାୟ ବର୍ଷକ ପରେ ଫିନଲାଣ୍ଡର ସ୍ୱପ୍ନ ସାକାର ହୋଇଛି।
ଅନ୍ୟପକ୍ଷରେ ଫିନଲ୍ୟାଣ୍ଡକୁ ପୁଣି ଚେତାବନୀ ଦେଇଛୁ ପଡ଼ୋଶୀ ଦେଶ ରୁଷ। ରୁଷ କହିଛି ଯେ ଯଦି ନାଟୋ ଏହାର ୩୧ତମ ସଦସ୍ୟ ରାଷ୍ଟ୍ରର ଅଞ୍ଚଳରେ ଅତିରିକ୍ତ ସୈନ୍ୟ କିମ୍ବା ଉପକରଣ ମୁତୟନ କରେ ତେବେ ରୁଷ ସେନା ଫିନଲ୍ୟାଣ୍ଡ ସୀମା ନିକଟରେ ନିଜର ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବ। ପୂର୍ବରୁ ମଧ୍ୟ ରୁଷ୍ ଏଭଳି ଚେତାବନୀ ଦେଇସାରିଛି। ମଙ୍ଗଳବାରଦିନ ବ୍ରୁସେଲ୍ସସ୍ଥିତ ନାଟୋ ମୁଖ୍ୟାଳୟ ବାହାରେ ଫିନଲ୍ୟାଣ୍ଡର ନୀଳ ଓ ଧଳା ପତାକା ସହ ଅନ୍ୟ ସଦସ୍ୟ ରାଷ୍ଟ୍ରର ପତାକା ଉତ୍ତୋଳନ କରାଯିବ। ଏହି କାର୍ଯ୍ୟକ୍ରମରେ ଫିନଲାଣ୍ଡର ରାଷ୍ଟ୍ରପତି, ବୈଦେଶିକ ମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଯୋଗ ଦେବେ। ନାଟୋର ୭୪ତମ ବାର୍ଷିକୀ ଅବସରରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ୧୯୪୯ ମସିହା ଏପ୍ରିଲ ୪ ତାରିଖରେ ନାଟୋ ପ୍ରତିଷ୍ଠା ପାଇଁ ୱାଶିଂଟନରେ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା।

Share Now:

Kalinga News Beuro

Next Post

ଜାଙ୍ଗ୍‌ନାନ୍‌ ଚୀନ୍‌ ଅଞ୍ଚଳର ଅଂଶବିଶେଷ : ବେଜିଙ୍ଗ୍‌

Wed Apr 5 , 2023
ନୂଆଦିଲ୍ଲୀ: ଜାଙ୍ଗ୍‌ନାନ୍‌ ସେମାନଙ୍କ ଭୂଖଣ୍ଡର ଅଂଶବିଶେଷ ଏବଂ ତାହା ଚୀନ୍‌ର ସାର୍ବଭୌମ ଅଧିକାର ମଧ୍ୟରେ ରହିଛି ବୋଲି ଆଜି ଚୀନ୍‌ କହିଛି। ସୂଚନାଯୋଗ୍ୟ, ଚୀନ୍‌ ଅରୁଣାଚଳ ପ୍ରଦେଶର ୧୧ଟି ସ୍ଥାନର ପୁନଃନାମକରଣ କରିବା କଥାକୁ ଭାରତ ତୀବ୍ର ବିରୋଧ କରିବା ପରେ ଚୀନ୍‌ ଆଜି ଏ ଭଳି ସ୍ପଷ୍ଟୀକରଣ ଦେଇଛି। ଅରୁଣାଚଳ ପ୍ରଦେଶର ଏହି ସବୁ ସ୍ଥାନଗୁଡ଼ିକର ନାମ କାହିଁକି ପରିବର୍ତ୍ତନ କରାଗଲା ବୋଲି ପଚରାଯିବାରୁ ଚୀନ୍‌ ବୈଦେଶିକ ମନ୍ତ୍ରାଳୟ […]
ଜାଙ୍ଗ୍‌ନାନ୍‌ ଚୀନ୍‌ ଅଞ୍ଚଳର ଅଂଶବିଶେଷ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial