ପାକିସ୍ତାନୀ କୋଇଲା ଖଣିରେ ମିଥେନ ଗ୍ୟାସ ବିସ୍ଫୋରଣ : ୧୨ ଜଣ ଶ୍ରମିକଙ୍କ ମୃତ୍ୟୁ

କରାଚି: ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ଥିବା ଏକ କୋଇଲା ଖଣିରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ ଘଟିଛି। ଏହି ଦୁର୍ଘଟଣାରେ କୋଇଲା ଖଣିରେ କାମ କରୁଥିବା ୧୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ତେବେ ଦୁର୍ଘଟଣାସ୍ଥଳରୁ ୮ ଜଣ ଖଣି କର୍ମଚାରୀଙ୍କୁ ଉଦ୍ଧାର କରାଯାଇଛି। ବୁଧବାର ପାକିସ୍ତାନୀ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ପାକିସ୍ତାନର ଡନ୍ ଖବରକାଗଜରେ ପ୍ରକାଶିତ ଖବର ଅନୁଯାୟୀ, ହରନାଇ ଜିଲ୍ଲାର ଜର୍ଦାଲୋ ଅଞ୍ଚଳରେ ଏହି ଘଟଣା ଘଟିଛି। ବେଲୁଚିସ୍ତାନର ମୁଖ୍ୟ ଖଣି ନିରୀକ୍ଷକ ଅବଦୁଲ ଗନି ବଲୋଚଙ୍କ ବୟାନ ଦେଇ ରିପୋର୍ଟରେ କୁହାଯାଇଛି ଯେ ଜର୍ଦାଲୋ ଅଞ୍ଚଳରେ ଥିବା ଉକ୍ତ ଖଣିରେ ମିଥେନ୍ ଗ୍ୟାସ୍ ବିସ୍ଫୋରଣ ହେବା ସମୟରେ ଖଣି ଭିତରେ ୨୦ ଜଣ ଖଣି କର୍ମଚାରୀ ଥିଲେ।
ବୁଧବାର ସକାଳ ସୁଦ୍ଧା ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଥିବା ସେ କହିଛନ୍ତି। ଉଦ୍ଧାରକାରୀ ମାନେ ୧୨ ଜଣଙ୍କ ମୃତଦେହ ଉଦ୍ଧାର କରିଥିବା ବେଳେ ୮ ଜଣ ଖଣି ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଠାରେ କହିରଖୁଛୁ ଯେ ଉଦ୍ଧାର ହୋଇଥିବା ଏହି ୮ ଜଣ ବିସ୍ଫୋରଣ ଖବର ଶୁଣି ପୂର୍ବରୁ ଥିବା ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଖଣି ଭିତରକୁ ଯାଇ ଫସିରହିଥିଲେ। ରାତିରେ ଦୁଇଟି ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ସକାଳେ ଆଉ ୧୦ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବାଲୁଚ କହିଛନ୍ତି। ଖଣି ମହାନିର୍ଦ୍ଦେଶକ ଅବଦୁଲ୍ଲା ଶାହୱାନୀ ମଧ୍ୟ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା କୁ ନିଶ୍ଚିତ କରିଛନ୍ତି। ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି।

Share Now:

Kalinga News Beuro

Next Post

ପୁଟିନ୍‌ଙ୍କୁ ଫୋନ୍ କଲେ ମୋଦୀ : ଅଭିନନ୍ଦନ ଜଣାଇ ଏକାଠି ମିଶି କାମ କରିବାକୁ କହିଲେ

Wed Mar 20 , 2024
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷିଆ ରାଷ୍ଟ୍ରପତି ବ୍ଲାଡିମିର ପୁଟିନ୍‌ଙ୍କୁ ବୁଧବାର ଫୋନ୍ କରିଛନ୍ତି। ପୁଣି ଥରେ ପୁଟିନ୍ ରୁଷିଆର ରାଷ୍ଟ୍ରପତି ହୋଇଥିବାରୁ ମୋଦୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରୁଷିଆର ‌ଜନସାଧାରଣଙ୍କ ଶାନ୍ତି, ସମୃଦ୍ଧି ପାଇଁ ଶୁଭକାମନା ମଧ୍ୟ ଜଣାଇଛନ୍ତି। ଏସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ ନିଜର ଅଧିକାରିକ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ପ୍ରଦାନ କରିଛନ୍ତି।ପ୍ରଧାନମନ୍ତ୍ରୀ ଏକ୍ସରେ କହିଛନ୍ତି, ଫୋନ୍ ରେ ପୁଟିନ୍‌ଙ୍କ ସହିତ କଥାବାର୍ତ୍ତା ହୋଇଛନ୍ତି। ଭାରତ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial