ବୁର୍ଜ ଖଲିଫାରେ ତ୍ରିରଙ୍ଗାର ଚମକ : ପାକିସ୍ତାନୀ ହତାସ

ବୁର୍ଜ ଖଲିଫାରେ ତ୍ରିରଙ୍ଗାର ଚମକ

ଦୁବାଇ: ଆଜି ସାରାଦେଶରେ ସ୍ୱାଧୀନତା ଦିବସ ପାଳନ କରାଯାଉଥିବାବେଳେ ଗତକାଲି ସଂଧ୍ୟାରେ ବିଶ୍ୱର ଉଚ୍ଚତମ ଟାୱାର ଦୁବାଇର ବୁର୍ଜ ଖଲିଫାରେ ଆମର ଜାତୀୟ ପତାକାର ଆଲୋକ ପ୍ରତିରୂପ ପ୍ରଦର୍ଶନ କରାଯାଇଥିଲା । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ବିଶ୍ୱର ସବୁଠାରୁ ଉଚ୍ଚ କୋଠାକୁ ତ୍ରିରଙ୍ଗା ସହ ଭାରତୀୟ ଜାତୀୟ ସଙ୍ଗୀତ ‘ଜନ ଗଣ ମନ’ ଆଲୋକିତ କରାଯାଇଛି। ଏକ୍ସ (ପୂର୍ବରୁ ଟ୍ୱିଟର) ବ୍ୟବହାରକାରୀ ‘ମୁଫଦ୍ଦାଲ ଭୋରା’ ଏହି ଭିଡିଓକୁ ମାଇକ୍ରୋବ୍ଲଗିଂ ସାଇଟ୍ ରେ ଏହାକୁ ଶେୟାର କରିବା ପରେ ଲୋକମାନେ ତାହାକୁ ବେଶ ପ୍ରସଂଶା କରୁଛନ୍ତି। ଭାଇରାଲ ଭିଡିଓ ଶେୟାର କରି ସେ ଲେଖିଛନ୍ତି, ‘ବୁର୍ଜ ଖଲିଫାରେ ଆମ ଜାତୀୟ ସଙ୍ଗୀତ ସହ ତ୍ରିରଙ୍ଗା-ଏକ ଗର୍ବର ମୁହୂର୍ତ୍ତ!”
ଦୁଇଦିନ ପୂର୍ବରୁ ହତାସ ହୋଇଥିଲେ ପାକିସ୍ତାନୀ
ଏହାର ମାତ୍ର ଦୁଇ ଦିନ ପରେ ଦୁବାଇରେ ପାକିସ୍ତାନୀମାନେ ହଙ୍ଗାମା କରିଥିଲେ। ବୁର୍ଜ ଖଲିଫାରେ ପାକିସ୍ତାନୀ ଜାତୀୟ ପତାକା ପ୍ରଦର୍ଶନ ହୋଇନଥିବା ଶହ ଶହ ପାକିସ୍ତାନୀ ଏକାଠି ହୋଇ ହଙ୍ଗାମା କରିଥିଲେ। ଏ ସଂପର୍କିତ ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ବୁର୍ଜ ଖଲିଫା ନିକଟରେ ମଧ୍ୟରାତ୍ରିରେ ପାକିସ୍ତାନୀ ନାଗରିକଙ୍କ ପ୍ରବଳ ଭିଡ଼ ହୋଇଥିଲା କାରଣ ସେମାନେ ଆଶା କରୁଥିଲେ ଯେ ଏହା ସେମାନଙ୍କ ଜାତୀୟ ପତାକାର ରଙ୍ଗରେ ଆଲୋକିତ ହେବ। କିନ୍ତୁ ଏହା ହୋଇନଥିବାରୁ ସେମାନେ ନିରାଶ ହୋଇଥିଲେ ଓ ହଙ୍ଗାମା କରିଥିଲେ।

Share Now:

Kalinga News Beuro

Next Post

ସ୍ୱାଧୀନତା ଦିବସ ଅବସରରେ ପୁରୀରେ ଧରାପଡ଼ିଲେ ନକଲି ଯବାନ

Tue Aug 15 , 2023
ପୁରୀ: ପୂରା ଭାରତ ସମେତ ଓଡ଼ିଶାର ଗାଁରୁ ସହର ଯାଏଁ ମଙ୍ଗଳବାର ଦିନ ୭୭ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି। ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ, ସରକାରୀ ଓ ଘରୋଇ କାର୍ଯ୍ୟାଳୟ ବ୍ୟତୀତ ଯୁବକ ସଂଘ ଏବଂ ଅନ୍ୟାନ୍ୟ ସଂଗଠନରେ ମଧ୍ୟ ଉତ୍ସାହର ସହିତ ସ୍ୱାଧୀନତା ଦିବସର ଆୟୋଜ କରାଯାଇଛି। ଏହି ଅବସରରେ ଅନେକ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ଓ ରାଜ୍ୟର ପ୍ରତି ଜିଲ୍ଲା ମୁଖ୍ୟାଳୟରେ […]
ନକଲି ଯବାନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial