ସ୍ୱାଧୀନତା ଦିବସ ଅବସରରେ ପୁରୀରେ ଧରାପଡ଼ିଲେ ନକଲି ଯବାନ

ନକଲି ଯବାନ

ପୁରୀ: ପୂରା ଭାରତ ସମେତ ଓଡ଼ିଶାର ଗାଁରୁ ସହର ଯାଏଁ ମଙ୍ଗଳବାର ଦିନ ୭୭ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି। ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ, ସରକାରୀ ଓ ଘରୋଇ କାର୍ଯ୍ୟାଳୟ ବ୍ୟତୀତ ଯୁବକ ସଂଘ ଏବଂ ଅନ୍ୟାନ୍ୟ ସଂଗଠନରେ ମଧ୍ୟ ଉତ୍ସାହର ସହିତ ସ୍ୱାଧୀନତା ଦିବସର ଆୟୋଜ କରାଯାଇଛି। ଏହି ଅବସରରେ ଅନେକ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ଓ ରାଜ୍ୟର ପ୍ରତି ଜିଲ୍ଲା ମୁଖ୍ୟାଳୟରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ଅନୁଷ୍ଠିତ ହୋଇଛି। ଏହି କ୍ରମରେ ପୁରୀର ତାଳବଣିଆ ଇଣ୍ଡୋର ଷ୍ଟାଡିୟମରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯାଇଛି। କିନ୍ତୁ କାର୍ଯ୍ୟକ୍ରମ ପୂର୍ବରୁ ଏଠାରେ ଜଣେ ନକଲି ଯବାନ ଧରାପଡ଼ିଛନ୍ତି। ସେନାର ଯବାନ ଭଳି ଦେଖାଯାଉଥିବା ନକଲି ପୋଷାକ ପିନ୍ଧି ସ୍ୱାଧୀନତା ଦିବସ ଅବସରରେ ଆୟୋଜିତ ସମାରୋହରେ ଯୋଗଦେଇଥିବା ଯୁବକ ହେଲେ ସୁନୀଲ କୁମାର। ସେ ସ୍ଥାନୀୟ କୁମ୍ଭାରପଡ଼ା ଥାନା ଅଞ୍ଚଳର‌ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ପୁରୀର ଇଣ୍ଡୋର ଷ୍ଟାଡିୟମରେ ଆଜି ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଇଁ ସମାରୋହ ଅନୁଷ୍ଠିତ ହୋଇଥିଲା। ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ମୁଖ୍ୟ ଅତିଥି ଭାବେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। କିନ୍ତୁ କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ଏଠାରେ ଜଣେ ଯୁବକ ନକଲି ସେନା ବେଶରେ ଚୌକିରେ ବସିଥିବା ମୁତୟନ ଥିବା ପୁଲିସ କର୍ମଚାରୀମାନେ ଜାଣିବାକୁ ପାଇଥିଲା। ସ୍ଥାନୀୟ କୁମ୍ଭାରପଡ଼ା ଅଞ୍ଚଳର ସୁନୀଲ କୁମାର କେଉଁ ଉଦ୍ଦେଶ୍ୟ ରଖି ସ୍ୱାଧୀନତା ଦିବସ ଉପଲକ୍ଷେ ଆୟୋଜିତ ଜିଲ୍ଲା ସ୍ତରୀୟ ସମାରୋହକୁ ଯାଇଥିଲେ ରିପୋର୍ଟ ଲେଖାଯିବା ବେଳକୁ ତାହା ଜଣାପଡ଼ି ନାହିଁ। ତାଳବଣିଆ ଥାନା ପୁଲିସ ଅଭିଯୁକ୍ତ ସୁନୀଲଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି।

Share Now:

Kalinga News Beuro

Next Post

ରୁଷ ଗ୍ୟାସ୍ ଷ୍ଟେସନରେ ବିସ୍ଫୋରଣ ଘଟି ୩୦ ମୃତ, ୧୦୦ ଆହତ

Tue Aug 15 , 2023
ମସ୍କୋ : ରୁଷିଆର ଦକ୍ଷିଣ ଡାଗେସ୍ତାନର ଏକ ଗ୍ୟାସ ଷ୍ଟେସନରେ ବିସ୍ଫୋରଣ ଘଟି ୩୦ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଛନ୍ତି। ମଙ୍ଗଳବାର ସ୍ଥାନୀୟ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ଅଛନ୍ତି ବୋଲି ଦାଗେସ୍ତାନ ରାଜ୍ୟପାଳ ସେର୍ଗେଇ ମେଲିକୋଭି କହିଛନ୍ତି। ଦେଶର ଜରୁରୀକାଳୀନ ମନ୍ତ୍ରଣାଳୟ କହିଛି ଯେ ସୋମବାର ରାତିରେ ଏହି ଅଞ୍ଚଳର ରାଜଧାନୀ ମଖାଚକାଲା ଉପକଣ୍ଠରେ ଥିବା ଏକ […]
ରୁଷ ଗ୍ୟାସ୍ ଷ୍ଟେସନରେ ବିସ୍ଫୋରଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial