ରୁଷ ଗ୍ୟାସ୍ ଷ୍ଟେସନରେ ବିସ୍ଫୋରଣ ଘଟି ୩୦ ମୃତ, ୧୦୦ ଆହତ

ରୁଷ ଗ୍ୟାସ୍ ଷ୍ଟେସନରେ ବିସ୍ଫୋରଣ

ମସ୍କୋ : ରୁଷିଆର ଦକ୍ଷିଣ ଡାଗେସ୍ତାନର ଏକ ଗ୍ୟାସ ଷ୍ଟେସନରେ ବିସ୍ଫୋରଣ ଘଟି ୩୦ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଛନ୍ତି। ମଙ୍ଗଳବାର ସ୍ଥାନୀୟ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ଅଛନ୍ତି ବୋଲି ଦାଗେସ୍ତାନ ରାଜ୍ୟପାଳ ସେର୍ଗେଇ ମେଲିକୋଭି କହିଛନ୍ତି। ଦେଶର ଜରୁରୀକାଳୀନ ମନ୍ତ୍ରଣାଳୟ କହିଛି ଯେ ସୋମବାର ରାତିରେ ଏହି ଅଞ୍ଚଳର ରାଜଧାନୀ ମଖାଚକାଲା ଉପକଣ୍ଠରେ ଥିବା ଏକ ଗ୍ୟାସ୍ ଷ୍ଟେସନରେ ଏହି ବିସ୍ଫୋରଣ ଘଟିଛି। ପ୍ରଥମେ କାର ମରାମତି ଦୋକାନରୁ ନିଆଁ ଆରମ୍ଭ ହୋଇ ନିକଟସ୍ଥ ଗ୍ୟାସ୍ ଷ୍ଟେସନକୁ ବ୍ୟାପିଯାଇଥିଲା।
ସୂଚନା ଅନୁଯାୟୀ, ଗ୍ୟାସ ଷ୍ଟେସନରେ ଲାଗିଥିବା ନିଆଁ ଅଳ୍ପ ସମୟ ମଧ୍ୟରେ ୬୦୦ ବର୍ଗ ମିଟର ଅଞ୍ଚଳକୁ ବ୍ୟାପିଯାଇଥିଲା। ଆହତଙ୍କ ମଧ୍ୟରୁ କେତେକଙ୍କୁ ଚିକିତ୍ସା ପାଇଁ ହେଲିକପ୍ଟର ଯୋଗେ ମସ୍କୋ ନିଆଯାଉଛି। ରୁଷ୍ କର୍ତ୍ତୃପକ୍ଷ ଏହି ଘଟଣାର ଏକ ଅପରାଧିକ ତଦନ୍ତ ଆରମ୍ଭ କରିଛନ୍ତି। ଏହା ପଛରେ ଅନ୍ତର୍ଘାତୀ କାର୍ଯ୍ୟ କିମ୍ବା ଅନ୍ୟ କୌଣସି ବାହ୍ୟ ଶତ୍ରୁର ହାତ ରହିଛି ତାହାର ଅନୁସନ୍ଧାନ କରାଯାଉଛି। ଦାଗେସ୍ତାନ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମସ୍କୋ ସମୟ ଅପରାହ୍ନ ୧୨ଟା ସୁଦ୍ଧା ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ଜଣ ଆହତ ହୋଇଥିଲା। ତେବେ ପରେ ମୃତକଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇ ୩୦ରେ ଓ ଆହତ ସଂଖ୍ୟା ୧୦୨ରେ ପହଞ୍ଚିଥିଲା।

Share Now:

Kalinga News Beuro

Next Post

ଆରପାରିରେ ଶୌଚାଳୟର ରାଜା ବିନ୍ଦେଶ୍ୱର ପାଠକ

Tue Aug 15 , 2023
ନୂଆଦିଲ୍ଲୀ : ଆପଣ ଅନେକ ସମୟରେ ଆପଣଙ୍କ ଅଞ୍ଚଳରେ ଶୌଚାଳୟ ଦେଖିଥିବେ। ଏହି ଶୌଚାଳୟ ସାମ୍ନାରେ ସୁଲଭ ଶୌଚାଳୟ ଲେଖା ହୋଇଥିବାର ମଧ୍ୟ ଦେଖିଥିବେ। ଅନେକ ସମୟରେ ଆପଣ ଏହାକୁ ହାଲୁକା ଭାବେ ନେଇଥିବେ ଓ କେବେ ଭାବିଛନ୍ତି କି ଏହାର ନାମର ଅର୍ଥ କଣ ? ସୁଲଭ ଶୌଚାଳୟ ତଳେ ନିଶ୍ଚିତ ଲେଖାହୋଇଥିବ ସୁଲଭ ଇଣ୍ଟରନ୍ୟାସନାଲ ଦ୍ୱାରା ନିର୍ମିତ ଓ ପରିଚାଳିତ। ଆଜି ସେହି ସାମାଜିକ ସଂଗଠନ ସୁଲଭ […]
ସୁଲଭ ଇଣ୍ଟରନ୍ୟାସନାଲର ପ୍ରତିଷ୍ଠାତା ବିନ୍ଦେଶ୍ୱର ପାଠକଙ୍କ ଦେହାନ୍ତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial