ଆରପାରିରେ ଶୌଚାଳୟର ରାଜା ବିନ୍ଦେଶ୍ୱର ପାଠକ

ସୁଲଭ ଇଣ୍ଟରନ୍ୟାସନାଲର ପ୍ରତିଷ୍ଠାତା ବିନ୍ଦେଶ୍ୱର ପାଠକଙ୍କ ଦେହାନ୍ତ

ନୂଆଦିଲ୍ଲୀ : ଆପଣ ଅନେକ ସମୟରେ ଆପଣଙ୍କ ଅଞ୍ଚଳରେ ଶୌଚାଳୟ ଦେଖିଥିବେ। ଏହି ଶୌଚାଳୟ ସାମ୍ନାରେ ସୁଲଭ ଶୌଚାଳୟ ଲେଖା ହୋଇଥିବାର ମଧ୍ୟ ଦେଖିଥିବେ। ଅନେକ ସମୟରେ ଆପଣ ଏହାକୁ ହାଲୁକା ଭାବେ ନେଇଥିବେ ଓ କେବେ ଭାବିଛନ୍ତି କି ଏହାର ନାମର ଅର୍ଥ କଣ ? ସୁଲଭ ଶୌଚାଳୟ ତଳେ ନିଶ୍ଚିତ ଲେଖାହୋଇଥିବ ସୁଲଭ ଇଣ୍ଟରନ୍ୟାସନାଲ ଦ୍ୱାରା ନିର୍ମିତ ଓ ପରିଚାଳିତ। ଆଜି ସେହି ସାମାଜିକ ସଂଗଠନ ସୁଲଭ ଇଣ୍ଟରନ୍ୟାସନାଲର ପ୍ରତିଷ୍ଠାତା ବିନ୍ଦେଶ୍ୱର ପାଠକଙ୍କ ଦେହାନ୍ତ ହୋଇଯାଇଛି। ନୂଆଦିଲ୍ଲୀର ଏମ୍ସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। କୁହାଯାଉଛି ଯେ ସୁଲଭ ଇଣ୍ଟରନ୍ୟାସନାଲର କେନ୍ଦ୍ରୀୟ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରିବା ପରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା।
ଏହାପରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କର ଦେହାନ୍ତ ହୋଇଯାଇଛି। ୧୯୭୦ ମସିହାରେ ସୁଲଭ ଅନ୍ତର୍ଜାତୀୟ ସାମାଜିକ ସେବା ସଂଗଠନକୁ ବିନ୍ଦେଶ୍ୱର ପାଠକ ସ୍ଥାପନ କରିଥିଲେ। ଭାରତୀୟ ମହାନ ସାମାଜିକ ସଂସ୍କାରକମାନଙ୍କ ମଧ୍ୟରୁ ବିନ୍ଦେଶ୍ୱର ପାଠକଙ୍କ ପରିଚୟ ଅନ୍ୟତମ। ସେ ସୁଲଭ ଇଣ୍ଟରନ୍ୟାସନାଲ ପ୍ରତିଷ୍ଠା କରିଥିଲେ, ଯାହାକି ମାନବିକ ଅଧିକାର, ପରିବେଶ ସ୍ୱଛତା, ଅଣ-ପାରମ୍ପରିକ ଶକ୍ତି ଉତ୍ସ, ବର୍ଜ୍ୟବସ୍ତୁ ପରିଚାଳନା ଏବଂ ସାମାଜିକ ସଂସ୍କାରକୁ ପ୍ରୋତ୍ସାହିତ କରିବା ପାଇଁ କାର୍ଯ୍ୟ କରିଥାଏ। ଆଉ ଏହା ଅଧୀନରେ ଏହି ସଂଗଠନ ହିଁ ସାରା ଦେଶରେ ଶୌଚାଳୟ ସ୍ଥାପନ କରିବା ସହ ଏହାର ରକ୍ଷଣାବେକ୍ଷଣ କରିଥାଏ। ଉଲ୍ଲେଖ ଥାଉ କି ବିନ୍ଦେଶ୍ୱରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଗଭୀର ଶୋକପ୍ରକାଶ କରିଛନ୍ତି।

Share Now:

Kalinga News Beuro

Next Post

ଲକ୍ଷ୍ମୀନାରାୟଣ ଭେଣ୍ଡିଂ ଜୋନ୍‌ ବେଆଇନ : ଅପାରଗ ଅଧିକାରୀଙ୍କ ଯୋଗୁଁ ୩୦ କୋଟି ରାଜସ୍ୱ ହାନୀ

Tue Aug 15 , 2023
ଭୁବନେଶ୍ୱର : ୱାର୍ଡ ନମ୍ବର ୧୩ରେ ଥିବା ଲକ୍ଷ୍ମୀନାରାୟଣ ‌ଭେଣ୍ଡିଂ ଜୋନ୍‌ ବେଆଇନ। ଏହି ଭେଣ୍ଡିଂ ଜୋନ୍‌ ବିଏମ୍‌ସିରେ ପଞ୍ଜୀକୃତ ହୋଇନାହିଁ। ଅନଧିକୃତ ଭାବରେ ୨୦୦୮ ମସିହାରୁ ୧୫ ବର୍ଷ ଧରି ୪୧ ଜଣ ବ୍ୟବସାୟୀ ଏଠାରେ ବ୍ୟବସାୟ କରୁଛନ୍ତି। ବିଏମ୍‌ସି ଏଭଳି ଘୋଷଣ କରିଛି। ଯାହା ଫଳରେ ୪୧ ବ୍ୟସାୟୀଙ୍କୁ ବିଦ୍ୟୁତ ସଂଯୋଗ ମିଳୁନି। ଏଣେ କେତେବେଳେ ଉଚ୍ଛେଦ ହୋଇଯିବ ସେ ନେଇ ଚିନ୍ତା ଘାରିଛି। ଅନ୍ୟପଟେ ବ୍ୟବସାୟୀମାନେ […]
ଲକ୍ଷ୍ମୀନାରାୟଣ ଭେଣ୍ଡିଂ ଜୋନ୍‌ ବେଆଇନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial