ସୂର୍ଯ୍ୟ ଅଭିଯାନ ଯାତ୍ରା ଆରମ୍ଭ କଲା ‘ଆଦିତ୍ୟ ଏଲ୍‌ ୧’

ସୂର୍ଯ୍ୟ ଅଭିଯାନ ଯାତ୍ରା ଆରମ୍ଭ କଲା ‘ଆଦିତ୍ୟ ଏଲ୍‌ ୧’

ବେଙ୍ଗାଲୁରୁ: ଆଜି ପୂର୍ବାହ୍ନ ୧୧.୫୦ରେ ଆନ୍ଧ୍ରପ୍ରଦେଶ ଅନ୍ତର୍ଗତ ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ୍‌ ଲଞ୍ଚ୍‌ ପ୍ୟାଡ୍‌ରୁ ‘ପିଏସ୍‌ଏଲ୍‌ଭି–ସି୫୭’ ରକେଟ୍‌ ଯୋଗେ ଭାରତର ପ୍ରଥମ ସୌର ଅଭିଯାନ ‘ଆଦିତ୍ୟ ଏଲ୍‌୧’ ମହାକାଶ ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ଭାରତର ଏହି ପ୍ରଥମ ସୂର୍ଯ୍ୟ ଅଭିଯାନ ଉତ୍‌କ୍ଷେପଣ ସଫଳ ହୋଇଥିବା କଥା ‘ଇସ୍ରୋ’ ସୁନିଶ୍ଚିତ କରିଛି। ସଦ୍ୟତମ ସୂଚନା ଅନୁଯାୟୀ, ‘ପିଏସ୍‌ଏଲ୍‌ଭି-ସି୫୭’ ସ୍ୱାଭାବିକ ଭାବେ କାର୍ଯ୍ୟ କରୁଛି। ଏହାର ପ୍ରଥମ ଥାକ ବା ‘‌ଷ୍ଟେଜ୍‌’ ପୃଥକ୍‌ ହୋଇଥିଲା। ପରେ ଦ୍ଵିତୀୟ ‘ଷ୍ଟେଜ୍‌’ ମଧ୍ୟ ଭଲ ଭାବେ କାର୍ଯ୍ୟ କରିଥିଲା। ଏହାଛଡ଼ା,‘ପ୍ଲେଲୋଡ୍‌ ଫେୟାରିଙ୍ଗ୍‌’ ପୃଥକ୍ ହୋଇ ‘ଆଦିତ୍ୟ ଏଲ୍‌ ୧’ ମହାକାଶଯାନକୁ ପ୍ରଥମ ମହାକାଶୀୟ ଅନୁଭୂତି ଦେଇଥିଲା। ତା’ପରେ ଏହାର ତୃତୀୟ ‌‘ଷ୍ଟେଜ୍‌’ର କାର୍ଯ୍ୟ ବି ସ୍ୱାଭାବିକ ଭାବେ ଚାଲିବା ପରେ ପୃଥକ୍‌ ହୋଇଥିଲା। ଏବେ ଚତୁର୍ଥ ‘ଷ୍ଟେଜ୍‌’ର କାର୍ଯ୍ୟ ଆରମ୍ଭ ହୋଇଛି।
‘ଇସ୍ରୋ’ର ‘ଆଦିତ୍ୟ ଏଲ୍‌-୧’ ମିସନ୍‌ ଉତ୍‌କ୍ଷେପଣ ଦେଖିବା ପାଇଁ ଶ୍ରୀହରି କୋଟାସ୍ଥିତ ‘ସତୀଶ ଧୱନ୍‌ ସ୍ପେସ୍‌ ସେଣ୍ଟର୍‌’ରେ ସ୍କୁଲ୍‌ ପିଲାମାନେ ଉପସ୍ଥିତ ହୋଇଥିଲେ ବୋଲି ‘ଏଏନ୍‌ଆଇ’ ରିପୋର୍ଟ କରିଛି। ୯ ମିନଟ୍‌ ପୂର୍ବେ ଉତ୍‌କ୍ଷେପଣ କରାଯାଇଥିବା ‘ଆଦିତ୍ୟ ଏଲ୍‌ ୧’ର ଗତି ସ୍ୱାଭାବିକ ଥିବା କଥା ‘ଇସ୍ରୋ’ କହିଛି। ୧୨୫ ଦିନର ଯାତ୍ରା କାଳରେ ‘ଆଦିତ୍ୟ ଏଲ୍‌ ୧’ ବାହ୍ୟ ସୌରମଣ୍ଡଳ ଓ ସୌର ବାୟୁର ପର୍ଯ୍ୟବେକ୍ଷଣ କରିବ। ପୃଥିବୀଠାରୁ ୧.୫ ନିୟୁତ କିଲୋମିଟର୍‌ ଦୂର ‘ଲାଗ୍ରାଞ୍ଜିଆନ୍‌ ପଏଣ୍ଟ୍‌ ୧’ କକ୍ଷପଥରେ ଅବସ୍ଥାନ କରିବା ପରେ ଏହାର ‘ଭିଇଏଲ୍‌ସି’ ପ୍ଲେ ଲୋଡ୍‌ ଦୈନିକ ୧,୪୪୦ଟି ଫଟୋ ଗ୍ରାଉଣ୍ଡ୍‌ ଷ୍ଟେସନ୍‌କୁ ପଠାଇବ। ସୂଚନାଯୋଗ୍ୟ, ଏହା ସୂର୍ଯ୍ୟରେ ଅବତରଣ କରିବା ନାହିଁ କି, ସୂର୍ଯ୍ୟର ନିକଟତର ବି ହେବନାହିଁ।

Share Now:

Kalinga News Beuro

Next Post

୨ ଭଉଣୀଙ୍କ ସହ ଗଣଦୁଷ୍କର୍ମ: ସ୍ଥାନୀୟ ‘ବିଜେପି’ ନେତାଙ୍କ ପୁଅ ସମେତ ୧୦ ଗିରଫ

Sat Sep 2 , 2023
ରାୟପୁର: ଛତିଶଗଡ଼ର ରାୟପୁର ଜିଲ୍ଲାରେ ୨ ଭଉଣୀଙ୍କ ସହିତ କରାଯାଇଥିବା ଗଣଦୁଷ୍କର୍ମ ଘଟଣାରେ ଶୁକ୍ରବାର ଦିନ ପୁଲିସ ଜଣେ ସ୍ଥାନୀୟ ‘ବିଜେପି’ ନେତାଙ୍କ ପୁଅ ସମେତ ୧୦ଜଣଙ୍କୁ ଗିରଫ କରିଛି। ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ଗୁରୁବାର ସନ୍ଧ୍ୟା ବେଳେ ୧୯ ଓ ୧୬ ବର୍ଷୀୟ ଦୁଇ ଭଉଣୀ ରକ୍ଷା ବନ୍ଧନ ଉତ୍ସବ ପାଳନ କରିବା ପରେ ଫେରୁଥିଲେ। ଭଂସୋଜ ଗାଁ ନିକଟରେ ସେମାନେ ଗଣଦୁଷ୍କର୍ମର ଶିକାର ହୋଇଥିବା […]
୨ ଭଉଣୀଙ୍କ ସହ ଗଣଦୁଷ୍କର୍ମ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial