କରୋନାକୁ ହରାଇଲେ ୧୧୫ ବର୍ଷୀୟ ବୃଦ୍ଧ : ନେଇନାହାନ୍ତି ଗୋଟିଏ ବି ଡୋଜ୍‌ ଟିକା‌

କରୋନାକୁ ହରାଇଲେ ୧୧୫ ବର୍ଷୀୟ ବୃଦ୍ଧ

ବେଙ୍ଗାଲୁରୁ: କର୍ଣ୍ଣାଟକ କୋଲର ଜିଲ୍ଲାର ଜଣେ ବୃଦ୍ଧ ୧୧୫ ବର୍ଷରେ କରୋନାକୁ ହରାଇଛନ୍ତି। ସବୁଠୁ ଆଶ୍ଚର୍ଯ୍ୟଜନକ ହେଉଛି ସେ ଗୋଟିଏ ଡୋଜ୍‌ ଟିକା ବି ନେଇନାହାନ୍ତି। ଜି ମୁନିୟାପ୍ପା ନାମକ ଏହି ବ୍ୟକ୍ତି ୧୯୦୬ରେ ଜନ୍ମ ହୋଇଥିଲେ। ଜୁଲାଇ ମଧ୍ୟଭାଗରେ ତାଙ୍କୁ ଜ୍ବର ହୋଇଥିଲା। କୋଭିଡ୍‌ ଟେଷ୍ଟ୍‌ କରିବାପରେ ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଲା। ମୁନିୟାପ୍ପାଙ୍କ ପରିବାର ସଦସ୍ୟ ତାଙ୍କ ଚିକିତ୍ସା ପାଇଁ ଜୁଲାଇ ୨୨ ତାରିଖରେ ବେଙ୍ଗାଲୁରୁ ସ୍ଥିତ ସେଣ୍ଟ୍‌ ଜନ୍‌ସ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ତେବେ ୫ ଦିନ ପରେ ସେ ସୁସ୍ଥ ହୋଇ ହସ୍ପିଟାଲରୁ ଫେରିଥିଲେ।
ମୁନିୟାପ୍ପା କହିଛନ୍ତି, ତାଙ୍କ ସ୍ବାସ୍ଥ୍ୟାବସ୍ଥା ପୂରା ଠିକ୍‌ ଅଛି ଏବଂ ସେ ପ୍ରତିଦିନ ବାଇବେଲ୍‌ ମଧ୍ୟ ପଢ଼ୁଛନ୍ତି। ବିଂଶ ଶତାବ୍ଦୀରେ ମୁନିୟାପ୍ପା କିଶୋର ଥିବା ସମୟରେ ସ୍ପାନିଶ ଫ୍ଲୁ ମହାମାରୀ ଆସିଥିଲା। ସେ ସମୟରେ ଲେକେ ଭୟରେ ୩-୪ ମାସ ଗାଁ ଛାଡ଼ି ପଳାଉଥିଲେ ବୋଲି ମୁନିୟାପ୍ପା କହିଛନ୍ତି। କର୍ଣ୍ଣାଟକର ସବୁଠାରୁ ବୟସ୍କ ବ୍ୟକ୍ତି ଭାବେ ମୁନିୟାପ୍ପା କରୋନାରୁ ସୁସ୍ଥ ହୋଇଛନ୍ତି। ମୁନିୟାପ୍ପାଙ୍କ ପରିବାର ଚାଷ ଉପରେ ନିର୍ଭର କରେ। ମୁନିୟାପ୍ପା ଜଣେ ଚାଷୀ ଏବଂ ତାଙ୍କର ୬ ପିଲା ଅଛନ୍ତି। ମୁନିୟାପ୍ପାଙ୍କ ପତ୍ନୀଙ୍କୁ ଏବେ ୧୦୦ ବର୍ଷ।

Share Now:

Kalinga News Beuro

Next Post

ମୋ ସାଇକେଲ୍‌ ବିକ୍ରି ପ୍ରସଙ୍ଗ: କଣ୍ଟ୍ରାକ୍ଟରୁ ଓହରି ଯିବାକୁ ଚାହୁଁଛି ହେକ୍ସି

Fri Aug 6 , 2021
ଭୁବନେଶ୍ବର: ଜୁଲାଇ ୧୩ ତାରିଖରେ ରାଜଧାନୀ ରାସ୍ତାକଡ଼ରୁ ଶହଶହ ‘ମୋ ସାଇକେଲ୍‌’ କବାଡ଼ିଆକୁ ବିକ୍ରି ମାମଲାର ତଦନ୍ତ ଚାଲିଛି। ବିଏସ୍‌ସିଏଲ୍‌ର ମହାପ୍ରବନ୍ଧକ କମଲଜିତ୍ ଦାସ ୩୦୦ ‘ମୋ ସାଇକେଲ୍‌’ ଚୋରି ହୋଇଥିବା ନେଇ ସହିଦନଗର ଥାନାରେ ଏତଲା ଦେବା ପରେ ହେକ୍ସି ସଂସ୍ଥାର ମୁଖିଆ ଭୁବନେଶ୍ବରରେ ଡେରା ପକାଇଛନ୍ତି। ବିଏସ୍‌ସିଏଲ୍‌ କର୍ତ୍ତୃପକ୍ଷ ଓ ପୁଲିସକୁ ଭେଟିବା ପରେ ସେ ୧ ହଜାର ସାଇକେଲ୍‌ ଦେଇଦେବା ସହ ହେକ୍ସି କଣ୍ଟ୍ରାକ୍ଟ ଭାଙ୍ଗି […]
ମୋ ସାଇକେଲ୍‌ ବିକ୍ରି ପ୍ରସଙ୍ଗ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial