ବିଜେପି ସାଂସଦ ପ୍ରତାପ ସିହ୍ନାଙ୍କ ପାସରେ ଆସିଥିଲେ ଅନୁପ୍ରବେଶକାରୀ

ନୂଆଦିଲ୍ଲୀ: ବୁଧବାର ଲୋକସଭା କାର୍ଯ୍ୟ ଚାଲିଥିବା ବେଳେ ବୁଧବାର ଦୁଇ ଜଣ ବ୍ୟକ୍ତି ଭିଜିଟର୍ସ ଗ୍ୟାଲେରିକୁ ଡେଇଁ ଧୂଆଁ ସ୍ପ୍ରେ କରିବା ଘଟଣାକୁ ନେଇ ସାରା ଦେଶରେ ଚିନ୍ତା ପ୍ରକାଶ ପାଇଛି। ତେବେ ଏତେ କଡ଼ା ସୁରକ୍ଷାକୁ ଡେଇଁ ସେମାନେ କିପରି ଗୃହ ମଧ୍ୟରେ ପ୍ରବେଶ କଲେ ତାହାକୁ ସମସ୍ତେ ସହଜରେ ହଜମ କରିପାରୁନାହାନ୍ତି। ତେବେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତଠାରୁ ମିଳିଥିବା ଭିଜିଟର ପାସରୁ ଜଣାପଡ଼ିଛି ଯେ ସେ ଜଣେ ବିଜେପି ସାଂସଦଙ୍କ ପାସ ମାଧ୍ୟମରେ ପ୍ରବେଶ କରିଥିଲେ। ଏହି ଘଟଣାର ତଦନ୍ତ ଜାରି ରହିଛି ଓ ଗିରଫ ଅଭିଯୁକ୍ତମାନଙ୍କୁ ପଚରାଉଚୁରା ଚାଲିଛି।
ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ସାଗର ମହୀଶୂରର ବିଜେପି ସାଂସଦ ପ୍ରତାପ ସିହ୍ନାଙ୍କ ନାମରେ ଜାରି ହୋଇଥିବା ଭିଜିଟର୍ ପାସ୍ ବ୍ୟବହାର କରି ସଂସଦରେ ପ୍ରବେଶ କରିଥିଲେ। ଏହି ଘଟଣା ପରେ ସାଂସଦ ପ୍ରତାପ ସିହ୍ନା ଅଡ଼ୁଆରେ ପଡ଼ିଯାଇଛନ୍ତି। ପ୍ରତାପ ସିହ୍ନା ଲଗାତାର ୨ ଥର ବିଜେପି ଟିକେଟରେ ନିର୍ବାଚନ ଲଢି ବିଜୟୀ ହୋଇଛନ୍ତି। ଜଣେ ସାମ୍ବାଦିକଭାବରେ ନିଜର କ୍ୟାରିୟର ଆରମ୍ଭ କରିଥିବା ପ୍ରତାପ ୨୦୧୪ରେ ପ୍ରଥମ ଥର ପାଇଁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ ଓ ପରେ ୨୦୧୯ ବି ବିଜୟୀ ହୋଇଥିଲେ। ସେ ୨୦୦୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନୀ ଲେଖିଥିଲେ। ଜଣେ ବିଜେପି ସାଂସଦଙ୍କ ପାସ ବ୍ୟବହାର କରି ସଂସଦରେ ଅନୁପ୍ରବେଶ କରାଯାଇଥିବାରୁ ତାହାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ।

Share Now:

Kalinga News Beuro

Next Post

ଲଣ୍ଡନର ସବୁଠାରୁ ଦାମୀ ଘର କିଣିବେ ଭାରତୀୟ ବ୍ୟବସାୟୀ ଅଦର ପୁନାୱାଲା

Wed Dec 13 , 2023
ନୂଆଦିଲ୍ଲୀ: ଭାରତୀୟ କୋଟିପତି ତଥା କୋଭିଡ୍‌ ଟିକା ନିର୍ମାତା ଅଦର ପୁନାୱାଲା ଲଣ୍ଡନର ସବୁଠାରୁ ଦାମୀ ବଙ୍ଗଳା ଭାବେ ପରିଗଣିତ ୨୫,୦୦୦ ବର୍ଗଫୁଟ ପରିମିତ ଅଞ୍ଚଳରେ ଥିବା ମେ’ଫେୟାରକୁ କିଣିବାକୁ ଯୋଜନା କରୁଛନ୍ତି। ଫାଇନାନ୍‌ସିଆଲ ଟାଇମ୍‌ସର ରିପୋର୍ଟ ଅନୁଯାୟୀ, ୨୦୨୩ରେ ସବୁଠାରୁ ଦାମୀ ସମ୍ପତ୍ତି କହାଯାଉଥିବା ଲଣ୍ଡନର ଏହି ଘର ୧୩୮ ନିୟୁତ ପାଉଣ୍ଡ (ଭାରତୀୟ ମୁଦ୍ରରେ ପାଖାପାଖି ୧୪୪୬ କୋଟି ଟଙ୍କା)ରେ ବିକ୍ରି ହେବ ବୋଲି ଆଶା କରାଯାଉଛି। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial