ଲଣ୍ଡନର ସବୁଠାରୁ ଦାମୀ ଘର କିଣିବେ ଭାରତୀୟ ବ୍ୟବସାୟୀ ଅଦର ପୁନାୱାଲା

ନୂଆଦିଲ୍ଲୀ: ଭାରତୀୟ କୋଟିପତି ତଥା କୋଭିଡ୍‌ ଟିକା ନିର୍ମାତା ଅଦର ପୁନାୱାଲା ଲଣ୍ଡନର ସବୁଠାରୁ ଦାମୀ ବଙ୍ଗଳା ଭାବେ ପରିଗଣିତ ୨୫,୦୦୦ ବର୍ଗଫୁଟ ପରିମିତ ଅଞ୍ଚଳରେ ଥିବା ମେ’ଫେୟାରକୁ କିଣିବାକୁ ଯୋଜନା କରୁଛନ୍ତି। ଫାଇନାନ୍‌ସିଆଲ ଟାଇମ୍‌ସର ରିପୋର୍ଟ ଅନୁଯାୟୀ, ୨୦୨୩ରେ ସବୁଠାରୁ ଦାମୀ ସମ୍ପତ୍ତି କହାଯାଉଥିବା ଲଣ୍ଡନର ଏହି ଘର ୧୩୮ ନିୟୁତ ପାଉଣ୍ଡ (ଭାରତୀୟ ମୁଦ୍ରରେ ପାଖାପାଖି ୧୪୪୬ କୋଟି ଟଙ୍କା)ରେ ବିକ୍ରି ହେବ ବୋଲି ଆଶା କରାଯାଉଛି। ସ୍ୱର୍ଗତ ଶିଳ୍ପପତି ଜାନ୍‌ କୁଲ୍‌ଜିକ୍‌ଙ୍କ ଝିଅ ତଥା ପୋଲାଣ୍ଡର ସବୁଠାରୁ ଧନୀ ମହିଳା ଡୋମିନିକା କୁଲ୍‌ଜିକ୍‌ ହାଇଡ୍‌ ପାର୍କ ନିକଟରେ ଥିବା ୧୯୨୦ ଦଶକର ଏହି ବିଶାଳ ବାସଭବନ ଆବରକନ୍‌ୱେ ହାଉସ୍‌କୁ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି। ପୁନାୱାଲାଙ୍କ ପରିବାରର ବ୍ୟାବସାୟିକ ସଂସ୍ଥା ସେରମ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ବ୍ରିଟେନ୍‌ ସ୍ଥିତ ସହଯୋଗୀ ସେରମ୍‌ ଲାଇଫ୍‌ ସାଇନେ୍‌ସସ୍‌ ଏହି ସମ୍ପତ୍ତି କିଣିବ। ବିଳାସପୂର୍ଣ୍ଣ ରିଅଲ ଇଷ୍ଟେଟ୍‌ ବ୍ରୋକରମାନେ ଦାବି କରିଛନ୍ତି ଯେ ମୂଲ୍ୟ ଟ୍ୟାଗ୍‌ କାରଣରୁ ଆବରକନୱେ ହାଉସ୍‌ ହେଉଛି ଚଳିତ ୨୦୨୩ ବର୍ଷର ସବୁଠାରୁ ବଡ଼ ବିକ୍ରୟ ଏବଂ ଲଣ୍ଡନରେ ବିକ୍ରି ହୋଇଥିବା ଦ୍ୱିତୀୟ ସର୍ବାଧିକ ମୂଲ୍ୟର ଘର। ସେରମ୍‌ ଲାଇଫ୍‌ ସାଇନେ୍‌ସସ୍‌ର ଏକ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପୁନାୱାଲା ପରିବାରର ସ୍ଥାୟୀ ଭାବେ ବ୍ରିଟେନକୁ ସ୍ଥାନାନ୍ତରିତ ହେବାର କୌଣସି ଯୋଜନା ନାହିଁ, କିନ୍ତୁ ସେମାନେ ବ୍ରିଟେନରେ ରହୁଥିବା ସମୟରେ ଏହି ବାସଭବନକୁ ସେମାନଙ୍କ ପାଇଁ ଏବଂ କର୍ମଚାରୀ ଓ ସେମାନଙ୍କ ପରିବାର ପାଇଁ ବାସସ୍ଥାନ ଭାବେ ବ୍ୟବହାର କରିବେ।
ଦେଶର ଅନ୍ୟତମ ଧନୀ ବ୍ୟବସାୟୀ ସାଇରସ୍ ପୁନାୱାଲା ଓ ତାଙ୍କ ପୁଅ ଅଦରଙ୍କ ମିଳିତ ସମ୍ପତ୍ତି ଫୋର୍ବସ ଦ୍ୱାରା ୨୨.୧ ବିଲିୟନ ଡଲାର (୧.୮ ଲକ୍ଷ କୋଟି ଟଙ୍କା)ରୁ ଅଧିକ ବୋଲି କୁହାଯାଉଛି। ଅଦର ପୁଣେର ବିଶପ୍ ସ୍କୁଲ, କ୍ୟାଣ୍ଟରବରିର ସମ୍ମାନଜନକ ସେଣ୍ଟ୍ ଏଡମଣ୍ଡ୍ ସ୍କୁଲ ଏବଂ ଶେଷରେ ୱେଷ୍ଟମିନିଷ୍ଟର ବିଶ୍ୱବିଦ୍ୟାଳୟରେ ପାଠ ପଢିଥିଲେ। ସେ ଲଣ୍ଡନରେ ଥିବା ବେଳେ ମ୍ୟାନେଜମେଣ୍ଟ ଏବଂ ବାୟୋଟେକ୍ନୋଲୋଜି ଅଧ୍ୟୟନ କରିଥିଲେ। ୨୦୧୧ରେ ଅଦର ପୁନାୱାଲାଙ୍କୁ ସେରମ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ (ଏସଆଇଆଇ)ର ସିଇଓ ଭାବେ ନିଯୁକ୍ତ କରାଯାଇଥିଲା। ଅଦରଙ୍କ ନିର୍ଦ୍ଦେଶରେ କୋଭିଡ-୧୯ର ମୁକାବିଲା ପାଇଁ ଅନ୍ତର୍ଜାତୀୟ ଅଭିଯାନରେ ଏସଆଇଆଇ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଅଦାରଙ୍କ ନେତୃତ୍ୱରେ ଏସଆଇଆଇ ବିଶ୍ୱବ୍ୟାପୀ ମହାମାରୀ ସମୟରେ ୭୦ଟି ଦେଶକୁ କୋଭିଡ୍‌-୧୯ ଟିକା ଉତ୍ପାଦନ କରି ଯୋଗାଣ କରିଥିଲା।

Share Now:

Kalinga News Beuro

Next Post

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଷ୍ଣଦେଓ ସାଏ

Wed Dec 13 , 2023
ରାୟପୁର: ବିଷ୍ଣୁ ଦେଓ ସାଏ ବୁଧବାର ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସେ ହେଉଛନ୍ତି ରାଜ୍ୟର ଚତୁର୍ଥ ମୁଖ୍ୟମନ୍ତ୍ରୀ। ପୂର୍ବରୁ ଅଜିତ ଯୋଗୀ, ରମଣ ସିଂହ ଓ ଭୂପେଶ ବାଘେଲ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ। କାର୍ଯ୍ୟକାଳ ଅନୁଯାୟୀ ସାଏ ଷଷ୍ଠ ବିଧାନସଭାରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଗତ ଡିସେମ୍ବର ୩ତାରିଖରେ ଘୋଷିତ ନିର୍ବାଚନ ଫଳାଫଳରେ ଛତିଶଗଡ଼ରେ ବିଜେପିକୁ ବହୁମତ ମିଳିଥିଲା। ତେବେ ଗତ ୧୦ ତାରିଖରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial