ଅମ୍ପାନ ମହାବାତ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କଲେ ମୋଦୀ

ନୂଆଦିଲ୍ଲୀ :ବଙ୍ଗୋପସାଗରରେ ସୃଷ୍ଟି ହୋଇ ପଶ୍ଚିମବଙ୍ଗ ଉପକୂଳ ଆଡ଼କୁ ମୁହାଁଇଥିବା ମହାବାତ୍ୟା ଅମ୍ପାନର ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ଗୃହମନ୍ତ୍ରୀ ଅମିତ ଶାହା, କ୍ୟାବିନେଟ ସଚିବ ରାଜୀବ ଗଉବା, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ. ମିଶ୍ର ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ସମୀକ୍ଷା ଅବସରରେ ମୋଦୀ କହିଛନ୍ତି ଯେ ସେ ସମସ୍ତଙ୍କ ନିରାପତ୍ତା କାମନା କରୁଛନ୍ତି ଓ ଏହାର ମୁକାବିଲା ପାଇଁ କେନ୍ଦ୍ର ସରକାର ସବୁପ୍ରକାରର ସହାୟତା କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି। ଆଜି ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ମୋଦୀ ସ୍ଥିତି ସଂପର୍କରେ ଅବଗତ ହେବା ସହ ମୁକାବିଲା ପ୍ରସ୍ତୁତି, ଏନଡିଆରଏଫ ଦ୍ୱାରା ପ୍ରସ୍ତୁତ ଉଦ୍ଧାର କାର୍ଯ୍ୟର ଯୋଜନାରସମୀକ୍ଷା କରିଛନ୍ତି। ଏହି ଅବସରରେ ଏନଡିଆରଏଫ ମହାନିର୍ଦ୍ଦେଶକ ଏସଏନ ପ୍ରଧାନ ଜଣାଇଥିଲେ ଯେ ୨୫ଟି ଏନଡିଆରଏଫ ଟିମ ପଶ୍ଚିମବଙ୍ଗ ଓ ଓଡ଼ିଶାରେ ମୁତୟନ କରାଯାଇଛି ଓ ଅନ୍ୟ ୧୨ଟି ଟିମକୁ ପ୍ରସ୍ତୁତ ରଖାଯାଇଛି। ଦେଶର ଅନ୍ୟ କେତେକ ସ୍ଥାନରେ ଆଉ ୨୪ଟି ଏନଡିଆରଏଫ ଦଳକୁ ସଜାଗ ରଖାଯାଇଛି ବୋଲି ସେ କହିଛନ୍ତି। ଗତକାଲି କ୍ୟାବିନେଟ ସଚିବ ଓଡ଼ିଶା ଓ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରସ୍ତୁତିର ସମୀକ୍ଷା କରିଥିଲେ। ଅମ୍ପାନ ଆସନ୍ତା ୨୦ ତାରିଖରେ ପଶ୍ଚିମବଙ୍ଗର ଦୀଘା ଉପକୂଳ ନିକଟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି।

Share Now:

Kalinga News Beuro

Leave a Reply

Next Post

‘ଅମ୍ଫାନ୍‌’: ପ୍ରକୋପ କମିଲା; ତଥାପି ଶଙ୍କାମୁକ୍ତ ନୁହେଁ ଓଡ଼ିଶା ଉପକୂଳ

Tue May 19 , 2020
ନୂଆଦିଲ୍ଲୀ/ ଭୁବନେଶ୍ୱର: ବଙ୍ଗୋପସାଗର ମଧ୍ୟରେ ଗତକାଲି ଭୟଙ୍କର ରୂପ ଧାରଣ କରିଥିବା ମହାବାତ୍ୟା ‘ଅମ୍ଫାନ’ର ପ୍ରକୋପ ଏବେ ଟିକିଏ କମିଛି। ଆଜି ଅପରାହ୍ଣ ୫ଟା ବେଳକୁ ଏହା ‘ସୁପର ସାଇକ୍ଲୋନ୍‌ ବା ମହାବାତ୍ୟା’ରୁ ‘ଏକ୍ସଟ୍ରିମ୍‌ଲି ସିଭିୟର ସାଇକ୍ଲୋନ୍‌ ବା ଅତି ଭୀଷଣ ବାତ୍ୟା’କୁ ଖସି ଆସିଛି। ଅମ୍ଫାନ ଏବେ ପାରାଦୀପ ଠାରୁ ଦକ୍ଷିଣରେ ପ୍ରାୟ ୪୦୦ କିମି ଦୂରରେ ରହି ଉତ୍ତର ଉତ୍ତର-ପୂର୍ବ ଦିଗରେ ସମୁଦ୍ର ମଧ୍ୟରେ ଘଣ୍ଟା ପ୍ରତି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial