ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି : ଅରୁଣ ଷଡ଼ଙ୍ଗୀଙ୍କୁ ଡିଜିପି ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର : ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ସୁନିଲ ବଂଶଲଙ୍କ କାର୍ଯ୍ୟକାଳ ଡିସେମ୍ବର ମାସ ୩୧ ତାରିଖରେ ସମାପ୍ତ ହେବାକୁ ଯାଉଛି। ଶ୍ରୀ ବଂଶଲଙ୍କ କାର୍ଯ୍ୟକାଳ ସମାପ୍ତ ହେବା ପୂର୍ବରୁ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୯୯୦ ବ୍ୟାଚର ଆଇପିଏସ ଅଧିକାରୀ ଅରୁଣ ଷଡ଼ଙ୍ଗୀଙ୍କୁ ରାଜ୍ୟର ଡିଜିପି ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ରାଜ୍ୟର ଡିଜିପି ଶ୍ରୀ ବଂଶଲଙ୍କ କାର୍ଯ୍ୟକାଳ ସମାପ୍ତ ହେବାର ଗୋଟିଏ ଦିନ ପୂର୍ବରୁ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୯୯୦ ବ୍ୟାଚର ଆଇପିଏସ ଅଧିକାରୀ ଶ୍ରୀ ଷଡ଼ଙ୍ଗୀଙ୍କୁ ଡିଜିପି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଶ୍ରୀ ଷଡ଼ଙ୍ଗୀ ଏବେ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀ (ବିପିଏସପିଏ)ର ନିର୍ଦ୍ଦେଶକ ଦାୟିତ୍ୱରେ ରହିଥିବା ବେଳେ ସେ ଡିଜିପି ଦାୟିତ୍ୱ ଅତିରିକ୍ତ ଭାବେ ତୁଲାଇବେ। ସ୍ଥାୟୀ ଡିଜିପିଙ୍କ ନିଯୁକ୍ତି ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱ ତୁଲାଇବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

ସୂଚନାଯୋଗ୍ୟ ଯେ, ନୂଆବର୍ଷ ଆରମ୍ଭ ପୂର୍ବରୁ ଗତକାଲି ରାଜ୍ୟ ସରକାର ୧୧ ଜଣ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ପ୍ରମୋସନ ଦେଇଥିଲେ। ୫ ଜଣ ଆଇପିଏସ ଅଧିକାରୀଙ୍କୁ ଆଇଜି ପାହ୍ୟାକୁ ଓ ୬ ଜଣ ଆଇପିଏସ ଅଧିକାରୀଙ୍କୁ ଡିଆଇଜି ପାହ୍ୟାକୁ ପଦୋନ୍ନତି ମିଳିଥିଲା। ୨୦୦୬ ବ୍ୟାଚର ୫ ଜଣ ପୋଲିସ ଅଧିକାରୀଙ୍କୁ ଆଇଜି ପାହ୍ୟାକୁ ପଦୋନ୍ନତି କରାଯାଇଥିବା ବେଳେ ୨୦୧୦ ବ୍ୟାଚର ୬ ଜଣ ଆଇପିଏସଙ୍କୁ ଡିଆଇଜି ଭାବେ ପଦୋନ୍ନତି ଦିଆଯାଇଥିଲା। କେନ୍ଦ୍ରୀୟ ଡେପୁଟେସନରେ ଥିବା ୧୯୯୯ ବ୍ୟାଚ ଆଇପିଏସ ଅଧିକାରୀ ଘନଶ୍ୟାମ ଉପାଧ୍ୟାୟଙ୍କୁ ଏଡିଜି ପାହ୍ୟାକୁ ପଦୋନ୍ନତି ମିଳିଥିଲା।

Share Now:

Kalinga News Beuro

Next Post

ଆଜି ନନ୍ଦନକାନନର ୬୪ତମ ପ୍ରତିଷ୍ଠା ଦିବସ : ୧୪ ଶାବକଙ୍କ ନାମକରଣ ହେଲା

Sat Dec 30 , 2023
ଖୁଆଡ଼କୁ ଆସିଲେ ୱାଲାବି, କାସ୍‌ୱାରି ବାରଙ୍ଗ : ଆଜି ନନ୍ଦନକାନନର ୬୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆଜି ୧୪ଟି ବନ୍ୟପ୍ରାଣୀ ଶାବକଙ୍କ ନାମକରଣ କରାଯାଇଛି। ୨ଟି ହାତୀ ଶାକବ, ୬ ବାଘ ଓ ୬ ସିଂହ ଛୁଆ ଆଜିଠୁ ସେମାନଙ୍କ ନୂଆ ନାଁରେ ପରିଚିତ ହେବେ। ସାଧାରଣ ନାଲି ରଙ୍ଗର ବାଘୁଣୀ ଅଙ୍କିତା ଓ ନନ୍ଦନ ମିଳନରୁ ଜନ୍ମିତ ୪ ଶାବକଙ୍କ ମଧ୍ୟରୁ ୩ ମାଈ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial