ଯୁଦ୍ଧ ଅବସାନ ନେଇ ଆଶା : ଉତ୍ତର-ୟୁକ୍ରେନରେ ସାମରିକ ଅଭିଯାନ କମାଇବାକୁ ରୁଷର ଘୋଷଣା

ଯୁଦ୍ଧ ଅବସାନ ନେଇ ଆଶା

ମସ୍କୋ : ରୁଷ-ୟୁକ୍ରେନ ଯୁଦ୍ଧର ନିରାଶା ମଧ୍ୟରେ କିଛିଟା ଆଶାଜନକ ଖବର ମିଳିଛି। ଉତ୍ତର ୟୁକ୍ରେନ ବିଶେଷକରି ରାଜଧାନୀ କିବ ଓ ଚେର୍ନିହିବରେ ସାମରିକ ଅଭିଯାନକୁ ସାମୟିକଭାବେ ହ୍ରାସ କରିବାକୁ ରୁଷ ସଂକେତ ଦେଇଛି । ତୁର୍କୀରେ ଦୁଇ ଦେଶ ମଧ୍ୟରେ ଚାଲିଥିବା ଆଲୋଚନାରେ କିଛିଟା ଅଗ୍ରଗତି ହୋଇଥିବାରୁ ରୁଷ ଏହି ନିଷ୍ପତ୍ତି ନେଇଛି। ରୁଷର ଉପ-ପ୍ରତିରକ୍ଷାମନ୍ତ୍ରୀ ଆଲେକ୍ସାଣ୍ଡାର ଫୋମିନ କହିଛନ୍ତି ଯେ ୟୁକ୍ରେନ ନିରପେକ୍ଷ ରହିବା ଓ ଅଣ-ଆଣବିକ ଶକ୍ତି ହେବାକୁ ରାଜି ହେବା ପରେ ସ୍ଥିତିରେ ଉନ୍ନତି ଆସିଛି। ଏ ସଂପର୍କରେ ଏକ ରାଜିନାମା ପାଇଁ ଆଲୋଚନା ଚାଲିଥିବାରୁ ଉତ୍ତର ୟୁକ୍ରେନ ବିଶେଷକରି ରାଜଧାନୀ କିବ ଓ ଚେର୍ନିହିବରେ ସାମରିକ ଅଭିଯାନକୁ ସାମୟିକଭାବେ ହ୍ରାସ କରିବାକୁ ଏକ ନିଷ୍ପତ୍ତି ନିଆଯାଇଛି। ତୁର୍କୀରେ ଚାଲିଥିବା ଆଲୋଚନାରେ ଭାଗ ନେଇଥିବା ରୁଷ ପ୍ରତିନିଧିମଣ୍ଡଳର ମୁଖ୍ୟ ଭ୍ଲାଦିମିର ମେଡିନସ୍କି କହିଛନ୍ତି ଯେ କେତେକ ଅର୍ଥପୂର୍ଣ୍ଣ ଆଲୋଚନା ହୋଇଛି। ୟୁକ୍ରେନ ଦେଇଥିବା ପ୍ରସ୍ତାବଗୁଡ଼ିକୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଆଗରେ ରଖାଯିବ। ଗତକାଲି ୟୁକ୍ରେନ ରାଷ୍ଟ୍ରପତି ଭୋଲଦୋମିର ଜେଲେନସ୍କି କହିଥିଲେ ଯେ ୟୁକ୍ରେନ ନିରପେକ୍ଷ ରହିବ ଓ ବିବାଦୀୟ ଅଞ୍ଚଳ ଗୁଡ଼ିକ ସଂପର୍କରେ ଆଲୋଚନା ପାଇଁ ରାଜି ଅଛି । ଏହା ସହିତ ନାଟୋର ସଦସ୍ୟ ନ ହେବାକୁ ସେ ଘୋଷଣା କରିଥିଲେ। ଏହା ପରେ ରୁଷର ଆଭିମୁଖ୍ୟ ଟିକିଏ ନରମ ହୋଇଥିବା କୁହାଯାଉଛି।

Share Now:

Kalinga News Beuro

Next Post

କରୋନା ଭେକ୍ସିନ୍ ବଦଳରେ ଲୁଣ ପାଣିର ଇଞ୍ଜେକସନ ଲଗାଇ ଡାକ୍ତର ନିଲମ୍ଵିତ

Tue Mar 29 , 2022
ସିଙ୍ଗାପୁର: ସିଙ୍ଗାପୁରର ଟିକାକରଣ ନିରୋଧୀ (ଆଣ୍ଟି-ଭେକ୍ସିନେସନ୍) ଗ୍ରୁପ ସହ ଜଡିତ ଜିପ୍ସନ୍ କ୍ଵାହ ନାମକ ୩୩ ବର୍ଷୀୟ ଜଣେ ଡାକ୍ତର ଲୋକମାନଙ୍କୁ କରୋନାର ଟିକା ବଦଳରେ ଲୁଣ ପାଣି (ସାଲାଇନ୍ ସଲ୍ୟୁସନ୍)ର ଇଞ୍ଜେକ୍ସନ୍ ଲଗାଇ ଦେଇଥିଲେ। ସେ ସ୍ଵାସ୍ଥ୍ୟ ମନ୍ତ୍ରାଳୟର ଜାତୀୟ ଟିକାକରଣ ରେଜିଷ୍ଟ୍ରିରେ ଭୁଲ୍ ତଥ୍ୟ ବି ଅପଲୋଡ୍ କରି କରିଛନ୍ତି। ଏହାପରେ ଜିପ୍ସନ୍ କ୍ଵାହଙ୍କ ଏପରି କାର୍ଯ୍ୟକଳାପ ପରେ ଜିପ୍ସନ୍ କ୍ଵାହଙ୍କୁ ସିଙ୍ଗାପୁର ମୋଡିକାଲ କାଉନ୍ସିଲ୍ ୧୮ […]
କରୋନା ଭେକ୍ସିନ୍ ବଦଳରେ ଲୁଣ ପାଣିର ଇଞ୍ଜେକସନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial