ମୁମ୍ବାଇରେ ପ୍ରବଳ ବର୍ଷା: ଜନଜୀବନ ଅସ୍ତବ୍ୟସ୍ତ ,ବିଭିନ୍ନ ଅଞ୍ଚଳରେ ବନ୍ୟା, ୩ ଜଣ ମୃତ

ମୁମ୍ବାଇରେ ପ୍ରବଳ ବର୍ଷା

ମୁମ୍ବାଇ: ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ଅସମ୍ଭାଳ ପରିସ୍ଥିତି ସୃଷ୍ଟି ହୋଇଛି। ଗତରାତିରୁ ପ୍ରବଳ ବର୍ଷା ଲାଗି ରହିଛି। ମୁମ୍ବାଇ ସହର ୨୦୦ ମିମି ବର୍ଷାଜଳ ଗ୍ରହଣ କରିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆଇଏମ୍‌ଡି ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ରେଳ ଧାରଣା ଗୁଡ଼ିକ ବର୍ଷାଜଳରେ ବୁଡ଼ି ଯାଇଥିବାରୁ ସହରରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଅନେକ ରାସ୍ତାଘାଟ ବୁଡ଼ିଯାଇଛି। ତେବେ ଆଇଏମ୍‌ଡି ପକ୍ଷରୁ ଆସନ୍ତାକାଲି ପାଇଁ ରେଡ୍‌ ଆଲର୍ଟ‌୍ ଜାରି ହୋଇଛି। ପ୍ରବଳ ବର୍ଷା ଯୋଗୁଁ ବସ୍ତି ଅଞ୍ଚଳରେ ସାଂଘାତିକ ସ୍ଥିତି ଦେଖିବାକୁ ମିଳିଛି। ଏକ ଚାଳ ଘର ଭୁଶୁଡ଼ି ପଡ଼ି ଡ୍ରେନ୍‌ରେ ଭାସି ଯାଇଛି। ଘରେ ଥିବା ଜଣେ ମହିଳା ଏବଂ ୨ ଜଣ ଶିଶୁ ମଧ୍ୟ ଡ୍ରେନ୍‌ ଜଳରେ ଭାସି ଯାଇଥିଲେ। ଏମାନଙ୍କ ମଧ୍ୟରେ ଜଣେ ବର୍ଷକର ଶିଶୁ ଥିବା ଜଣାପଡ଼ିଛି। ଏନ୍‌ଡିଆରଏଫ୍‌ ଦ୍ବାରା ଉଦ୍ଧାର କ‌ାର୍ଯ୍ୟ ଆରମ୍ଭ ‌ହେବାପରେ ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଅନ୍ୟ ଏକ ସ୍ଥାନରେ ଜଣେ ୧୫ ବର୍ଷର ବାଳକର ବିଦ୍ୟୁତ୍‌ ଆଘାତରେ ପ୍ରାଣ ହରାଇଛି। ୩ ଜଣ ମତ୍ସ୍ୟଜୀବୀ ନିଖୋଜ ହୋଇ ଯାଇଥିବା ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି।

Share Now:

Kalinga News Beuro

Next Post

ହୀରାକୁଦ ଜଳ ପରିଚାଳନା ସମନ୍ବୟ ବୈଠକ: ଡିସେମ୍ବରରୁ ସ୍ଥିର ହେବ ଉପର ମୁଣ୍ଡ ଡ୍ୟାମ୍‌ର ରୁଲ କର୍ଭ, ଆକ୍ସନ ପ୍ଲାନ୍‌

Wed Aug 5 , 2020
ଅଗଷ୍ଟରୁ ଛତିଶଗଡ଼ ନିଜ ଜଳଭଣ୍ଡାର ନ ଭରିବାକୁ ଅନୁରୋଧ କଲା ଓଡ଼ିଶା ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ଥିବା ଜଳଭଣ୍ଡାର ଗୁଡ଼ିକର ରୁଲ କର୍ଭ ଓ ଜରୁରୀ ଆକ୍ସନ ପ୍ଲାନ୍‌ର ବିସ୍ତୃତ ସୂଚନା ଡିସେମ୍ବର ସୁଦ୍ଧା ଦେବ ଛତିଶଗଡ଼। ହୀରାକୁଦ ଜଳଭଣ୍ଡାର ଜଳ ପରିଚାଳନାରେ ସମନ୍ବୟ ରକ୍ଷା ପାଇଁ ଆୟୋଜିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଜଳଭଣ୍ଡାରର ସୁରକ୍ଷା ପାଇଁ ଛତିଶଗଡ଼ ପକ୍ଷରୁ କେତେ ଗଛ ଲଗାଯାଇଛି ସେ […]
ହୀରାକୁଦ ଜଳ ପରିଚାଳନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial